Gujarat Politics: ଗୁଜୁରାଟରେ ସପ୍ତମ ଥର ଲାଗି ସରକାର ଗଠନ କଲା ବିଜେପି, ଶପଥ ନେଲା ନୂଆ କ୍ୟାବିନେଟ
Advertisement
Article Detail0/zeeodisha/odisha1482666

Gujarat Politics: ଗୁଜୁରାଟରେ ସପ୍ତମ ଥର ଲାଗି ସରକାର ଗଠନ କଲା ବିଜେପି, ଶପଥ ନେଲା ନୂଆ କ୍ୟାବିନେଟ

Gujarat Cabinet Oath Ceremony:  ଗୁଜୁରାଟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୭ ଜଣ ମନ୍ତ୍ରୀ ରହିପାରିବେ। ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହ ମୋଟ ୧୭ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏହା ସହିତ ମନ୍ତ୍ରୀମଣ୍ଡଳରେ ସମସ୍ତ ଜାତିଙ୍କୁ ସ୍ଥାନ ଦେବା ପାଇଁ ଉଦ୍ୟମ କରାଯାଇଛି। ଏପରିକି ଦଳର ଅଭିଜ୍ଞ ଏବଂ ଯୁବ ନେତାଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି।

 Gujarat Politics: ଗୁଜୁରାଟରେ ସପ୍ତମ ଥର ଲାଗି ସରକାର ଗଠନ କଲା ବିଜେପି, ଶପଥ ନେଲା ନୂଆ କ୍ୟାବିନେଟ

Bhupendra Patel Oath Ceremony: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଐତିହାସିକ ସଫଳତା ହାସଲ କରି ରାଜ୍ୟରେ ସପ୍ତମ ଥର ଲାଗି ସରକାର ଗଠନ କରିଛି ବିଜେପି। ଆଉ  ଦ୍ୱିତୀୟ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଛନ୍ତି ଭୂପେନ୍ଦ୍ର ପଟେଲ। ରାଜଧାନୀ ଗାନ୍ଧୀ ନଗର ଠାରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୂପେନ୍ଦ୍ର ପଟେଲଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ରାଜଧାନୀ ଗାନ୍ଧୀ ନଗର ଠାରେ ଆୟୋଜିତ ହୋଇଥିବା ଗୁଜୁରାଟ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟଥ, ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀ ଯୋଗଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ପଦ ଲାଗି ଶପଥ ଗ୍ରହଣ କରିବା ପରେ ଭୂପେନ୍ଦ୍ର ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋମବାର ଶପଥ ଗ୍ରହଣ କରିବା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ଦ୍ୱିତୀୟ ପାଳିର କାର୍ଯ୍ୟକାଳ ଆରମ୍ଭ ହୋଇଯାଇଛି। ଭୁପେନ୍ଦ୍ର ପଟେଲ ଗୁଜୁରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ବିଜେପି ଏକ ଐତିହାସିକ ବିଜୟ ହାସଲ କରିଛି। ଗୁଜୁରାଟ ରାଜନୀତିରେ ବିଜେପି ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ଆସନ ହାତେଇ ସପ୍ତମ ଥର ସରକାର ଗଠନ କରିଛି।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ସୋମବାର ଅନେକ ବିଜେପି ବିଧାୟକ ମନ୍ତ୍ରୀ ପଦ ଲାଗି ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ହର୍ଷ ସାଂଘଭୀ, ଜଗଦୀଶ ବିଶ୍ୱକର୍ମା, ପରଷୋତ୍ତମ ସୋଲଙ୍କି, ବଚୁଭାଇ ଖାବଡ଼, ମୁକେଶ ପଟେଲ, ପ୍ରଫୁଲ୍ଲ ପଂଶେରିଆ, ଭିଖୁ ସିଂହ ପରମାର, କୁୱଁରଜୀ ହଲପତି, କୁୱଁରଜୀ ବାବଲିଆ, ମୁଲୁଭାଇ ବେରା, କୁବେର ଡିଣ୍ଡୋର, ଭାନୁବେନ ବାବରିୟା, କନୁଭାଇ ଦେଶାଇ, ଋଷିକେଶ ପଟେଲ, ରାଘବଜୀ ପଟେଲ ଏବଂ ବଲୱନ୍ତ ସିଂହ ରାଜପୁତ। 

ଗୁଜୁରାଟ କ୍ୟାବିନେଟ ମନ୍ତ୍ରୀ
--------------------
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ
କନୁଭାଇ ଦେଶାଇ 
ଋଷିକେଶ ପଟେଲ
ରାଘବଜୀ ପଟେଲ,
ବଲୱନ୍ତ ସିଂହ ରାଜପୁତ
କୁୱଁରଜୀ ବାବଲିଆ
ମୁଲୁଭାଇ ବେରା
କୁବେର ଡିଣ୍ଡୋର
ଭାନୁବେନ ବାବରିଆ

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) 
--------------------
ହର୍ଷ ସାଂଘଭୀ
ଜଗଦୀଶ ପଞ୍ଚଲ

ରାଷ୍ଟ୍ରମନ୍ତ୍ରୀ 
--------------------
ପରସୋତ୍ତମ ଭାଇ ସୋଲାଙ୍କି 
ବଚୁଭାଇ ଖାବଡ଼
ମୁକେଶ ପଟେଲ
ପ୍ରଫୁଲ୍ଲ ପଂଶେରିଆ
ଭିଖୁ ସିଂହ ପରମାର
କୁୱଁରଜୀ ହଲପତି

ଗୁଜୁରାଟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୭ ଜଣ ମନ୍ତ୍ରୀ ରହିପାରିବେ। ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହ ମୋଟ ୧୭ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏହା ସହିତ ମନ୍ତ୍ରୀମଣ୍ଡଳରେ ସମସ୍ତ ଜାତିଙ୍କୁ ସ୍ଥାନ ଦେବା ପାଇଁ ଉଦ୍ୟମ କରାଯାଇଛି। ଏପରିକି ଦଳର ଅଭିଜ୍ଞ ଏବଂ ଯୁବ ନେତାଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି। ଡିସେମ୍ବର ୮ ତାରିଖ ଗୁରୁବାର ପ୍ରକାଶ ପାଇଥିଲା ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ। ଏହା ପରେ ଶନିବାର ଗୁଜୁରାଟ ବିଜେପି ମୁଖ୍ୟାଳୟ କମଳମ ଠାରେ ଅନୁଷ୍ଠିତ ହୋଇଥିଲା ବିଜେପି ବିଧାୟକ ଦଳ ବୈଠକ। ଏହି ବୈଠକରେ ଭୂପେନ୍ଦ୍ର ପଟେଲଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଦ୍ୱିତୀୟ ଥର ଲାଗି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ତାଙ୍କ ଲାଗି ପରିସ୍କାର ହୋଇ ଯାଇଥିଲା। ରାଜ୍ୟର ନବନିର୍ବାଚିତ ବିଜେପି ବିଧାୟକ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିବା ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ। 

ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶନିବାର ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଜଣାଇଥିଲେ ରାଜ୍ୟର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ଡିସେମ୍ବର ୯ ତାରିଖ ଶନିବାର ରାଜ୍ୟ କ୍ୟାବିନେଟ ସହ ନିଜର ଇସ୍ତଫାପତ୍ର ରାଜଭବନକୁ ପଠାଇଥିଲେ ଭୂପେନ୍ଦ୍ର ପଟେଲ। ଏହି ଅବସରରେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ନୂତନ ସରକାର ଗଠନ କରିବା ଲାଗି ଦାବି ଜଣାଇଥିଲେ। ଡିସେମ୍ବର ୧୨ ତାରିଖ ସୋମବାର ରାଜଧାନୀ ଗାନ୍ଧୀ ନଗର ଠାରେ ଅନୁଷ୍ଠିତ ହୋଇଥିଲା ଶପଥ ଗ୍ରହଣ ସମାରୋହ।