Gujarat Election Voting: ଗୁଜୁରାଟ ନିର୍ବାଚନରେ ମତଦାନ କଲେ ଆଫ୍ରିକୀୟ ଭୋଟର
Advertisement
Article Detail0/zeeodisha/odisha1466160

Gujarat Election Voting: ଗୁଜୁରାଟ ନିର୍ବାଚନରେ ମତଦାନ କଲେ ଆଫ୍ରିକୀୟ ଭୋଟର

Gujarat Election phase 1 Voting: ଗଣତନ୍ତ୍ରର ମହାନ ପର୍ବ ଅବସରରେ ଆଫ୍ରିକୀୟ ସମ୍ପ୍ରଦାୟର ଏହି ଲୋକଙ୍କ ମଧ୍ୟରେ ମତଦାନ କରିବାକୁ ବେଶ ଉତ୍ସାହ ଦେଖିବାକୁ ମିଳିଛି। ମତଦାନ ପୂର୍ବରୁ ଏଠାକାର ଲୋକଙ୍କ ଦ୍ୱାରା ଏକ ଉତ୍ସବ ଆରମ୍ଭ କରାଯାଇଥିଲା। ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।

 

Gujarat Election Voting: ଗୁଜୁରାଟ ନିର୍ବାଚନରେ ମତଦାନ କଲେ ଆଫ୍ରିକୀୟ ଭୋଟର

Aficans Jambur Village: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୮୯ ଆସନ ଲାଗି ଅନୁଷ୍ଠିତ ହୋଇଯାଇଛି ମତଦାନ। ଏହି ସମୟରେ ଏକ କୌତୂହଳପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଦେଶର ମିନି ଆଫ୍ରିକା ଗ୍ରାମ ଭାବେ ପରିଚିତ ଜମ୍ବୁର ଗ୍ରାମବାସୀ ସେମାନଙ୍କ ଲାଗି ଗଠିତ ହୋଇଥିବା ସ୍ୱତନ୍ତ୍ର ଆଦିବାସୀ ମତଦାନ କେନ୍ଦ୍ରରେ ମତଦାନ କରିବେ। ଏହା ପୂର୍ବରୁ ଏହି ମିନି ଆଫ୍ରିକୀୟ ଗ୍ରାମର ଗ୍ରାମବାସୀ ସେମାନଙ୍କ ଲାଗି ଗଠିତ ହୋଇଥିବା ସ୍ୱତନ୍ତ୍ର ଆଦିବାସୀ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ୍ ଦେବା ଯାଉଥିବାରୁ ଏହାକୁ ନେଇ ସେମାନେ ବେଶ ଉତ୍ସାହିତ ଅଛନ୍ତି। ଏନେଇ ସେମାନେ ଉତ୍ସବ ମଧ୍ୟ ପାଳନ କରିଛନ୍ତି। ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବାରୁ ସେମାନେ ବେଶ ଉତ୍ସାହିତ ଅଛନ୍ତି। ଜମ୍ବୁର ଗ୍ରାମବାସୀ ସେମାନଙ୍କ ଲାଗି ଗଠିତ ହୋଇଥିବା ସ୍ୱତନ୍ତ୍ର ଆଦିବାସୀ ମତଦାନ କେନ୍ଦ୍ରରେ ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ଆଦିବାସୀ ମତଦାନ କେନ୍ଦ୍ରରେ ମତଦାନ କରିବାର ସୁଯୋଗ ପାଇଛନ୍ତି।

ଗଣତନ୍ତ୍ରର ମହାନ ପର୍ବ ଅବସରରେ ଆଫ୍ରିକୀୟ ସମ୍ପ୍ରଦାୟର ଏହି ଲୋକଙ୍କ ମଧ୍ୟରେ ମତଦାନ କରିବାକୁ ବେଶ ଉତ୍ସାହ ଦେଖିବାକୁ ମିଳିଛି। ମତଦାନ ପୂର୍ବରୁ ଏଠାକାର ଲୋକଙ୍କ ଦ୍ୱାରା ଏକ ଉତ୍ସବ ଆରମ୍ଭ କରାଯାଇଥିଲା। ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଏହି ଉତ୍ସବରେ ନାଚ ଗୀତ କରିଥିଲେ ଜମ୍ବୁର ଗ୍ରାମବାସୀ। ଏନେଇ ପ୍ରତିକ୍ରିୟା ରଖି ଗ୍ରାମବାସୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ସେମାନେ ଭୋଟ୍ ଦେବାକୁ ଯାଉଛନ୍ତି। ଏଥିପାଇଁ ସେମାନେ ଏକ ଉତ୍ସବ ପାଳନ କରିଛନ୍ତି। 

 

ସିଦ୍ଧ ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ଜମ୍ବୁର ଗ୍ରାମର ଜଣେ ବରିଷ୍ଠ ନାଗରିକ ରେହମାନ କହିଛନ୍ତି, "ଭୋଟ୍ ଦେବା ପାଇଁ ନିର୍ବାଚନ ଆୟୋଗ ଆମ ପାଇଁଏକ ସ୍ୱତନ୍ତ୍ର ବୁଥ୍ ସ୍ଥାପନ କରିଥିବାରୁ ଏହା ଅତ୍ୟନ୍ତ ସମ୍ମାନ ଏବଂ ଖୁସିର ବିଷୟ। ଆମେ ବର୍ଷ ବର୍ଷ ଧରି ଏହି ଗ୍ରାମରେ ରହୁଛୁ। ହେଲେ ପ୍ରଥମ ଥର ପାଇଁ ଏପରି କିଛି ଘଟୁଛି ଯାହା ଆମକୁ ବହୁତ ଖୁସି ଦେଇଛି। ଆମର ପୂର୍ବ ପୁରୁଷ ଆଫ୍ରିକାରୁ ଆସିଛନ୍ତି। ଆମେ ବହୁ ବର୍ଷ ପୂର୍ବେ ଭାରତ ଆସିଥିଲୁ। ଯେତେବେଳେ ଗୁଜୁରାଟ ଜୁନାଗଡ ଠାରେ  ଦୁର୍ଗ ନିର୍ମାଣ କରାଯାଉଥିଲା, ସେତେବେଳେ ଆମର ପୂର୍ବଜ ଏଠାକୁ କାମ କରିବାକୁ ଆସିଥିଲେ। ପ୍ରଥମେ ଆମେ ରତନପୁର ଗ୍ରାମରେ ରହୁଥିଲୁ। ପରେ ଆମେ ଜମ୍ବୁର ଗ୍ରାମରେ ଆସି ବସବାସ କଲୁ। ଆମର ପୂର୍ବ ପୁରୁଷ ଆଫ୍ରିକୀୟ ବଂଶୋଦ୍ଭବ ହୋଇଥିଲେ ମଧ୍ୟ ଆମେ ଭାରତୀୟ ଏବଂ ଗୁଜୁରାଟି ପରମ୍ପରାକୁ ଅନୁସରଣ କରୁଛୁ। "

ଅନ୍ୟପକ୍ଷରେ ତଲାଲା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅବଦୁଲ ମାଗୁଜ କହିଛନ୍ତି, "ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ସମୁଦାୟ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ଆମ ଗାଁ ଦୁଇଟି ନଦୀ ମଧ୍ୟରେ ଅବସ୍ଥିତ ଯେଉଁଠି ସମସ୍ତେ ଏକାଠି ରହୁଛନ୍ତି। ମୁଁ ତୃତୀୟ ଥର ପାଇଁ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଆମେ ଚାହୁଁ ଯେ ଆମେ ବିଧାନସଭାକୁ ଯିବା ଆବଶ୍ୟକ। ଆମେ ଅଧିକାର ମିଳୁ। ଯାହା ଦ୍ୱାରା ଆମେ ଅଧିକ ଭଲ କାମ କରିପାରିବୁ। ଆମ ଅଞ୍ଚଳକୁ ଭାରତର ଆଫ୍ରିକା ନାମରେ ଜଣାଶୁଣା। ଆମେ ସିଦ୍ଧି ଆଦିବାସୀ ସମ୍ପ୍ରଦାୟରୁ ଆସୁଛୁ। ସରକାର ଆଦିବାସୀଙ୍କୁ ସାହାଯ୍ୟ ପ୍ରଦାନ କରିବା ଜାରି ରଖିଛନ୍ତି। ଏଥିରେ କୌଣସି ଅସୁବିଧା ନାହିଁ। ହେଲେ ଆମର ସ୍ଥାନୀୟ ସମ୍ପ୍ରଦାୟକୁ ଅନେକ ଅସୁବିଧା ଭୋଗିବାକୁ ପଡୁଛି।  କାରଣ ଆମକୁ ସେତିକି ସୁବିଧା ମିଳିନାହିଁ। "

କୃଷି ହେଉଛି ସିଦ୍ଧି ଆଦିବାସୀ ସମ୍ପ୍ରଦାୟ ମୁଖ୍ୟ ବୃତ୍ତି। ଚାଷ ବ୍ୟତୀତ ଏହି ସମ୍ପ୍ରଦାୟର ଲୋକେ ସ୍ଥାନୀୟ ଜସ ସିଦ୍ଧି ଆଦିବାସୀ ନୃତ୍ୟ ପରିବେଷଣ କରିଥାନ୍ତି। ଯେଉଁଠାକୁ ପର୍ଯ୍ୟଟକ ଆସିଥାନ୍ତି। ଏହି ଲୋକ ସେମାନଙ୍କର କାର୍ଯ୍ୟକ୍ରମ ଉପସ୍ଥାପନ କରିଥାନ୍ତି। ଏଠାକାର କିଛି ଯୁବକ ରାପର୍ ହୋଇ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ଏନେଇ ସେମାନଙ୍କ କହିବା କଥା ଯେ ଏହା କରିବା ଦ୍ୱାରା ସେମାନଙ୍କର ରୋଜଗାର ହୋଇ ଯାଇଥାଏ। 

 

ଆଫ୍ରିକୀୟ ମୂଳର ଲୋକ କେବେ ଭାରତକୁ ଆସିଲେ ଏହାର କୌଣସି ମଜବୁତ ପ୍ରମାଣ ନାହିଁ। ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଆଫ୍ରିକୀୟ ମୂଳ ଲୋକ ଗୁଜୁରାଟରେ ଗତ ୨୦୦ ବର୍ଷ ଧରି ବସବାସ କରି ଆସୁଛନ୍ତି। ଏହି ଗ୍ରମାର ଦୃଶ୍ୟ ଦେଖିଲେ ଏହା ଭାରତରେ ମିନି ଆଫ୍ରିକା ଭଳି ଦୃଶ୍ୟମାନ ହୋଇଥାଏ।