Gujarat Election 2022: ବିଜେପି ଲାଗି ସହଜ ନୁହେଁ ଗଡ଼ ଦଖଲ, ସତର୍କ ଘଣ୍ଟି ବଜାଇଲା ନିର୍ବାଚନ ସର୍ଭେ
Advertisement

Gujarat Election 2022: ବିଜେପି ଲାଗି ସହଜ ନୁହେଁ ଗଡ଼ ଦଖଲ, ସତର୍କ ଘଣ୍ଟି ବଜାଇଲା ନିର୍ବାଚନ ସର୍ଭେ

Gujarat Politics: ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ପ୍ରବେଶ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି-କଂଗ୍ରେସ ଲାଗି ଚିନ୍ତା ବଢିଯାଇଛି। ସର୍ବେକ୍ଷଣରେ ଦାବି କରାଯାଇଛି ଯେ ଆମ୍ ଆଦମୀ ପାର୍ଟି ଉଭୟ ଦଳର ଭୋଟବ୍ୟାଙ୍କ ଉପରେ ପ୍ରଭାବ ବିସ୍ତାର କରିପାରେ। ରାଜ୍ୟର ବିଭିନ୍ନ ସମ୍ପ୍ରଦାୟରୁ ଦଳକୁ ସମର୍ଥନ ମିଳୁଥିବା ଜଣାପଡୁଛି। 

Gujarat Election 2022: ବିଜେପି ଲାଗି ସହଜ ନୁହେଁ ଗଡ଼ ଦଖଲ, ସତର୍କ ଘଣ୍ଟି ବଜାଇଲା ନିର୍ବାଚନ ସର୍ଭେ

Gujarat Assembly Elections 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ପ୍ରଚାର। ଏହି ନିର୍ବାଚନ ପାଇିଁ ଆସନ୍ତା ଡିସେମ୍ବର ୧ ଏବଂ ୫ ତାରିଖରେ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ। ଆସନ୍ତା ୮ ଡିସେମ୍ବରରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ଏହି ନିର୍ବାଚନକୁ ନେଇ ABP-C Voter ପକ୍ଷରୁ କରାଯାଇଛି ଏକ ସର୍ବେକ୍ଷଣ। ହେଲେ ଏହି ସର୍ବେକ୍ଷଣରେ ଯେଉଁ ଆକଳନ କରାଯାଇଛି ତାହା ବିଜେପି ଲାଗି ଏକ ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି। ଏଥର ବିଜେପି ଲାଗି ଗୁଜୁରାଟ ଗଡ଼ ଦଖଲ କରିବା ସହଜ ହେବନାହିଁ।

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଭୂପେନ୍ଦ୍ର ପଟେଲ ଏବଂ ଆମ ଆଦମୀ ପାର୍ଟି ଇଶୁଦାନ ଗଢବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି।  ABP-C Voter ପକ୍ଷରୁ କରାଯାଇଥିବା ନିର୍ବାଚନ ସର୍ବେକ୍ଷଣରେ  ମତଦାତାଙ୍କୁ ଅନେକ ପ୍ରକାର ପ୍ରଶ୍ନ ପଚରା ଯାଇଥିଲା। ଯେଉଁଥିରେ ଦଳର ପୁରୁଖା ନେତାଙ୍କ ଟିକେଟ୍ କାଟିବା ଠାରୁ କେଉଁ ଦଳ କେଉଁ ଜାତିରୁ କେତେ ଭୋଟ୍ ପାଇବ ତାହା ଅନ୍ତର୍ଭୂକ୍ତ ରହିଥିଲା। ହେଲେ ଏହି ସର୍ବେକ୍ଷଣରୁ ଯେଉଁ ଫଳାଫଳ ମିଳିଛି ତାହା ବିଜେପି ଲାଗି ଅସୁବିଧା ବଢାଇ ଦେଇଛି। ହେଲେ ଏଥର ଗୁଜୁରାଟ ମୁକାବିଲାରେ କିଏ ମାରିବ ବାଜି ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡ଼ିଛି। 

ସର୍ବେକ୍ଷଣରେ ଲୋକଙ୍କୁ ପଚରା ଯାଇଥିଲା ଯେ  ଦଳର ପୁରୁଖା ନେତାଙ୍କ ଟିକେଟ୍ କାଟିବା ଦ୍ୱାରା ବିଜେପି ଲାଭ ପାଇବ ନାଁ କ୍ଷତି ସହିବ? ଏହି ପ୍ରଶ୍ନ  ଉପରେ ଆଶ୍ଚର୍ଯ୍ୟ ଜନକ ଉତ୍ତର ମିଳିଛି। ଏହି ସର୍ବେକ୍ଷଣରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୪୨% ଲୋକ କହିଛନ୍ତି ଯେ ଦଳର ପୁରୁଖା ନେତାଙ୍କ ଟିକେଟ୍ କାଟିବା ଦ୍ୱାରା ବିଜେପି ଉପକୃତ ହେବ। ଅନ୍ୟପଟେ ୪୮% ଲୋକ ବିଶ୍ୱାସ କରନ୍ତି ଯେ ଏହା ଦ୍ୱାରା ବିଜେପି କ୍ଷତି ସହିବ। ଅନ୍ୟପଟେ ୧୦% ଲୋକ ଅନୁଭବ କରୁଛନ୍ତି ଯେ ଦଳର ପୁରୁଖା ନେତାଙ୍କ ଟିକେଟ୍ କାଟିବା କାରଣରୁ ନିର୍ବାଚନରେ ​​ବିଜେପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ପ୍ରବେଶ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି-କଂଗ୍ରେସ ଲାଗି ଚିନ୍ତା ବଢିଯାଇଛି। ସର୍ବେକ୍ଷଣରେ ଦାବି କରାଯାଇଛି ଯେ ଆମ୍ ଆଦମୀ ପାର୍ଟି ଉଭୟ ଦଳର ଭୋଟବ୍ୟାଙ୍କ ଉପରେ ପ୍ରଭାବ ବିସ୍ତାର କରିପାରେ। ରାଜ୍ୟର ବିଭିନ୍ନ ସମ୍ପ୍ରଦାୟରୁ ଦଳକୁ ସମର୍ଥନ ମିଳୁଥିବା ଜଣାପଡୁଛି। ଜାଣନ୍ତୁ କେଉଁ ସମ୍ପ୍ରଦାୟର ଭୋଟ ​​କେଉଁ ଦଳ ଖାତାକୁ ଯିବ।

ସବର୍ଣ୍ଣ ମତଦାତାଙ୍କ ମଧ୍ୟରୁ ବିଜେପିକୁ ୫୫%, କଂଗ୍ରେସକୁ ୨୩% ଏବଂ ଆମ ଆଦମୀ ପାର୍ଟିକୁ ୧୭% ଭୋଟ ମିଳିପାରେ। ସେହିପରି ଦଳିତ ମତଦାତାଙ୍କ ମଧ୍ୟରୁ ବିଜେପିକୁ ୩୭%, କଂଗ୍ରେସକୁ ୩୪%  ଏବଂ  ଆମ ଆଦମୀ ପାର୍ଟିକୁ ୨୪% ଭୋଟ ମିଲିପାରେ। 

ମୁସଲିମ ମତଦାତାଙ୍କ ମଧ୍ୟରୁ ବିଜେପିକୁ ୨୧%, କଂଗ୍ରେସକୁ ୩୯% ଏବଂ ଆମ ଆଦମୀ ପାର୍ଟିକୁ ୩୭% ସମର୍ଥନ ମିଳିପାରେ। ଯଦି ପଛୁଆ ବର୍ଗ ମତଦାତାଙ୍କ କଥା କୁହାଯାଏ ତାହେଲେ ବିଜେପିକୁ ୫୩% , କଂଗ୍ରେସକୁ ୨୪%, ଆମ ଆଦମୀ ପାର୍ଟିକୁ ୧୭% ଭୋଟ ମିଳିପାରେ।   

ରାଜ୍ୟର ୪୦-୪୫ ବିଧାନସଭା ଆସନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ଆଦିବାସୀ ମତଦାତାଙ୍କ ମଧ୍ୟରୁ ଏକ ସିଂହଭାଗ ଭୋଟ ବିଜେପି ଖାତାକୁ ଯାଇପାରେ। ସର୍ଭେ ରିପୋର୍ଟ ଅନୁସାରେ ଏଥର ୩୯ ପ୍ରତିଶତ ଆଦିବାସୀ ବିଜେପି ଉପରେ ନିଜର ବିଶ୍ୱାସ ପ୍ରକାଶ କରିଛନ୍ତି। ଅନ୍ୟପଟେ ୩୩% ଭୋଟ କଂଗ୍ରେସ ଏବଂ ୨୨% ଭୋଟ ଆମ୍ ଆଦମୀ ପାର୍ଟି ପାଇପାରେ। 

ସେହିପରି ନିର୍ବାଚନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ମହିଳା ମତଦାତାଙ୍କ ମଧ୍ୟରୁ ୪୩% ଭୋଟର ବିଜେପିକୁ ସମର୍ଥନ ଦେଇପାରନ୍ତି। ସେହିପରି କଂଗ୍ରେସକୁ ୩୨% ଏବଂ ଆମ ଆଦମୀ ପାର୍ଟିକୁ ୧୯% ମହିଳା ଭୋଟ ମିଳିପାରେ। ଏହା ସହିତ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବପିଢିଙ୍କ ମଧ୍ୟରୁ ୪୩% ବିଜେପି, ୩୫% କଂଗ୍ରେସ ଏବଂ ୧୭% ଭୋଟ ଆମ୍ ଆଦମୀ ପାର୍ଟି ଖାତାକୁ ଯାଇପାରେ।