Gujarat Election 2022: କେଉଁ ବର୍ଗରୁ କେଉଁ ଦଳକୁ ମିଳିବ କେତେ ଭୋଟ? ଏକଜିଟ୍ ପୋଲ ରିପୋର୍ଟ ଦର୍ଶାଇଲା ଫଳାଫଳ
Advertisement

Gujarat Election 2022: କେଉଁ ବର୍ଗରୁ କେଉଁ ଦଳକୁ ମିଳିବ କେତେ ଭୋଟ? ଏକଜିଟ୍ ପୋଲ ରିପୋର୍ଟ ଦର୍ଶାଇଲା ଫଳାଫଳ

Gujarat Assembly Election 2022:  ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ନିର୍ବାଚନରେ କେଉଁ ବର୍ଗରୁ କେଉଁ ଦଳକୁ ମିଳିବ କେତେ ଭୋଟ ମିଳିବ ସେ ନେଇ କରାଯାଇଥିଲା ଏକ ସର୍ଭେ। ଏହି ସର୍ବେକ୍ଷଣରୁ ମିଳିଥିବା ଫଳାଫଳ ଅନୁସାରେ ଲେଉଆ ପଟେଲ, କଡୱା ପଟେଲ, ଦଳିତ, ଆଦିବାସୀ ସମ୍ପ୍ରଦାୟର ମତଦାତାଙ୍କ ସମର୍ଥନ ବିଜେପି ଭାଗରେ ପଡ଼ିଛି। ଅନ୍ୟପଟେ ମୁସଲିମ ମତଦାତା କଂଗ୍ରେସ ଉପରେ ଭରସା କରିଛନ୍ତି।

Gujarat Election 2022: କେଉଁ ବର୍ଗରୁ କେଉଁ ଦଳକୁ ମିଳିବ କେତେ ଭୋଟ? ଏକଜିଟ୍ ପୋଲ ରିପୋର୍ଟ ଦର୍ଶାଇଲା ଫଳାଫଳ

Gujarat Exit Poll 2022: ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଛି ମତଦାନ। ଏହି ନିର୍ବାଚନ ଲାଗି ଭୋଟ ଗ୍ରହଣ ଶେଷ ହେବା ପରେ ପ୍ରକାଶ ପାଇଛି ଏକଜିଟ୍ ପୋଲ ରିପୋର୍ଟ। ଏକଜିଟ୍ ପୋଲ ଫଳାଫଳରେ ରାଜ୍ୟରେ ବିଜେପି ପୁଣି ଥରେ ସରକାର ଗଠନ କରୁଥିବା ଜଣାପଡ଼ିଛି। ଡିସେମ୍ବର ୫ ତାରିଖ ସୋମବାର ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ଫଳାଫଳ ବଦଳିବ ନା ନାହିଁ, ତାହା ୮ ଡିସେମ୍ବରରେ ସ୍ପଷ୍ଟ ହୋଇଯିବ। 

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଡିସେମ୍ବର ୧ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ୧୯ ଜିଲ୍ଲାର ୮୯ ଆସନରେ ଅନୁଷ୍ଠିତ ହୋଇଥିଲା ଭୋଟ୍ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୬୩% ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଗୁଜୁରାଟ, କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା ମତଦାନ। ପ୍ରଥମ ପର୍ଯ୍ୟାୟରେ ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ମତଦାତା। ସେହିପରି ଡିସେମ୍ବର ୫ ତାରିଖ ସୋମବାର ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସୋମବାର ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ପାଖପାଖି ୫୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଏହି ପର୍ଯ୍ୟାୟରେ ରାଜ୍ୟର ୧୪ ଜିଲ୍ଲାର ୯୩ ଆସନରେ ଅନୁଷ୍ଠିତ ହୋଇଥିଲା ଭୋଟ୍ ଗ୍ରହଣ। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୮୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ମତଦାତା। 

Also Read: Gujarat Assembly Election 2022: ପ୍ରକାଶ ପାଇଲା Exit Poll, କିଏ ଗଢିବ ସରକାର? ସର୍ଭେରୁ ମିଳିଲା ସ୍ପଷ୍ଟ ଜବାବ

ଏହି ନିର୍ବାଚନରେ କେଉଁ ବର୍ଗରୁ କେଉଁ ଦଳକୁ ମିଳିବ କେତେ ଭୋଟ ମିଳିବ ସେ ନେଇ ABP News C-Voter ପକ୍ଷରୁ କରାଯାଇଥିଲା ଏକ ସର୍ଭେ।  ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ସପ୍ତମ ଥର ପାଇଁ ସରକାର ଗଠନ କରୁଥିବା ଏକଜିଟ୍ ପୋଲ ରିପୋର୍ଟ ଦର୍ଶାଇଛି। କେବଳ ଏତିକି ନୁହେଁ ଏହି ନିର୍ବାଚନରେ ବିଜେପି ଏହାର ପୁରୁଣା ବିଜୟ ରେକର୍ଡ ଭାଙ୍ଗିପାରେ ବୋଲି ପୂର୍ବାନୁମାନ କରାଯାଉଛି।  ଏହି ସର୍ବେକ୍ଷଣରେ ରାଜ୍ୟର ମୋଟ ୧୮୨ ଆସନର ୩୦ ହଜାର ମତଦାତାଙ୍କ ମତାମତ ନିଆଯାଇଥିଲା। ସର୍ବେକ୍ଷଣରୁ ମିଳିଥିବା ଫଳାଫଳ ଅନୁସାରେ  ଲେଉଆ ପଟେଲ, କଡୱା ପଟେଲ, ଦଳିତ, ଆଦିବାସୀ ସମ୍ପ୍ରଦାୟର ମତଦାତାଙ୍କ ସମର୍ଥନ ବିଜେପି ଭାଗରେ ପଡ଼ିଛି। ଅନ୍ୟପଟେ ମୁସଲିମ ମତଦାତା କଂଗ୍ରେସ ଉପରେ ଭରସା କରିଛନ୍ତି।

କେଉଁ ଦଳ ସହ ଯିବେ ଲେଉଆ ପଟେଲ ମତଦାତା?

  • ବିଜେପି:  ୪୮%
  • କଂଗ୍ରେସ: ୩୨%
  • ଆପ୍: ୧୭% 
  • ଅନ୍ୟ ଦଳ: ୩% 

କେଉଁ ଦଳ ସହ ଯିବେ କଡୱା ପଟେଲ ମତଦାତା?

  • ବିଜେପି: ୫୫%
  • କଂଗ୍ରେସ: ୩୪%
  • ଆପ୍: ୮% 
  • ଅନ୍ୟ ଦଳ: ୩% 

କେଉଁ ଦଳ ସହ ଯିବେ ସବର୍ଣ୍ଣ ହିନ୍ଦୁ ମତଦାତା?

  • ବିଜେପି: ୫୮%
  • କଂଗ୍ରେସ: ୨୭%
  • ଆପ୍: ୧୨% 
  • ଅନ୍ୟ ଦଳ: ୩% 

କେଉଁ ଦଳ ସହ ଯିବେ ଦଳିତ ମତଦାତା?

  • ବିଜେପି: ୪୮%
  • କଂଗ୍ରେସ: ୩୮%
  • ଆପ୍: ୧୧% 
  • ଅନ୍ୟ ଦଳ: ୩% 

କେଉଁ ଦଳ ସହ ଯିବେ ଆଦିବାସୀ ମତଦାତା?

  • ବିଜେପି: ୩୯%
  • କଂଗ୍ରେସ: ୨୮%
  • ଆପ୍: ୩୧% 
  • ଅନ୍ୟ ଦଳ: ୨% 

କେଉଁ ଦଳ ସହ ଯିବେ ପଛୁଆ ବର୍ଗ ମତଦାତା?

  • ବିଜେପି: ୫୫%
  • କଂଗ୍ରେସ: ୩୦%
  • ଆପ୍: ୧୩% 
  • ଅନ୍ୟ ଦଳ: ୨% 

କେଉଁ ଦଳ ସହ ଯିବେ ମହିଳା ମତଦାତା?

  • ବିଜେପି: ୪୯%
  • କଂଗ୍ରେସ: ୩୩%
  • ଆପ୍: ୧୫% 
  • ଅନ୍ୟ ଦଳ: ୩% 

କେଉଁ ଦଳ ସହ ଯିବେ ୨୫ ବର୍ଷର ଯୁବ ମତଦାତା?

  • ବିଜେପି: ୪୨%
  • କଂଗ୍ରେସ: ୩୩%
  • ଆପ୍: ୨୨% 
  • ଅନ୍ୟ ଦଳ: ୩% 

କେଉଁ ଦଳ ସହ ଯିବେ ମୁସଲିମ ମତଦାତା?

  • ବିଜେପି: ୨୫%
  • କଂଗ୍ରେସ: ୪୫%
  • ଆପ୍: ୨୭% 
  • ଅନ୍ୟ ଦଳ: ୩%