Gujarat Election 2022: କ'ଣ ହେବ ଅସାଦୁଦ୍ଦିନ ଓୱେସୀଙ୍କ ଭାଗ୍ୟ? କେତେ ଆସନ ପାଇବ ଏଆଇଏମଆଇଏମ?
Advertisement

Gujarat Election 2022: କ'ଣ ହେବ ଅସାଦୁଦ୍ଦିନ ଓୱେସୀଙ୍କ ଭାଗ୍ୟ? କେତେ ଆସନ ପାଇବ ଏଆଇଏମଆଇଏମ?

Gujarat Election Exit Poll: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୧୩ ଆସନରେ ପ୍ରାର୍ଥୀ ଦେଇଥିଲା। ବିଜେପି ବିରୋଧୀ ଦଳ ଅସାଦୁଦଦ୍ଦିନ ଓୱେସିଙ୍କୁ ଭୋଟ ବିଭାଜନକାରୀ ଭାବେ ଅଭିହିତ କରୁଛନ୍ତି। ବର୍ତ୍ତମାନ ଏକଜିଟ୍ ପୋଲ ଜରିଆରେ ଏହାର ଫଳାଫଳ ସାମ୍ନାକୁ ଆସିଛି।

Gujarat Election 2022: କ'ଣ ହେବ ଅସାଦୁଦ୍ଦିନ ଓୱେସୀଙ୍କ ଭାଗ୍ୟ? କେତେ ଆସନ ପାଇବ ଏଆଇଏମଆଇଏମ?

AIMIM Chief Asaduddin Owaisi: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନନରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ବିଭିନ୍ନ ସଂସ୍ଥା ଏବଂ ଗଣମାଧ୍ୟମ ପକ୍ଷରୁ କରାଯାଇଛି ଏକଜିଟ୍ ପୋଲ ସର୍ଭେ। ହେଲେ ଏହି ସର୍ଭେରୁ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବାବଦରେ ଚମକାଇବା ଭଳି ଫଳାଫଳ ଆସିଛି। 

୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ରାଜ୍ୟର ମୋଟ ୧୮୨ ସିଟ୍ ମଧ୍ୟରୁ ୧୩ ଆସନରେ ପ୍ରାର୍ଥୀ ଦେଇଥିଲା। ବିଜେପି ବିରୋଧୀ ଦଳ  ଅସାଦୁଦଦ୍ଦିନ ଓୱେସିଙ୍କୁ ଭୋଟ ବିଭାଜନକାରୀ ଭାବେ ଅଭିହିତ କରୁଛନ୍ତି। ବର୍ତ୍ତମାନ ଏକଜିଟ୍ ପୋଲ ଜରିଆରେ ଏହାର ଫଳାଫଳ ସାମ୍ନାକୁ ଆସିଛି।

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ବାବଦରେ Times Now Navbharat ପକ୍ଷରୁଏକ ଏକଜିଟ୍ ପୋଲ୍ କରାଯାଇଥିଲା। ଏହି ସର୍ଭେରେ ଭାଗ ନେଇଥିବା ଲୋକଙ୍କୁ ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱାଧିନ ଏଆଇଏମଆଇଏମ ନିର୍ବାଚନ ଲଢିବା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଲୋକଙ୍କୁ ପଚରା ଯାଇଥିଲା ଯେ ଏହି ନିର୍ବାଚନ ଅସାଦୁଦ୍ଦିନ ଓୱେସୀଙ୍କ ଦଳର ପ୍ରଭାବ କେତେ ମାତ୍ରାରେ ଅନୁଭୂତ ହେବ?  ଏହି ପ୍ରଶ୍ନର ଉତ୍ତର ଭାବେ ଲୋକଙ୍କୁ ଚାରୋଟି ବିକଳ୍ପ ଦିଆଯାଇଥିଲା। 

ଏହି ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୧୨%  ଲୋକ କହିଛନ୍ତି ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ଲଢି ଅସାଦୁଦ୍ଦିନ ଓୱେସୀ ତାଙ୍କ ଦଳୀୟ ସଙ୍ଗଠନକୁ ମଜବୁତ କରୁଛନ୍ତି। ସେହିପରି ୩୦% ଲୋକ କହିଛନ୍ତି ଅସାଦୁଦ୍ଦିନଙ୍କ ଓୱେସୀଙ୍କ ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଭୋଟ ବିଭାଜନକାରୀ ଭାବେ ଉଭା ହୋଇଛି। ସର୍ଭେରେ ଭାଗ ନେଇଥିବା ୨୨% ଲୋକ କହିଛନ୍ତି ଏହି ନିର୍ବାଚନରେ ଅସାଦୁଦ୍ଦିନ ଓୱେସୀଙ୍କୁ ଗୁଜୁରାଟି ମୁସଲମାନଙ୍କ ସମର୍ଥନ ମିଳିଛି। ଏହି ଏକଜିଟ୍ ପୋଲ ଫଳାଫଳ ଅନୁଯାୟୀ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସର୍ବାଧିକ ୩୬ ପ୍ରତିଶତ ଲୋକ ଏହି ସର୍ଭେରେ ପଚରା ଯାଇଥିବା ପ୍ରଶ୍ନର କୌଣସି ସ୍ପଷ୍ଟ ଜବାବ ଦେଇ ପାରିନାହାଁନ୍ତି।  ଦ୍ୱନ୍ଦ୍ୱର ଅବସ୍ଥା ଦେଖାଇଛନ୍ତି, ଯଥା 

ବିଜେପି ବିରୋଧୀ ଦଳ ପକ୍ଷରୁ ତାଙ୍କ ଦଳକୁ ଭୋଟ ବିଭାଜନକାରୀ ଭାବେ ଦର୍ଶାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଏନେଇ ଗଣମାଧ୍ୟରେ ରଖି ପ୍ରତିକ୍ରିୟା ରଖି ଅସାଦୁଦ୍ଦିନ ଓୱେସୀ କହିଛନ୍ତି 
୨୦୨୨ ପୂର୍ବରୁ ଏଆଇଏମଆଇଏମ କୌଣସି ବିଧାନସଭା ନିର୍ବାଚନ ଲଢିନାହିଁ। ହେଲେ ଆମେ ଆସିବା ଆଗରୁ କଂଗ୍ରେସ କାହିଁକି ବିଜେପିକୁ ଗୁଜୁରାଟରେ କଂଗ୍ରେସ ହରାଇ ପାରିଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମ ମୁଖ୍ୟ। 

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨: କେଉଁ ଦଳ ପାଇବ କେତେ ଆସନ ପାଇବ?

  • Zee News BARC ଏକଜିଟ୍ ପୋଲ ରିପୋର୍ଟ  ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁମତ ସହିତ ରାଜ୍ୟର ସରକାର ଗଠନ କରୁଛି। ଏହି ନିର୍ବାଚନରେ ବିଜେପି ୧୧୦-୧୨୫, କଂଗ୍ରେସ ୪୬-୬୦ ଏବଂ ଆମ ଆଦମୀ ପାର୍ଟି ୧-୫ ସିଟ୍ ପାଇପାରେ।
  • ABP News-C Voter ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୨୮-୧୪୦, କଂଗ୍ରେସ ୩୧-୪୩ ଏବଂ ଆମ ଆଦମୀ ପାର୍ଟି ୩-୧୧ ସିଟ୍ ପାଇପାରେ।
  • India Today- Axis My India ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୨୯-୧୫୧, କଂଗ୍ରେସ ୧୬-୩୦ ଏବଂ ଆମ ଆଦମୀ ପାର୍ଟି ୯-୨୧ ସିଟ୍ ପାଇପାରେ।
  • India TV-Matrize  ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୧୨-୧୨୧, କଂଗ୍ରେସ ୫୧-୬୧ ଏବଂ ଆମ ଆଦମୀ ପାର୍ଟି ୪-୭ ସିଟ୍ ପାଇପାରେ।
  • News24 Todays Chanakya ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୫୦, କଂଗ୍ରେସ ୧୯ ଏବଂ ଆମ ଆଦମୀ ପାର୍ଟି ୧୧ ସିଟ୍ ପାଇପାରେ।
  • News X ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୧୭-୧୪୦, କଂଗ୍ରେସ ୩୪-୫୧ ଏବଂ ଆମ ଆଦମୀ ପାର୍ଟି ୬-୧୩ ସିଟ୍ ପାଇପାରେ।
  • Republic P-MARQ ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୨୮-୧୪୮, କଂଗ୍ରେସ ୩୦-୪୨ ଏବଂ ଆମ ଆଦମୀ ପାର୍ଟି ୨-୧୦ ସିଟ୍ ପାଇପାରେ।
  • Times Now-ETG ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୩୫-୧୪୫, କଂଗ୍ରେସ  ୨୪-୩୪ ଏବଂ ଆମ ଆଦମୀ ପାର୍ଟି ୬-୧୬ ସିଟ୍ ପାଇପାରେ।
  • TV9 Gujarati ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୨୫-୧୩୦, କଂଗ୍ରେସ  ୪୦-୫୦ ଏବଂ ଆମ ଆଦମୀ ପାର୍ଟି ୩-୫ ସିଟ୍ ପାଇପାରେ।
  • Jan Ki Baat ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୧୧୭-୧୪୦, କଂଗ୍ରେସ ୩୪-୫୧ ଏବଂ ଆମ ଆଦମୀ ପାର୍ଟି ୬-୧୩ ସିଟ୍ ପାଇପାରେ।