Gujarat Politics: ଅରବିନ୍ଦ କେଜ୍ରିୱାଲ କାର୍ଯ୍ୟକ୍ରମରେ ଲାଗିଲା 'ମୋଦି-ମୋଦି' ନାରା, ପ୍ରତିକ୍ରିୟା ରଖିଲେ ଆପ୍ ସଂଯୋଜକ
Advertisement

Gujarat Politics: ଅରବିନ୍ଦ କେଜ୍ରିୱାଲ କାର୍ଯ୍ୟକ୍ରମରେ ଲାଗିଲା 'ମୋଦି-ମୋଦି' ନାରା, ପ୍ରତିକ୍ରିୟା ରଖିଲେ ଆପ୍ ସଂଯୋଜକ

Arvind Kejriwal Road Show: ରବିବାର ଆପ ସଂଯୋଜନ ଅରବିନ୍ଦ କେଜ୍ରିୱାଲଙ୍କ ରୋଡ ଶୋ କାର୍ଯ୍ୟକ୍ରମ କରିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି। ରୋଡ ଶୋ ସମୟରେ ବିଜେପି କର୍ମକର୍ତ୍ତ 'ମୋଦି-ମୋଦି' ଏବଂ 'ଜୟ ଶ୍ରୀରାମ' ସ୍ଲୋଗାନ ଦେଇଥିଲେ। ଏହି ଘଟଣାକୁ ନେଇ ଆପ୍-ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

Gujarat Politics: ଅରବିନ୍ଦ କେଜ୍ରିୱାଲ କାର୍ଯ୍ୟକ୍ରମରେ ଲାଗିଲା 'ମୋଦି-ମୋଦି' ନାରା, ପ୍ରତିକ୍ରିୟା ରଖିଲେ ଆପ୍ ସଂଯୋଜକ

Gujarat Assembly Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଚାଲିଛି ନିର୍ବାଚନ ପ୍ରଚାର। ଏହି କ୍ରମରେ ଗତ ରବିବାର ଗୁଜୁରାଟ ପଞ୍ଚମହଲ ଅଞ୍ଚଳରେ ଦଳୀୟ ପ୍ରଚାର କରିବାକୁ ପହଞ୍ଚିଥିଲେ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ହେଲେ ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ରୋଡ ଶୋ କାର୍ଯ୍ୟକ୍ରମରେ ପହଞ୍ଚି ବିଜେପି କର୍ମକର୍ତ୍ତ 'ମୋଦି-ମୋଦି' ଏବଂ 'ଜୟ ଶ୍ରୀରାମ' ସ୍ଲୋଗାନ ଦେଇଥିଲେ। ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଘଟଣାସ୍ଥଳରେ ଆମ ଆଦମୀ ପାର୍ଟି କର୍ମକର୍ତ୍ତା ଏବଂ ପୋଲିସ ଉପସ୍ଥିତ ଥିଲେ। ଏହି କାରଣରୁ ଉଭୟ ଆପ୍-ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ (AAP Convener Arvind Kejriwal) ଗୁଜୁରାଟ ପଞ୍ଚମହଲ (Gujarat Panchmahal Region) ହାଲୋଲ (Halol) ଅଞ୍ଚଳରେ ରୋଡ ଶୋ (Arvind Kejriwal Road Show) କରୁଥିଲେ। ତାଙ୍କ ରୋଡ୍ ଶୋ ତିନି ରାସ୍ତା ଚୌକ ଠାରେ ପହଞ୍ଚିଥିଲା। ସେଠାରେ ଥିବା ପୋଲିସ ପୋଷ୍ଟ ନିକଟରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi Chief Minister) କହିଛନ୍ତି ଯେଉଁମାନେ ଗୁଣ୍ଡାଗର୍ଦ୍ଦି କରିବାକୁ ଚାହୁଁଛନ୍ତି ସେମାନେ ଅନ୍ୟ ଦଳକୁ ଚାଲି ଯାଆନ୍ତୁ। ଅନ୍ୟପକ୍ଷରେ ଯେଉଁମାନେ ନିଜ ଅଞ୍ଚଳରେ ଭଲ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବାକୁ ଚାହୁଁଛନ୍ତି, ସେମାନେ ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଆବଶ୍ୟକ। ବିଧାନସଭା ନିର୍ବାଚନରେ ​​ଜିତିବା ପରେ ସେ ଗୁଜରାଟର ଭବିଷ୍ୟତ ଉଜ୍ଜ୍ୱଳ କରିଦେବେ।

ତାଙ୍କ ଭାଷଣ ସମୟରେ କିଛି ଦୂରରେ ଛିଡ଼ା ହୋଇଥିବା କିଛି ବିଜେପି କର୍ମକର୍ତ୍ତା (BJP) 'ମୋଦି-ମୋଦି' (Modi Modi Slogan) ଏବଂ 'ଜୟ ଶ୍ରୀରାମ' (Jay Shreeram) ସ୍ଲୋଗାନ ଦେଇଥିଲେ। ବିଜେପି କର୍ମକର୍ତ୍ତାଙ୍କ ନାରାବାଜିରେ ବିଚଳିତ ହୋଇଉଠି ଆପ୍ କର୍ମକର୍ତ୍ତା (AAP Worker) ସେମାନଙ୍କ ଆଡକୁ ଚାହିଁଥିଲେ। ମାହୋଲ ବିଗୁଡୁଥିବାର ଦେଖି ଗୁଜୁରାଟ ପୋଲିସ (Gujarat Police) ଅଧିକାରୀ ତୁରନ୍ତ ବିଜେପି କର୍ମକର୍ତ୍ତାଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଶାନ୍ତ ରହିବାକୁ କହିଥିଲେ। ପୋଲିସ ଚାଲିଯିବା ମାତ୍ରେ ବିଜେପି କର୍ମକର୍ତ୍ତା ପୁନର୍ବାର 'ମୋଦି-ମୋଦି' ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବିଜେପି କର୍ମକର୍ତ୍ତାଙ୍କ ନାରାବାଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାନରେ ମଧ୍ୟରେ ପଡ଼ିଥିଲା। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଯେଉଁମାନେ ସ୍ଲୋଗାନ ଦେଉଛନ୍ତି ଏବଂ ସେ ସେମାନଙ୍କୁ ତାଙ୍କ ଦଳକୁ ଆଣିବା ସହ ସେମାନଙ୍କ ହୃଦୟ ଜିତିବେ। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022) ଲାଗି ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ମତଦାନ। ଡିସେମ୍ବର ୧ ତାରିଖ ପ୍ରଥମ ପର୍ଯ୍ୟାୟରେ ୮୯ ଏବଂ ୫ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନ ଲାଗି ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଏହି ନିର୍ବାଚନରେ ​​ମୋଟ ୪.୯୧ କୋଟି ଭୋଟର ସେମାନଙ୍କ ମତାଧିକାରୀ ସାବ୍ୟସ୍ତ କରିବେ।