Gujarat Assembly Election 2022: ମୋଦି ମ୍ୟାଜିକ ସହୟତାରେ ଗଡ଼ ଦଖଲ କରିବ ବିଜେପି
Advertisement
Article Detail0/zeeodisha/odisha1209252

Gujarat Assembly Election 2022: ମୋଦି ମ୍ୟାଜିକ ସହୟତାରେ ଗଡ଼ ଦଖଲ କରିବ ବିଜେପି

ଦଳର କେନ୍ଦ୍ରୀୟ ନେତୃତ୍ୱ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ପ୍ରୟାସ କରୁଛନ୍ତି।

Gujarat Assembly Election 2022: ମୋଦି ମ୍ୟାଜିକ ସହୟତାରେ ଗଡ଼ ଦଖଲ କରିବ ବିଜେପି

Gujarat Assembly Election 2022: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଗୁଜରାଟ ବିଧାନସଭା ନିର୍ବାଚନ। ହେଲେ ଏଥର ବିଜେପି ୨୦୧୭ ଭଳି କୌଣସି ବିପଦ ଉଠାଇବାକୁ ଚାହୁଁନାହିଁ। ଏନେଇ କୁହାଯାଉଛି ଯଦି ୨୦୧୭ ବିଧାନସଭା ନିର୍ବାଚନ ଶେଷ ଆଡକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର ଅଭିଯାନରେ ସାମିଲ ନ ହୋଇଥାନ୍ତେ ତାହେଲେ ବିଜେପି ସେଠାରେ ସରକାର ଗଠନ କରି ପାରି ନଥାନ୍ତା। ଏଥର ବିଜେପି ଗତ ୨୦୧୭ ନିର୍ବାଚନ ଭଳି କୌଣସି ବିପଦକୁ ମୁଣ୍ଡାଇକୁ ପ୍ରସ୍ତୁତ ନାହିଁ। ନିର୍ବାଚନର କିଛି ମାସ ପୂର୍ବରୁ ବିଜେପି ନେତୃବୃନ୍ଦ ସ୍ଥିତି ସମ୍ଭାଳିବା ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କ୍ରମାଗତ ଭାବେ ଦିଲ୍ଲୀ ଠାରୁ ଗୁଜରାଟ ପର୍ଯ୍ୟନ୍ତ ବୈଠକ କରି ନିର୍ବାଚନ ରଣନୀତି ଉପରେ ଆଲୋଚନା କରୁଛନ୍ତି। ଗୁଜୁରାଟ ଗସ୍ତ ରାଲି, କାର୍ଯ୍ୟକ୍ରମ ଏବଂ ରୋଡ ଶୋ କାର୍ଯ୍ୟକ୍ରମ କରୁଛନ୍ତି। ଏହା ସହିତ ଦଳର କେନ୍ଦ୍ରୀୟ ନେତୃତ୍ୱ ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ପ୍ରୟାସ କରୁଛନ୍ତି।

ବିଜେପି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ତଥା ଏବଂ ଦଳୀୟ ସରକାରଙ୍କ ସଫଳତାକୁ ଆଧାର କରି ଏଥରର ବିଧାନସଭା ନିର୍ବାଚନରେ ମୋଟ ୧୮ ସିଟ୍ ମଧ୍ୟରୁ ୧୫୦ ଆସନ ହାତେଇବାର ଲକ୍ଷ୍ୟ ରଖିଛି। ଯଦିଓ ଦଳ ୧୯୯୫ ମସିହାରୁ କ୍ରମାଗତ ଭାବେ ରାଜ୍ୟରେ ସରକାର ଗଠନ କରିଆସୁଛି। ବିଜେପି ଏପର୍ଯ୍ୟନ୍ତ ୧୨୭ କିମ୍ବା ଏହା ଠାରୁ ଅଧିକ ସିଟ୍ ଜିତି ନାହିଁ। ୧୯୯୫, ୧୯୯୮, ୨୦୦୨, ୨୦୦୭, ୨୦୧୨ କ୍ରମାଗତ ଭାବେ ପାଞ୍ଚଟି ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୧୮୨ ସିଟ୍  ମଧ୍ୟରୁ ୧୧୫-୧୨୭ ସିଟ୍ ଜିତି ବିଜେପି  ଏଠାରେ ସରକାର ଗଠନ କରିଛି। ହେଲେ ୨୦୧୪ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ରାଜୀନୀତିରେ ସକ୍ରିୟ ରହିବା ପରେ ଗତ ୨୦୧୭ ବିଧାନସଭା ନିର୍ବାଚନରେ ​​ବିଜେପି ୧୦୦ ରୁ କମ୍ ସିଟ୍ ପାଇଛି। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଦଳ କେବଳ ୯୯ ଆସନ ହାତେଇଥିଲା। ଏହାକୁ ନଜରରେ ବିଜେପି ଏଥର କୌଣସି ବିପଦ ଉଠାଇବାକୁ ଚାହୁଁନାହିଁ।

ଏଥର ୧୫୦ ସିଟ୍ ହାତେଇବା ଲକ୍ଷ୍ୟ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବିଜେପି ଏଥର ଏହାର ପାରମ୍ପାରିକ ସହରୀ ମତଦାତା ସହ ଆଦିବାସୀ, ଓବିସି, ଦଳିତ ଏବଂ ପଟିଦାର ବର୍ଗର ସମର୍ଥନ ହାସଲ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏନେଇ ନିଜେ ପ୍ରଧାନମନ୍ତ୍ରୀ ମୋଦି ପାରମ୍ପାରିକ କଂଗ୍ରେସ ଗଡ଼ ଭାବେ ଜଣାଶୁଣା ଆଦିବାସୀ ବହୁଳ ଅଞ୍ଚଳ ଦାହୋଡ ପରିଦର୍ଶନ କରି ଦଳ ଲାଗି ଆଦିବାସୀ ମତଦାତାଙ୍କ ସମର୍ଥନ ଜୁଟାଇବାକୁ ପ୍ରୟାସ କରିଛନ୍ତି। 

ମୋଟ ୧୮୨ ସିଟ୍ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ ୨୭ ଆସନ ଅନୁସୂଚିତ ଜନଜାତି ଏବଂ ୧୩ ଆସନ ଅନୁସୂଚିତ ଜାତି ଲାଗି ସଂରଂକ୍ଷିତ ରହିଛି। ରାଜ୍ୟର ବନାସାକାଣ୍ଠା, ସାବରକାଣ୍ଠା, ଅରାବଲ୍ଲୀ, ମହିସାଗର, ପଞ୍ଚମକାଲ ଦହୋଦ, ଛୋଟାଉଦେପୁର, ନର୍ମଦା, ଭରୁଚ, ତାପି, ଭାଲସାଦ, ନବସାରୀ, ଡାଙ୍ଗ, ସୁରତ ପ୍ରଭୃତି ଜିଲ୍ଲାରେ ନିର୍ବାଚନ ଆଦିବାସୀ ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ନିକଟରେ ରାଜ୍ୟ ରାଡନୀତିରେ ଚର୍ଚ୍ଚିତ  ଚେହେରା ହର୍ଦ୍ଦିକ ପଟେଲ ଦଳରେ ସାମିଲ ହେବା ପରେ ରାଜ୍ୟର ପ୍ରାୟ ୧୨ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ପଟିଦାର ସମ୍ପ୍ରଦାୟର ସମର୍ଥନ ହାତେଇବାକୁ ବିଜେପି ଯୋଜନା କରିଛି। ଏନେଇ କୁହାଯାଉଛି ଯେ ଆଗାମୀ ଦିନରେ ବିଭିନ୍ନ ସମ୍ପ୍ରଦାୟର ବହୁ ଲୋକପ୍ରିୟ ନେତା ଦଳରେ ଯୋଗ ଦେଇପାରନ୍ତି।

ଗତ ୨୦୧୭ ବିଧାନସଭା ନିର୍ବାଚନରେ ​​ବିଜେପି କେବଳ ୯୯ ସିଟ୍ ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ​କଂଗ୍ରେସ ୭୭ ଆସନ ଜିତିଥିଲା। ଏହି ନିର୍ବାଚନରେ ବିଜେପି ୪୯ ଏବଂ କଂଗ୍ରେସ ୪୧.୫% ଭୋଟ୍ ପାଇଥିଲା। ଦଳର ପାରମ୍ପରିକ ଗଡ଼ରେ ଏପରି ଝଟକା ପାଇବା ପରେ ବିଜେପି ଏହାର ନେତୃତ୍ୱ ବଦଳାଇକୁ ପଛାଇ ନଥିଲା। ହେଲେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ୧୫୦ ସିଟ୍ ଜିତିବାର ଲକ୍ଷ୍ୟ ରଖିଛି ଦଳ। 

ଗୁଜରାଟ ଏକ ଶକ୍ତିଶାଳୀ ବିଜେପି ଗଡ଼ ସହ ଦଳର ପ୍ରୟୋଗାଶାଳା ଭାବେ ଗଣନା କରାଯାଏ | ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୃହ ରାଜ୍ୟ ହୋଇଥିବାରୁ ଗୁଜୁରାଟ ମଧ୍ୟ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥର ବିଜେପି ନେତୃତ୍ୱ ନିଜେ ରାଜ୍ୟ ବିଧାନସଭା ନିର୍ବାଚନର ରଣନୀତି କାର୍ଯ୍ୟକାରୀ କରିବାର ଦାୟିତ୍ୱ ନେଇଛନ୍ତି ଏବଂ ଏଥର ସମ୍ପୂର୍ଣ୍ଣ ସହିତ ପ୍ରବେଶ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। 

Also Read: ପ୍ରୟୋଗଶାଳାରେ ବିଜେପି କୁ ମାତ୍ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି କଂଗ୍ରେସ-ଆପ୍