ଗୁଲାମ ନବୀ ଆଜାଦଙ୍କ କଂଗ୍ରେସ ଛାଡ଼ିବାକୁ ନେଇ ବିଜେପି ଦେଲା ବଡ଼ ବୟାନ, ଜାଣନ୍ତୁ କ'ଣ କହିଲା ଦଳ
Advertisement
Article Detail0/zeeodisha/odisha1320490

ଗୁଲାମ ନବୀ ଆଜାଦଙ୍କ କଂଗ୍ରେସ ଛାଡ଼ିବାକୁ ନେଇ ବିଜେପି ଦେଲା ବଡ଼ ବୟାନ, ଜାଣନ୍ତୁ କ'ଣ କହିଲା ଦଳ

Ghulam Nabi Azad Resigns: ବିଜେପି ନିଜ ଟ୍ୱିଟରେ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ଚିଠିର ଏକ କପି ମଧ୍ୟ ସଂଲଗ୍ନ କରିଛି । ବିଜେପି ତରଫରୁ ମଧ୍ୟ ଏହି ଚିଠିର ଏକ ଲାଇନକୁ ହାଇଲାଇଟ କରାଯାଇଛି । ଯାହା ଅନୁଯାୟୀ, "ଭାରତ ଯୋଡ଼ ଯାତ୍ରା ପୂର୍ବରୁ ନେତୃତ୍ୱଙ୍କୁ କଂଗ୍ରେସ ଯୋଡ଼ କରିବାର ଆବଶ୍ୟକତା ରହିଛି ।" 

ଗୁଲାମ ନବୀ ଆଜାଦଙ୍କ କଂଗ୍ରେସ ଛାଡ଼ିବାକୁ ନେଇ ବିଜେପି ଦେଲା ବଡ଼ ବୟାନ, ଜାଣନ୍ତୁ କ'ଣ କହିଲା ଦଳ

ନୂଆଦିଲ୍ଲୀ: Ghulam Nabi Azad Resigns: କଂଗ୍ରେସର (Congress) ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad) ଦଳ ଛାଡିବା ନେଇ ଭାରତୀୟ ଜନତା ପାର୍ଟି (BJP) ପ୍ରତିକ୍ରିୟା ରଖିଛି । କଂଗ୍ରେସକୁ କଟାକ୍ଷ କରି ବିଜେପି ଟ୍ୱିଟ୍ କରିଛି । ବିଜେପି ଲେଖିଛି, "ଆମେ ଦେଶକୁ ଯୋଡ଼ୁଛୁ, ଆପଣ କଂଗ୍ରେସ ଯୋଡ଼ନ୍ତୁ ଦରବାରୀମାନେ ।"

ବିଜେପି ନିଜ ଟ୍ୱିଟରେ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ଚିଠିର ଏକ କପି ମଧ୍ୟ ସଂଲଗ୍ନ କରିଛି । ବିଜେପି ତରଫରୁ ମଧ୍ୟ ଏହି ଚିଠିର ଏକ ଲାଇନକୁ ହାଇଲାଇଟ କରାଯାଇଛି । ଯାହା ଅନୁଯାୟୀ, "ଭାରତ ଯୋଡ଼ ଯାତ୍ରା ପୂର୍ବରୁ ନେତୃତ୍ୱଙ୍କୁ କଂଗ୍ରେସ ଯୋଡ଼ କରିବାର ଆବଶ୍ୟକତା ରହିଛି ।" ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ନେଇ ବିଜେପି ନେତା ଶାହନାୱାଜ ହୁସେନ୍‌ ଟ୍ୱିଟ୍‌ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେ ଲେଖିଛନ୍ତି ଯେ, "ପର୍ଯ୍ୟାୟକ୍ରମେ ସମସ୍ତେ କଂଗ୍ରେସ ଠାରୁ ଅଲଗା ହେଉଛନ୍ତି । ସ୍ୱାଧୀନତା ସଂଗ୍ରାମ ଲଢ଼ିଥିବା ଦାବି କରୁଥିବା କଂଗ୍ରେସରୁ ତାର ବରିଷ୍ଠ ନେତା ହିଁ ଆଜାଦ ହେବାକୁ ଚାହୁଁଛନ୍ତି । ଗୁଲାମ ନବୀ ସାହେବ, କଂଗ୍ରେସରୁ ଆଜାଦ ହୋଇଯାଇଛନ୍ତି ।" ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ଉପରେ ବିଜେପି ନେତା କୁଲଦୀପ ବିଷ୍ଣୋଇ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିଲା ବଡ଼ ଝଟକା! ଦଳ ଛାଡ଼ିଲେ ଗୁଲାମ ନବୀ ଆଜାଦ

ଏହା ବି ପଢ଼ନ୍ତୁ:-ଭାରତ ପାଇଁ ୨ଟି ବହୁତ ବଡ଼ ଖୁସି ଖବର ତ ଚୀନର ବଢ଼ୁଛି ସଙ୍କଟ

ଏହା ବି ପଢ଼ନ୍ତୁ:-ଋଷ ପାଇଁ ସଙ୍କଟରେ ପାକିସ୍ତାନ ସେନା! ଚୀନ ବି ଦେଲା ଧୋକା

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, କୁଲଦୀପ ବିଷ୍ଣୋଇ କହିଛନ୍ତି ଯେ, "ମୋର ଏହା କହିବା ଭୁଲ ହେବ ନାହିଁ କି କଂଗ୍ରେସ ନିଜକୁ ବର୍ବାଦ କରିବା ଦିଗରେ ଅଛି । ସେ ସୁସାଇଡ୍ ମୋଡରେ ଅଛି । ରାହୁଲ ଗାନ୍ଧୀ ନିଜର ଅହଂକାରକୁ ଦୂରେଇ ରଖିନ୍ତୁ, ଏହା ମୋର ପରାମର୍ଶ । ଗୁଲାମ ନବୀ ଆଜାଦଙ୍କୁ ବିଜେପିକୁ ସ୍ୱାଗତ କରୁଛି । ଯଦି ଦଳ ମୋତେ କୁହନ୍ତି, ତେବେ ମୁଁ ତାଙ୍କୁ ଦଳରେ ଯୋଗଦେବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିପାରିବି ।"

ଏଠାରେ କହି ରଖୁଛୁ ଯେ, ଦୀର୍ଘ ଦିନ ଧରି କଂଗ୍ରେସ ଉପରେ ଗୁଲାମ ନବୀ ଆଜାଦ ଅସନ୍ତୋଷ ଥିଲେ । ସେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩ ଗୋଷ୍ଠୀରେ ମଧ୍ୟ ସାମିଲ ଥିଲେ । ଜି-23 ଗୋଷ୍ଠୀ କ୍ରମାଗତ ଭାବରେ କଂଗ୍ରେସରେ ଅନେକ ପରିବର୍ତ୍ତନ ଆଣିବାକୁ ଦାବି କରିଆସୁଛି । ଏହାପୂର୍ବରୁ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା କପିଲ ସିବଲ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ସମାଜବାଦୀ ପାର୍ଟି ରାଜ୍ୟସଭାକୁ ପଠାଇଛନ୍ତି ।  

ଆଜାଦଙ୍କ ଅସନ୍ତୋଷ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ତାଙ୍କୁ ଦଳ ପ୍ରଚାର କମିଟିର ଅଧ୍ୟକ୍ଷ କରିବାର କିଛି ଘଣ୍ଟା ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ସୋନିଆ ଗାନ୍ଧୀ ଚାହୁଁଥିଲେ ଯେ କଂଗ୍ରେସ ଆଜାଦଙ୍କ ନେତୃତ୍ୱରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁ । ସେଥିପାଇଁ ତାଙ୍କୁ ନିର୍ବାଚନ ପ୍ରଚାର କମିଟିର ସଭାପତି କରାଯାଇଥିଲା । କିନ୍ତୁ ଗୁଲାମ ନବୀ ଏହି ପଦ ପାଇବା ପରେ ମାତ୍ର କିଛି ଘଣ୍ଟା ପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ସେବେଠାରୁ ରାଜନୈତିକ ମହଲରେ ତାଙ୍କୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା ।