ଗୁଲାମ ନବୀ ଆଜାଦ: ଗାନ୍ଧୀ ପରିବାରର ଅତି ନିକଟତର ହେବାଠାରୁ ପିଏମ ମୋଦିଙ୍କ ପ୍ରଶଂସା ପର୍ଯ୍ୟନ୍ତ, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା ବିଷୟରେ
Advertisement

ଗୁଲାମ ନବୀ ଆଜାଦ: ଗାନ୍ଧୀ ପରିବାରର ଅତି ନିକଟତର ହେବାଠାରୁ ପିଏମ ମୋଦିଙ୍କ ପ୍ରଶଂସା ପର୍ଯ୍ୟନ୍ତ, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା ବିଷୟରେ

Ghulam Nabi Azad: ଗୁଲାମ ନବୀ ଆଜାଦ ୧୯୭୩ ମସିହାରେ ଭାଲସ୍ୱାରେ ବ୍ଲକ କଂଗ୍ରେସ କମିଟିର ସଚିବ ହୋଇଥିଲେ । ସେ ଏଠାରୁ ରାଜନୀତି ଆରମ୍ଭ କରିଥିଲେ । ଏହା ପରେ କଂଗ୍ରେସ ତାଙ୍କୁ ଯୁବ କଂଗ୍ରେସର ସଭାପତି କରିଥିଲା । ୧୯୮୦ ମସିହାରେ ଗୁଲାମ ନବୀ ଆଜାଦଙ୍କ ପାଇଁ ମହତ୍ୱ ରହିଥିଲା, କାରଣ ମହାରାଷ୍ଟ୍ରର ୱାଶିମ୍ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ତାଙ୍କୁ ସାଂସଦ ଟିକେଟ ଦେଇଥିଲା ।

ଗୁଲାମ ନବୀ ଆଜାଦ: ଗାନ୍ଧୀ ପରିବାରର ଅତି ନିକଟତର ହେବାଠାରୁ ପିଏମ ମୋଦିଙ୍କ ପ୍ରଶଂସା ପର୍ଯ୍ୟନ୍ତ, ଜାଣନ୍ତୁ ତାଙ୍କର ରାଜନୈତିକ ଯାତ୍ରା ବିଷୟରେ

ନୂଆଦିଲ୍ଲୀ: Ghulam Nabi Azad: କଂଗ୍ରେସ (Congress) ର ଜଣେ ବଡ଼ ଚେହେରା ତଥା ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳର ନେତା ଗୁଲାବ ନବୀ ଆଜାଦ (Ghulam Nabi Azad) ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡିଛନ୍ତି । ଗୁଲାମ ନବୀ ଆଜାଦ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କ ନିକଟକୁ ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ଏଠାରେ ଆମେ ଆପଣଙ୍କୁ କହୁ ରଖୁଛୁ ଯେ, ଗାନ୍ଧୀ ପରିବାରର ନିକଟତର ବ୍ୟକ୍ତିମାନଙ୍କ ମଧ୍ୟରେ ଅନ୍ୟତମ ଥିବା ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସ ଥରେ ମହାରାଷ୍ଟ୍ରରୁ ସାଂସଦ କରିଥିଲା । ରାଜ୍ୟସଭାରୁ ଅବସର ନେବାବେଳେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଥିଲେ । ଆସନ୍ତୁ ଜାଣିବା ମହାରାଷ୍ଟ୍ରର ସାଂସଦ ନିର୍ବାଚନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତର ରାଜନୈତିକ ଯାତ୍ରା ବିଷୟରେ...

ଗୁଲାମ ନବୀ ଆଜାଦ ୧୯୭୩ ମସିହାରେ ଭାଲସ୍ୱାରେ ବ୍ଲକ କଂଗ୍ରେସ କମିଟିର ସଚିବ ହୋଇଥିଲେ । ସେ ଏଠାରୁ ରାଜନୀତି ଆରମ୍ଭ କରିଥିଲେ । ଏହା ପରେ କଂଗ୍ରେସ ତାଙ୍କୁ ଯୁବ କଂଗ୍ରେସର ସଭାପତି କରିଥିଲା । ୧୯୮୦ ମସିହାରେ ଗୁଲାମ ନବୀ ଆଜାଦଙ୍କ ପାଇଁ ମହତ୍ୱ ରହିଥିଲା, କାରଣ ମହାରାଷ୍ଟ୍ରର ୱାଶିମ୍ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ତାଙ୍କୁ ସାଂସଦ ଟିକେଟ ଦେଇଥିଲା । ଏଠାରେ ଗୁଲାମ ନବୀ ଆଜାଦ ୧ ଲକ୍ଷ ୯୭ ହଜାର ୮୨୨ ଭୋଟ ପାଇ ଜିତିଲେ । ସେ ତାଙ୍କର ନିକଟତମ ଭାରତୀୟ କଂଗ୍ରେସ ସମାଜବାଦୀ ପ୍ରାର୍ଥୀ ରାଠୌଡ ଗୋକୁଲଦାସ ଦେଖସିଂଙ୍କ ଅପେକ୍ଷା ପ୍ରାୟ ଦଶ ହଜାର ଅଧିକ ଭୋଟ ପାଇଥିଲେ । ଏହି ନିର୍ବାଚନରେ ​​ଗୋକୁଲଦାସ ୧ ଲକ୍ଷ ୮୭ ହଜାର ୪୬୩ ଭୋଟ୍ ପାଇଥିଲେ । ଗୁଲାମ ନବୀ ଆଜାଦ ୪୧.୧ ପ୍ରତିଶତ ଓ ରଠୌର ଗୋକୁଲଦାସ ୩୯ ପ୍ରତିଶତ ଭୋଟ୍ ପାଇଥିଲେ । ଏହି ନିର୍ବାଚନମଣ୍ଡଳୀରେ ମୋଟ ୪,୮୧,୨୬୪ ଭୋଟ୍ ପଡ଼ିଥିଲା ।

ଏହି ବିଜୟ ତାଙ୍କୁ ରାଜନୈତିକ କ୍ୟାରିୟରରେ ଏକ ଭଲ ଲକ୍ଷ୍ୟ ପ୍ରଦାନ କରିଥିଲା । ଏହା ପରେ ସେ ୧୯୮୨ ମସିହାରେ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ସାମିଲ ହୋଇଥିଲେ । ତାଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା । ଏହା ପରେ ୨୦୦୫ ମସିହାରେ ସେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିବାବେଳେ ଆଜାଦଙ୍କ ଯୋଗୁଁ ବିଧାନସଭା ନିର୍ବାଚନରେ ​​ଦଳ ୨୧ଟି ଆସନ ଜିତିଥିଲେ । ଏହି କାରଣରୁ କଂଗ୍ରେସ ରାଜ୍ୟର ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳ ହୋଇପାରିଥିଲା ।

ଏହି କ୍ରମରେ ୨୦୨୧ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଯେତେବେଳେ ଗୁଲାମ ନବୀ ଆଜାଦ ରାଜ୍ୟସଭାକୁ ବିଦାୟ ଦେଉଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଯାଇଥିଲେ । ରାଜନୈତିକ ମହଲରେ ଏହାର ଅନେକ ଅର୍ଥ ବାହାର କରାଯାଇଥିଲା । ସାଧାରଣତଃ ଯେତେବେଳେ ଜଣେ ସଦସ୍ୟ ଗୃହରୁ ଅବସର ଗ୍ରହଣ କରନ୍ତି, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତାମାନେ ସେହି ସଦସ୍ୟଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଆଜାଦଙ୍କୁ ଯେପରି ପ୍ରଶଂସା କରିଥିଲେ, ଏହା ବିରଳ କୁହାଯିବ । ଏହାପୂର୍ବରୁ ଆଜାଦଙ୍କ ସମେତ ଅଢ଼େଇ ଡଜନରୁ ଅଧିକ ନେତା ମଧ୍ୟ ଚିଠି ଲେଖି କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନର ସ୍ୱର ଉତ୍ତୋଳନ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ଗୃହ ଭିତରେ ଓ ଦଳରେ ମୁଁ ନିଜକୁ ଦାସ ବୋଲି ମନେ କରେ । ସେତେବେଳେ କଂଗ୍ରେସ ଭିତରେ ଓ ବାହାରେ କଳ୍ପନା ଜଳ୍ପନା ଜୋର ଧରିଥିଲା ଯେ ଗୁଲାମ ନବୀ ବର୍ତ୍ତମାନ କଂଗ୍ରେସରୁ ଆଜାଦ ହେବାକୁ ଫଡଫଡ୍ ହେଉଛନ୍ତି ।

ରାଜ୍ୟସଭାରୁ ଅବସର ନେବା ପରେ ଫେବୃଆରୀ ୨୦୨୧ର ଶେଷ ସପ୍ତାହରେ ଗୁଲାମ ନବୀ ଆଜାଦ ଜାମ୍ମୁରେ ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ମୁଁ ଅନେକ ନେତାଙ୍କ ଅନେକ ଜିନିଷ ପସନ୍ଦ କରେ । ମୁଁ ନିଜେ ଗାଁରରୁ ଆସିଥାଏ ଓ ମୁଁ ଗର୍ବିତ ଯେ ଆମର ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହନ୍ତି ଯେ ସେ ଗାଁରୁ ଆସନ୍ତି, କିଛି ନଥିଲା, ବାସନ ଧୋଉଥିଲେ, ଚା' ବିକ୍ରି କରୁଥିଲେ । ରାଜନୈତିକ ଦୃଷ୍ଟିରୁ ଆମେ ତାଙ୍କ ବିରୋଧୀ, କିନ୍ତୁ ଅନ୍ତତଃ ପକ୍ଷେ ଆମେ ଆମର ବାସ୍ତବତାକୁ ଲୁଚାଇ ନାହୁଁ । 

ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୨୮ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ଅକ୍ଟୋବର ୧ରୁ ବଦଳିଯିବ ବ୍ୟାଙ୍କିଙ୍ଗ ସହ ଜଡିତ ବଡ଼ ନିୟମ, ସାରା ଦେଶରେ ଗ୍ରାହକଙ୍କୁ କରିବ ପ୍ରଭାବିତ; RBI ଜାରି କଲା ସମୟସୀମା

 

ବର୍ତ୍ତମାନ ପର୍ଯ୍ୟନ୍ତର ରାଜନୈତିକ ଯାତ୍ରା

୧୯୮୦ ମସିହାରେ ଗୁଲାମ ନବୀ ଆଜାଦ ଜାମ୍ମୁ କାଶ୍ମୀର ରାଜ୍ୟ ଯୁବ କଂଗ୍ରେସର ସଭାପତି ହୋଇଥିଲେ ।

୧୯୮୦ ମହାରାଷ୍ଟ୍ରର ୱାଶିମ୍ ଲୋକସଭା ଆସନ ଜିତିଲା ।

୧୯୮୨ ମସିହାରେ ଗୁଲାମ ନବୀ ଆଜାଦ ଆଇନ ମନ୍ତ୍ରଣାଳୟରେ ଉପମନ୍ତ୍ରୀ ହୋଇଥିଲେ ।

୧୯୮୪ରେ ସେ ଅଷ୍ଟମ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।

୧୯୮୫-୮୯ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ କେନ୍ଦ୍ର ଉପମନ୍ତ୍ରୀ ଥିଲେ ।

୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ଆଜାଦ ରାଜ୍ୟସଭାର ସଦସ୍ୟ ଥିଲେ ।

ଏପ୍ରିଲ ୨୦୦୬ ରାଜ୍ୟ ଇତିହାସରେ ସର୍ବାଧିକ ସଂଖ୍ୟକ ଭୋଟ୍ ସହିତ ଜାମ୍ମୁ କାଶ୍ମୀର ବିଧାନସଭାକୁ ମନୋନୀତ ହୋଇଥିଲା ।

୨୦୦୮ ଭଦ୍ରୱାହରୁ ଜାମ୍ମୁ କାଶ୍ମୀର ବିଧାନସଭାକୁ ପୁନଃ ନିର୍ବାଚିତ ହୋଇଥିଲେ । ୨୯,୯୩୬ ଭୋଟ ବ୍ୟବଧାନରେ ଦୟା କୃଷ୍ଣଙ୍କୁ ପରାସ୍ତ କରିଥିଲେ ।

୨୦୦୮ରେ ଗୁଲାମ ନବୀ ଆଜାଦ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୨୦୦୯ ଚତୁର୍ଥ କାର୍ଯ୍ୟକାଳ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କରାଯାଇଥିଲା ।

୨୦୧୪ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ । 

୨୦୧୫ ପଞ୍ଚମ ଥର ପାଇଁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଥିଲେ ।

ସେ ଜୁନ୍ ୨୦୧୪-୧୫ ଫେବୃଆରୀ ଓ ଅଗଷ୍ଟ ୨୦୨୧ରୁ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିଲେ ।

ତାଙ୍କୁ ୟୁପିଏ-୨ ଶାସନ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା ।

ଗୁଲାମ ନବୀ ଆଜାଦ ନରସିଂହ ରାଓଙ୍କ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ ।

କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ଜି-23ର ସଦସ୍ୟ ଥିଲେ ।