ShivSena: ଧନୁ-ତୀର ଦାବି ଉଠାଇଲା ସିନ୍ଦେ ଗୋଷ୍ଠୀ, ଠାକରେ ଗୋଷ୍ଠୀକୁ ଜବାବ ମାଗିଲେ EC
Advertisement

ShivSena: ଧନୁ-ତୀର ଦାବି ଉଠାଇଲା ସିନ୍ଦେ ଗୋଷ୍ଠୀ, ଠାକରେ ଗୋଷ୍ଠୀକୁ ଜବାବ ମାଗିଲେ EC

Fight for Bow and Arrow: ଶନିବାର ସିନ୍ଦେ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ଦଳୀୟ ନିର୍ବାଚନ ସଙ୍କେତ ଧନୁ-ତୀର ପାଇବାକୁ ଦାବି ଜଣାଇଛି। ଅନ୍ୟପଟେ ରବିବାର ମଧ୍ୟାନ୍ନ ଦୁଇଟା ପର୍ଯ୍ୟନ୍ତ ନିଜର ପକ୍ଷ ରଖିବାକୁ ଠାକେର ଗୋଷ୍ଠୀକୁ ସମୟ ମିଳିଛି।

ShivSena: ଧନୁ-ତୀର ଦାବି ଉଠାଇଲା ସିନ୍ଦେ ଗୋଷ୍ଠୀ, ଠାକରେ ଗୋଷ୍ଠୀକୁ ଜବାବ ମାଗିଲେ EC

Shiv Sena Election Symbol: ପ୍ରକୃତ ଶିବସେନା କିଏ ସେ ନେଇ ପୁଣି ଥରେ ଆରମ୍ଭ ହୋଇଯାଇଛି ଲଢେଇ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଶିବସେନା ନିର୍ବାଚନ ପ୍ରତୀକ ଧନୁ-ତୀର ପାଇବାକୁ ନିଜର ଦାବି ଜଣାଇଛି। ଏହି ମାମଲାରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଶନିବାର ସୁଦ୍ଧା ଜବାବ ଦେବାକୁ ଉଦ୍ଧବ ଠାକରେଙ୍କୁ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛି।

ପ୍ରକୃତ ଶିବସେନା କିଏ? ଏନେଇ ଅକ୍ଟୋବର ୭ ତାରିଖ ଶନିବାର ସୁଦ୍ଧା ଜବାବ ଦାଖଲ କରିବାକୁ ଦଳର ଉଭୟ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହା ପରେ ସିନ୍ଦେ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି ଦଳୀୟ ନିର୍ବାଚନ ସଙ୍କେତ ଧନୁ-ତୀର ପାଇବାକୁ ଦାବି ଜଣାଇଛି। ଅନ୍ୟପଟେ ଏହି ମାମଲାରେ ଅକ୍ଟୋବର ୮ ତାରିଖ ମଧ୍ୟାନ୍ନ ଦୁଇଟା ପର୍ଯ୍ୟନ୍ତ ନିଜର ପକ୍ଷ ରଖିବାକୁ ଠାକେର ଗୋଷ୍ଠୀକୁ ସମୟ ଦେଇଛନ୍ତି ନିର୍ବାଚନ ଆୟୋଗ। 

ବର୍ତ୍ତମାନ ଏହି ମାମଲାରେ ନିର୍ବାଚନ ଆୟୋଗ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। ଏନେଇ କୁହାଯାଇଛି ଯେ ଉଭୟ ସିନ୍ଦେ କିମ୍ବା ଠାକରେ ଗୋଷ୍ଠୀ “ଶିବସେନା” ନାମ କିମ୍ବା ଦଳୀୟ ନିର୍ବାଚନ ପ୍ରତୀକ “ଧନୁ-ତୀର” ବ୍ୟବହାର କରିପାରିବେ ନାହିଁ।  

Also Read: Maharashtra Politics: ପ୍ରକୃତ ଶିବସେନା କିଏ? ଇସାରାରେ ଜଣାଇଦେଲେ ନିର୍ବାଚନ ଆୟୋଗ

ଗତ ୪ ତାରିଖରେ ନିର୍ବାଚନ ଆୟୋଗକୁ (Election Commission of India) ଏକ ପତ୍ର ଲେଖିଥିଲା ସିନ୍ଦେ ଗୋଷ୍ଠୀ (Shiv Sena Shinde Faction)। ଯେଉଁ ଶିବସେନା ନିର୍ବାଚନ ପ୍ରତୀକ (Shiv Sena Election Symbol) ଧନୁ-ତୀର (Bow and Arrow) ପ୍ରଦାନ କରିବାକୁ ଦାବି କରା ଯାଇଥିଲା। ସିନ୍ଦେ ଗୋଷ୍ଠୀ ଅନୁଭବ କରୁଛି ରାଜ୍ୟର ପୂର୍ବ ଅନ୍ଧେରୀ ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଠାକରେ ଗୋଷ୍ଠୀ (Shiv Sena Thackeray Faction) ଦଳୀୟ ନିର୍ବାଚନ ସଙ୍କେତର ଅପବ୍ୟବହାର କରିପାରେ। ଅର୍ଥାତ ଧନୁ ତୀର ଚିହ୍ନରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଠାକରେ ଗୋଷ୍ଠୀ। ହେଲେ ଏହି ନିର୍ବାଚନରେ ସିନ୍ଦେ ଗୋଷ୍ଠୀ ବଦଳରେ ପ୍ରାର୍ଥୀ ଛିଡ଼ା କରିଛି ସହଯୋଗୀ ବିଜେପି।

Also Read: Maharashtra Politics: କାହା ହାତକୁ ଯିବ ଧନୁ-ତୀର, କିଏ ମାରିବ ଧନୁ, କାହା ପାଖକୁ ଯିବ ତୀର?

ପୂର୍ବ ଅନ୍ଧେରୀ ଉପନିର୍ବାଚନ (Andheri East Assembly By Election 2022) ଲାଗି ନଭେମ୍ବର ୩ ତାରିଖରେ ହେବାକୁ ଯାଉଛି ମତଦାନ। ହେଲେ ଏହା ପୂର୍ବରୁ ଦଳୀୟ ସଙ୍କେତ ଉପରେ ନିଷ୍ପତ୍ତି ଚାହୁଁଛି ସିନ୍ଦେ ଗୋଷ୍ଠୀ। ଗତ ଜୁନ ମାସରେ ହୋଇଥିବା ବିଦ୍ରୋହ ପରେ ଶିବସେନା (Revolt in Shiv Sena) ଏବେ ୨ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ନିୟନ୍ତ୍ରଣରେ ରହିଛି। ଅନ୍ୟ ଗୋଷ୍ଠୀର ନେତୃତ୍ୱ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ (Shiv Sena President Uddhav Thackeray) ହାତରେ ଅଛି। ହେଲେ ଏହି ୨ ଗୋଷ୍ଠୀ ମଧ୍ୟରୁ ପ୍ରକୃତ ଶିବସେନା କିଏ ସେ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ। ଯଦିଓ ଉଭୟ ଗୋଷ୍ଠୀ ପରସ୍ପରକୁ ପ୍ରକୃତ ଶିବସେନା ବୋଲି ଦାବି କରିବା ସହ ଦଳର ନିର୍ବାଚନ ସଙ୍କେତ ଧନୁ ତୀର ଉପରେ ନିଜର ଅଧିକାର ଉପସ୍ଥାପନ କରୁଛନ୍ତି।