Electronic Voting Machine: ମତଦାନ ପରେ କୁଆଡେ ଯାଏ ଇଭିଏମ୍? କେତେ ଶକ୍ତିଶାଳୀ ହୋଇଥାଏ ଷ୍ଟ୍ରଙ୍ଗରୁମ୍ ସୁରକ୍ଷା?
Advertisement
Article Detail0/zeeodisha/odisha1950956

Electronic Voting Machine: ମତଦାନ ପରେ କୁଆଡେ ଯାଏ ଇଭିଏମ୍? କେତେ ଶକ୍ତିଶାଳୀ ହୋଇଥାଏ ଷ୍ଟ୍ରଙ୍ଗରୁମ୍ ସୁରକ୍ଷା?

How is the Strong Room Security: ନିର୍ବାଚନ ମତଦାନ ପ୍ରକ୍ରିୟାରେ ବ୍ୟବହୃତ ହୋଇଥିବା ଇଭିଏମ୍ ଭୋଟ ଗ୍ରହଣ ପରେ କୁଆଡେ ଯାଏ? କେତେ ଶକ୍ତିଶାଳୀ ହୋଇଥାଏ ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷା? 

 

Electronic Voting Machine: ମତଦାନ ପରେ କୁଆଡେ ଯାଏ ଇଭିଏମ୍? କେତେ ଶକ୍ତିଶାଳୀ ହୋଇଥାଏ ଷ୍ଟ୍ରଙ୍ଗରୁମ୍ ସୁରକ୍ଷା?

Where does the EVM go after polling: ଚଳିତ ବର୍ଷ ଦେଶର ୫ ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ଠାରେ ଅନୁଷ୍ଠିତ ହୋଇଯାଇଛି ବିଧାନସଭା ନିର୍ବାଚନ। ଏହି କ୍ରମରେ ଛତିଶଗଡ଼-ମିଜୋରାମ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ନଭେମ୍ବର ୭ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ଛତିଶଗଡ଼ର ୨୦ ଏବଂ ମିଜୋରାମର ସମସ୍ତ ୪୦ ଆସନ ଲାଗି ଲାଗି ହୋଇଥିଲା ମତଦାନ। ଆସନ୍ତା ୧୭ ତାରିଖରେ ଛତିଶଗଡ଼ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ସେହିପରି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ମତଦାନ ହୋଇସାରିବା ପରେ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। 

ଆପଣ ଦେଖିଥିବେ ଯେ ଦେଶରେ ଅନୁଷ୍ଠିତ ହୋଇଥିବା ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଲାଗି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବ୍ୟବହୃତ ହୋଇଥାଏ। ହେଲେ କ'ଣ ଆପଣ ଜାଣିଛନ୍ତି ମତଦାନ ପରେ କୁଆଡେ ଯାଏ ଇଭିଏମ୍? କେଉଁଠି ରଖାଯାଇଥାଏ ଇଭିଏମ? ଏହାର ଉତ୍ତର ହେଉଛି ଷ୍ଟ୍ରଙ୍ଗ ରୁମ୍। ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ ଷ୍ଟ୍ରଙ୍ଗ ରୁମ୍ କ'ଣ? ଇଭିଏମ ଷ୍ଟ୍ରଙ୍ଗ ରୁମ୍ ପର୍ଯ୍ୟନ୍ତ କିପରି ନିଆଯାଇଥାଏ? କିପରି ହୋଇଥାଏ ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା?

ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଶେଷ ହୋଇଯିବା  ମାତ୍ରେ ଇଭିଏମ୍ ତୁରନ୍ତ ପୋଲିଂ ବୁଥ ଠାରୁ ଷ୍ଟ୍ରଙ୍ଗ ରୁମ୍ ପର୍ଯ୍ୟନ୍ତ ନିଆଁଯାଏ ନାହିଁ। ଷ୍ଟ୍ରଙ୍ଗ ରୁମ୍ ଠାରେ ପହଞ୍ଚିବା ପୂର୍ବରୁ ପ୍ରିଜାଇଡିଂ ଅଫିସର ଯେଉଁ ଇଭିଏମ୍ ସହୟତାରେ ଭୋଟିଂ ହୋଇଥାଏ, ତାହାର ଭୋଟ ରେକର୍ଡ ପରୀକ୍ଷା କରିଥାନ୍ତି। ଏହା ପରେ ନିର୍ବାଚନ ଲଢୁଥିବା ସମସ୍ତ ପ୍ରାର୍ଥୀଙ୍କ ମତଦାନ ଏଜେଣ୍ଟ ଙ୍କୁ ଏକ ଯାଞ୍ଚ ହୋଇଥିବା କପି ଦିଆଯାଏ। ଏହା ପରେ ଇଭିଏମ୍ ସିଲ୍ କରାଯାଇଥାଏ। ଇଭିଏମ ସିଲ ହୋଇଯିବା ପରେ ପୋଲିଂ ଏଜେଣ୍ଟନିର୍ବାଚନ ମତଦାନ ପ୍ରକ୍ରିୟାରେ ବ୍ୟବହୃତ ହୋଇଥିବା ଇଭିଏମ୍ ଭୋଟ ଗ୍ରହଣ ପରେ କୁଆଡେ ଯାଏ? କେତେ ଶକ୍ତିଶାଳୀ ହୋଇଥାଏ ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷା? 

ସେମାନଙ୍କ ନିଜ ଦସ୍ତଖତ କରିଥାନ୍ତି। ଦସ୍ତଖତ କରିବା ପରେ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିମାନେ ମତଦାନ କେନ୍ଦ୍ରରୁ ଇଭିଏମ୍ ସହିତ ଷ୍ଟ୍ରଙ୍ଗରୁମ ପର୍ଯ୍ୟନ୍ତ ଯାଇଥାନ୍ତି। ଥରେ ସମସ୍ତ ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ଠାରେ ପହଞ୍ଚିବା ପରେ ଏହାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥାଏ।

ମତଦାନ ପରେ ଯେଉଁ ଘରେ ରହେ ତାହାକୁ କୁହାଯାଏ ଷ୍ଟ୍ରଙ୍ଗ ରୁମ୍
ଷ୍ଟ୍ରଙ୍ଗ ରୁମ୍ ଅର୍ଥ ହେଉଛି ସେହି ଘର ଯେଉଁଠି ମତଦାନ କେନ୍ଦ୍ରରୁ ଅଣାଯାଇଥିବା ଇଭିଏମ୍ ରଖାଯାଇଥାଏ। ନିର୍ବାଚନ ଆୟୋଗ ଷ୍ଟ୍ରଙ୍ଗ ରୁମ୍ ଲାଗି ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥାନ୍ତି। ଷ୍ଟ୍ରଙ୍ଗ ରୁମ୍ ଭିତର ପାର୍ଶ୍ୱର ସୁରକ୍ଷା କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଦ୍ୱାରା କରାଯାଇଥାଏ। ଏହାରି ଭିତରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର କର୍ମଚାରୀ ଇଭିଏମ୍ ସୁରକ୍ଷା ଅଧିନରେ ରହିଥାନ୍ତି। ଷ୍ଟ୍ରଙ୍ଗ ରୁମ୍ ବାହ୍ୟ ସୁରକ୍ଷା ଦାୟିତ୍ୱରେ ରାଜ୍ୟ ପୋଲିସ ବାହିନୀର କର୍ମଚାରୀ ନିୟୋଜିତ ହୋଇଥାନ୍ତି।

ଷ୍ଟ୍ରଙ୍ଗ ରୁମ୍ ଖୋଲାଯାଇପାରିବ କି?
ମତଦାନ ପରେ ଇଭିଏମ ଥରେ ଷ୍ଟ୍ରଙ୍ଗ ରୁମ୍ ମଧ୍ୟକୁ ଚାଲିଯିବା ପରେ ସେହି ଦିନ ସକାଳେ ଖୋଲାଯାଏ ଯେଉଁଦିନ ଭୋଟ ଗଣତି କରାଯିବ। ମାତ୍ର କୌଣସି ବିଶେଷ ପରିସ୍ଥିତିରେ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଷ୍ଟ୍ରଙ୍ଗ ରୁମ୍ ଖୋଲାଯାଇ ପାରିବ। ମାତ୍ର ଯେତେବେଳେ ଷ୍ଟ୍ରଙ୍ଗରୁମ ଖୋଲାଯିବ ସେତେବେଳେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସେଠାରେ ଉପସ୍ଥିତ ରହିବା ଆବଶ୍ୟକ। ସେମାନଙ୍କ ଉପସ୍ଥିତି ବିନା ଷ୍ଟ୍ରଙ୍ଗ ରୁମ୍  ଖୋଲାଯାଇ ପାରିବ ନାହିଁ।

ନିର୍ବାଚନ ପୂର୍ବରୁ କେଉଁଠି ରହିଥାଏ ଇଭିଏମ? 
ନିର୍ବାଚନ ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଇଭିଏମ୍ ଗୋଦାମରେ ରହିଥାଏ। ଏହି ଗୋଦାମର ସୁରକ୍ଷା ପାଇଁ ସର୍ବଦା ଏକ ନିରାପତ୍ତା ବାହିନୀ ନିୟୋଜିତ ହୋଇଥାଏ। ଏହା ବ୍ୟତୀତ ସିସିଟିଭି ମାଧ୍ୟମରେ ମଧ୍ୟ ଏହି ଗୋଦାମ ଉପରେ ସତର୍କ ନଜର ରଖାଯାଏ। ନିର୍ବାଚନ ଆୟୋଗ ମୁଖ୍ୟଙ୍କ ନିର୍ଦ୍ଦେଶ ବିନା ଇଭିଏମ୍ ନିର୍ବାଚନ ପୂର୍ବରୁ ବାହାରକୁ ଆସିପାରିବ ନାହିଁ।