ଓଡ଼ିଶାରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କଲେ ଅମିତ ଶାହ, କହିଲେ ‘‘ନବୀନଙ୍କ ୨୦ ବର୍ଷ ଶାସନ ହେଉଛି ‘ହଜିଲା ବର୍ଷ’
Advertisement
Article Detail0/zeeodisha/odisha2221123

ଓଡ଼ିଶାରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କଲେ ଅମିତ ଶାହ, କହିଲେ ‘‘ନବୀନଙ୍କ ୨୦ ବର୍ଷ ଶାସନ ହେଉଛି ‘ହଜିଲା ବର୍ଷ’

Amit Shah Sonepur Public Meeting: ଭାରତ ମାତାକୀ ଜୟରୁ ଶ୍ରୀ ଅମିତ ଶାହ ନିଜର ଭାଷଣ ଆରମ୍ଭ କରିଥିଲେ। ଓଡ଼ିଶାକୁ ମହାନ ଭୂମି ବୋଲି କହିବା ସହ ସେ କହିଥିଲେ ସାରା ଦେଶ ମୁଁ ବୁଲୁଛି, କିନ୍ତୁ ଓଡ଼ିଶାରେ ଯେମିତି ଶାସନ ଚାଲିଛି ତାହା ରାଜ୍ୟକୁ ବିକାଶରୁ ଦୂରରେ ରଖିଛି। ଅଫିସରଙ୍କ ମାଧ୍ୟମରେ ଏଠାରେ ଭୟଙ୍କର ଭ୍ରଷ୍ଟାଚାର ଚାଲିଛି।

 

Amit Shah Odisha Sonepur Public Meeting Highlights

ଭୁବନେଶ୍ୱର: ଓଡ଼ିଶାରେ ରଣହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ନିଜାର ସଂକ୍ଷିପ୍ତ ଭାଷଣରେ ସେ ନବୀନ ପଟ୍ଟନାୟକଙ୍କ ଗତ ୨୦ ବର୍ଷର ଶାସନକୁ ‘ହଜିଲା ବର୍ଷ’ ବୋଲି କହିଛନ୍ତି। ୨୦ ବର୍ଷ ତଳେ ଯାହା ଥିଲା ଓଡ଼ିଶା ତାହା ଏବେ ବି ରହିଛି ବୋଲି ସେ କହିଛନ୍ତି। ଏହା ସହ ନପବୀନ ସରକାର  କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ହଡ଼ପ କରି ନିଜ ନାଁରେ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ଶାହ। ଏପରି ସରକାରଙ୍କୁ ଉଖାଡ଼ି ଫୋପାଡ଼ିବା ସହ ବିଜେପିକୁ ୫ ବର୍ଷ ଲାଗି ଭୋଟ ଦେବାକୁ ଅନୁରୋଧ କରିଛନ୍ତି ଶ୍ରୀ ଶାହ। ଏହି ୫ ବର୍ଷରେ ଓଡ଼ିଶାରେ ଡବଲ୍‍ ଇଂଜିନ୍‍ ସରକାର ୨୦ ବର୍ଷରେ ଯାହା ହୋଇନି ତାହାକୁ କରି ଦେଖାଇବେ। ମୋଦୀଜୀଙ୍କ ବି‘କଶିତ ଭାରତ’ ଯାତ୍ରାରେ ଓଡ଼ିଶା ସାମିଲ୍‍ ହୋଇପାରିବ ବୋଲି କହିଛନ୍ତି ଶ୍ରୀ ଶାହ।

ନବୀନ ସରକାରଙ୍କୁ କଟ୍ଟୁ ସମାଲୋଚନା କରି ସେ କହିଛନ୍ତି, 'ପୁରୀର ସ୍ଥିତ ଗୌରବକୁ ନବୀନ ସରକାର ହାନୀ କରିଛନ୍ତି ବୋଲି କହିଛନ୍ତି। ‘ପୁରୀକୁ ପର୍ଯ୍ୟଟନ ନାଁରେ ଏହାର ଗୌରବକୁ ତଳକୁ ଆଣିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଓଡ଼ିଶାରେ ସରକାର ଆସିଲେ ଜଗନ୍ନାଥଧାମକୁ ଆମେ କାଶୀ ବିଶ୍ୱନାଥଙ୍କ ଧାମ ଭଳି ବିକଶିତ କରିବୁ।’ 

ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀ ରାମମନ୍ଦିର ଉତ୍ସବକୁ ଓଡ଼ିଶାରେ ନବୀନ ସରକାର ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଓଡ଼ିଶାବାସୀ ତାହା କରିବାକୁ ଦେଇ ନଥିଲେ ବୋଲି ଶ୍ରୀ ଶାହ କହିଛନ୍ତି।

ଭାରତ ମାତାକୀ ଜୟରୁ ଶ୍ରୀ ଶାହ ନିଜର ଭାଷଣ ଆରମ୍ଭ କରିଥିଲେ। ଓଡ଼ିଶାକୁ ମହାନ ଭୂମି ବୋଲି କହିବା ସହ ସେ କହିଥିଲେ ସାରା ଦେଶ ମୁଁ ବୁଲୁଛି, କିନ୍ତୁ ଓଡ଼ିଶାରେ ଯେମିତି ଶାସନ ଚାଲିଛି ତାହା ରାଜ୍ୟକୁ ବିକାଶରୁ ଦୂରରେ ରଖିଛି। ଅଫିସରଙ୍କ ମାଧ୍ୟମରେ ଏଠାରେ ଭୟଙ୍କର ଭ୍ରଷ୍ଟାଚାର ଚାଲିଛି। ଓଡ଼ଆ ଭାଇ ଓ ଭଉଣୀଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟଠୁ ଦୂରରେ ରଖାଯାଇଛି ବୋଲି ସେ କହିଥିଲେ।  ଓଡ଼ିଶାର ଭାଷା ସଂସ୍କୃତି ଧର୍ମ ଓ ସାହିତ୍ୟର ଗୌରବ ପାଇଁ ପୂର୍ଣ୍ଣ ବହୁମତ ସହ ଭାରତୀୟ ଜନତା ପାର୍ଟିର ସରକାର ହେବ ବୋଲି ସେ ଦୃଢ଼ତା ପ୍ରକାଶ କରିଥିଲେ। 

‘ମହାନ ଓଡ଼ିଶାରେ ସବୁଠାରୁ ଅଧିକ ଖଣିଜ ସମ୍ପତ୍ତି ରହିଛି। ସବୁଠାରୁ ଅଧିକ ପାଣିର ବୈଭବ ଯଦି କେଉଁଠି ଅଛି ତେବେ ଓଡ଼ିଶାରେ ରହିଛି। ତଥାପି ଏଠାରେ ସମୃଦ୍ଧି ନାହିଁ। ଲକ୍ଷଲକ୍ଷ ଲୋକ ଶ୍ରମ ଖଟିବାକୁ ଦିଲ୍ଲୀ, ବାଂଗାଲୋର, ପଞ୍ଜାବ ଯାଉଛନ୍ତି। ଏଠାରେ ନବୀନବାବୁଙ୍କ ସରକାରଙ୍କୁ ଉଖାଡ଼ି ବିଜେପି ସରକାର ଆସିଲେ  ଏଠାରୁ କାହାକୁ ବାହାରକୁ ଯିବାକୁ ପଡ଼ି ନାହିଁ। ଓଡ଼ିଶାକୁ ଶିଳ୍ପ ଆସିବାର ବ୍ୟବସ୍ଥା ସରକାର କରିବେ’। 

ଶ୍ରୀ ଶାହ କହିଛନ୍ତି, ଦେଶରେ ୮୦ କୋଟି ଲୋକଙ୍କୁ ୫ କିଲୋ ଚାଉଳ ଦେଉଛନ୍ତି। କିନ୍ତୁ ଏଠାରେ ସରକାର କହୁଛନ୍ତି ସେମାନେ ଦେଉଛନ୍ତି ଯାହା ମିଛ। ୧୨ କୋଟି ଗରିବଙ୍କ ଘରେ ଶୌଚାଳୟ, ୪ କୋଟି ଘାର, ୧୦ କୋଟି ମା’ଙ୍କୁ ସିଲିଣ୍ଡର, ୧୪ କୋଟିଘରକୁ ନଳରୁ ଜଳ ଦେଉଛନ୍ତି।  ଓଡ଼ିଶା ପାଇଁ ୧୦ ହଜାର କୋଟି ପଠାଇଲେ। କିନ୍ତୁ ୫ କୋଟି ଟଙ୍କା ବି ଖର୍ଚ୍ଚ କରିପାରିଲେ ନାହିଁ। ଏଠାରେ ମୋଦୀଜୀଙ୍କ ସରକାର ଆସିଲେ ତାହା ହେବ ନାହିଁ। 

ଏଠାରେ କପାଚାଷ  ଅଧିକ ହେଉଛି କିନ୍ତୁ ମିଲ ନାହିଁ। ଏଠାରେ ସରକାର ହେଲା ପରେ ଆମେ ବୟନ କଳ କରି ଏଠାରେ କପାଚାଷୀଙ୍କ କଲ୍ୟାଣ କରିବୁ ବୋଲି କହିଛନ୍ତି ଶାହ।ଏହା ସହ ଏକ ଆୟୁରବେଦିକ କାରଖାନାର ସ୍ୱପ୍ନ ଦେଖାଇଛନ୍ତି ସେ।