Draupadi Murmu: ରାଷ୍ଟ୍ରପତିଙ୍କୁ ନେଇ TMC ମନ୍ତ୍ରୀଙ୍କ ଆପତ୍ତିଜନକ ଟିପ୍ପଣୀ, ଗିରଫ ଦାବି କଲା ବିଜେପି, ନିରବ ମମତା ବାନାର୍ଜୀ
Advertisement
Article Detail0/zeeodisha/odisha1438348

Draupadi Murmu: ରାଷ୍ଟ୍ରପତିଙ୍କୁ ନେଇ TMC ମନ୍ତ୍ରୀଙ୍କ ଆପତ୍ତିଜନକ ଟିପ୍ପଣୀ, ଗିରଫ ଦାବି କଲା ବିଜେପି, ନିରବ ମମତା ବାନାର୍ଜୀ

Draupadi Murmu: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରରେ ମନ୍ତ୍ରୀ ଅଖିଲ ଗିରିଙ୍କ ୧୭ ସେକେଣ୍ଡର ଭିଡିଓ କ୍ଲିପ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏଥିରେ ସେ 'ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ' ନେଇ ମନ୍ତବ୍ୟ ଦେଇଥିବାର ଶୁଣିବାକୁ ମିଳୁଛି ।

ସୌ: ସୋସିଆଲ ମିଡିଆ

Draupadi Murmu: ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରି (Akhil Giri) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ (President Draupadi Murmu) ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି । ଏକ ଭିଡିଓ କ୍ଲିପ୍ ଭାଇରାଲ ହେବା ପରେ ଗିରି ତାଙ୍କର ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ ତାଙ୍କୁ ଗିରଫ କରିବାକୁ ବିଜେପି (BJP) ଦାବି କରିଛି । ଏହା ସହିତ ବିଜେଡି (BJD) ମଧ୍ୟ ଏହାକୁ କଡା ନିନ୍ଦା କରିଛି ।  

ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ଅଖିଲ ଗିରି ଏହି ୧୭ ସେକେଣ୍ଡର ଭିଡିଓରେ 'ରାଷ୍ଟ୍ରପତିଙ୍କ ରୂପ' ଉପରେ ମନ୍ତବ୍ୟ ଦେଉଥିବାର ଶୁଣିବାକୁ ମିଳୁଛି । ଏହି ଭିଡିଓରେ ରାଜ୍ୟ ସଂସ୍କାର ଗୃହମନ୍ତ୍ରୀ ତଥା ଟିଏମସି ନେତା ଅଖିଲ ଗିରି କହିଛନ୍ତି, 'ସେମାନେ (ବିଜେପି) କହିଛନ୍ତି ଯେ ମୁଁ ଭଲ ଦେଖାଯାଉ ନାହିଁ । ଆମେ କାହାକୁ ଚେହେରାକୁ ନେଇ ବିଚାର କରୁନାହୁଁ । ଆମେ ରାଷ୍ଟ୍ରପତିଙ୍କ(ଭାରତର) ପଦକୁ ସମ୍ମାନ ଦେଉଛୁ । କିନ୍ତୁ ଆମର ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି?'

କୁହାଯାଉଛି ଯେ ଗିରି ଶୁକ୍ରବାର ଦିନ ସନ୍ଧ୍ୟାରେ ନନ୍ଦିଗ୍ରାମର ଏକ ଗ୍ରାମରେ ଏକ ରାଲିରେ ଏହି ମନ୍ତବ୍ୟ ଦେଇଛନ୍ତି । ଗିରିଙ୍କ ବୟାନ ଉପରେ ଓଡ଼ିଶା ବିଜେପି ସମେତ ବେଙ୍ଗଲ ବିଜେପି ୟୁନିଟ୍ ମଧ୍ୟ ତାଙ୍କ ସହ ମମତାଙ୍କୁ ଟାର୍ଗେଟ କରିଛି । କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ରାଲି ବାହାର କରି ଗିରିଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଓ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ମନ୍ତ୍ରୀ ଅଖିଲ ଗିରିଙ୍କୁ ବରଖାସ୍ତ କରିବାକୁ ବିଜେପି ଦାବି କରିଛି । ଗିରିଙ୍କ ବୟାନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଜନସାଧାରଣଙ୍କ ନିକଟରେ କ୍ଷମା ମାଗିବା ସହ ତାଙ୍କୁ ଏପରି ଦୁର୍ଭାଗ୍ୟଜନକ ଓ ଅଶ୍ଳୀଳ ମନ୍ତବ୍ୟ ଦେବା ପାଇଁ ସ୍ପଷ୍ଟିକରଣ ମାଗିଛନ୍ତି । ମୁଣ୍ଡା କହିଛନ୍ତି ଯେ ସେ ୧୦ କୋଟିରୁ ଅଧିକ ଆଦିବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି ଓ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଘାତ ଦେଇଛନ୍ତି ।

ଏହି ସମୟରେ ଗିରି ନିଜ ବୟାନ ପାଇଁ କ୍ଷମା ମାଗିଛନ୍ତି । ଗିରି ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି, 'ମାନ୍ୟବର ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ମୋର ଅର୍ଥ ନୁହେଁ । ମୁଁ କେବଳ ଟାର୍ଗେଟ କରୁଥିବା ବେଳେ ବିଜେପି ନେତାମାନେ ଦେଇଥିବା ବୟାନର ଜବାବ ଦେଉଥିଲି । ମୋର ଚେହେରା ହେତୁ ପ୍ରତିଦିନ ମୁଁ ମୌଖିକ ଟାର୍ଗେଟରେ ଶିକାର ହୁଏ । ଯଦି କେହି ଅନୁଭବ କରନ୍ତି ଯେ ମୁଁ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିଛି, ତେବେ ମୁଁ ଏହି ବୟାନ ପାଇଁ କ୍ଷମା ପ୍ରାର୍ଥନା କରୁଛି । ଦେଶର ରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି ।'

ଏହା ବି ପଢନ୍ତୁ: Paradeep: ରତ୍ନମାଳୀ ଜେମା ଜରାଶ୍ରମରେ ସଭାପତିଙ୍କୁ ଅନ୍ତେବାସୀ କଲେ ନିର୍ମମ ହତ୍ୟା, ଜାଣନ୍ତୁ ପୂରା ମାମଲା