Congress President Election: ଖାରଜ ହେଲା ବିଧାୟକଙ୍କ ନାମାଙ୍କନ, ଦୁଇ ସାଂସଦଙ୍କ ମଧ୍ୟରେ ହେବ ମୁକାବିଲା
Advertisement

Congress President Election: ଖାରଜ ହେଲା ବିଧାୟକଙ୍କ ନାମାଙ୍କନ, ଦୁଇ ସାଂସଦଙ୍କ ମଧ୍ୟରେ ହେବ ମୁକାବିଲା

President Election of Congress: ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମୁହାଁମୁହିଁ ହେବେ ଦଳର ୨ ରାଜ୍ୟସଭା ସାଂସଦ। ଅନ୍ୟପଟେ  ଦଳର ପୂ୍ର୍ବତନ ବିଧାୟକଙ୍କ ନାମାଙ୍କନ ନାକଚ ହୋଇ ଯାଇଛି। 

 Congress President Election: ଖାରଜ ହେଲା ବିଧାୟକଙ୍କ ନାମାଙ୍କନ, ଦୁଇ ସାଂସଦଙ୍କ ମଧ୍ୟରେ ହେବ ମୁକାବିଲା

Congress President Fight: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି  ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏନେଇ ଅକ୍ଟୋବର ୧ ତାରିଖ ଶନିବାର ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ନାମାଙ୍କନର ହୋଇଥିଲା ଯାଞ୍ଚ। ଯାଞ୍ଚ ପରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ବେଳେ ଅନ୍ୟ  ୨ ଜଣଙ୍କ ପ୍ରାର୍ଥୀପତ୍ର ବୈଧ ରହିଥିବା ଜଣାପଡ଼ିଛି।

ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ଲାଗି ନାମାଙ୍କନ ଦାଖଲ କରିବାର ଶେଷ ଦିନ। ଏହି ଦିନ ରାଜ୍ୟସଭା ବିରୋଧ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ (Mallikarjun Kharge), ଦଳର ଲୋକସଭା ସାଂସଦ ଶଶୀ ଥରୁର (Shashi Tharoor) ଏବଂ ଦଳର ପୂ୍ର୍ବତନ ବିଧାୟକ କୃଷ୍ଣାନନ୍ଦ ତ୍ରିପାଠୀ (Krishna Nand Tripathi)। ହେଲେ ଶନିବାର ହୋଇଥିବା ଯାଞ୍ଚ ବେଳେ ପୂ୍ର୍ବତନ ବିଧାୟକଙ୍କ ନାମାଙ୍କନ ନାକଚ ହୋଇ ଯାଇଥିଲା। ଅନ୍ୟପଟେ ଦଳର ୨ ସାଂସଦଙ୍କ ପ୍ରାର୍ଥୀପତ୍ର ବୈଧ ରହିଥିଲା।

ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମୁହାଁମୁହିଁ ହେବେ ଦଳର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକସଭା ସାଂସଦ ଶଶୀ ଥରୁର। ଅନ୍ୟପଟେ ଝାଡଖଣ୍ଡ ଆସନର ପୂ୍ର୍ବତନ ବିଧାୟକ କୃଷ୍ଣାନନ୍ଦ ତ୍ରିପାଠୀଙ୍କ ନାମାଙ୍କନ ନାକଚ ହୋଇ ଯାଇଛି। 

Also Read: Congress President Election: ମଲ୍ଲିକାର୍ଜୁନ ଖାର୍ଗେ ବନାମ ଶଶୀ ଥରୁର ଲଢେଇରେ କିଏ ମାରିବ ବାଜି?

ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ (Congress Central Election Authority Chairman Madhusudan Mistry) କହିଛନ୍ତି ଯେ, ଦଳର ସଭାପତି ନିର୍ବାଚନ ୨ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଆସନ୍ତା ଅକ୍ଟୋବର ୮ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରାଯାଇ ପାରିବ। ବର୍ତ୍ତମାନ କେବଳ ଏହି ୨ ଜଣ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି। ବାକି ଚିତ୍ର  ୮ ଅକ୍ଟୋବର ପରେ ସ୍ପଷ୍ଟ ହୋଇଯିବ। ଯଦି କେହି ନାମ ପ୍ରତ୍ୟାହାର ନ କରନ୍ତି ତାହେଲେ ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ।

ଦଳୀାୟ ଅଧ୍ୟକ୍ଷ ନିର୍ବାଚନ ଲାଗି ସେପ୍ଟମ୍ବର ୩୦ ତାରିଖ ଶୁକ୍ରବାର ଥିଲା ନାମାଙ୍କନ ଦାଖଲ କରିବାର ଶେଷ ଦିନ।  ଏହି ଦିନ ପର୍ଯ୍ୟନ୍ତ ମୋଟ ୨୦ ସେଟ୍ ପ୍ରାର୍ଥୀପତ୍ର  ଦାଖଲ କରାଯାଇଛି।  ସ୍ୱାକ୍ଷର  ଜନିତ ସମସ୍ୟା ହେତୁ ଯାଞ୍ଚ ବେଳେ  ୪ ସେଟ୍ ପ୍ରାର୍ଥୀପତ୍ର ନାକଚ କରାଯାଇଛି। ନିର୍ଦ୍ଦିଷ୍ଟ ମାନଦଣ୍ଡକୁ ପୂରଣ କରୁ ନ ଥିବାରୁ ଦଳର ପୂ୍ର୍ବତନ ବିଧାୟକ କୃଷ୍ଣାନନ୍ଦ ତ୍ରିପାଠୀଙ୍କ ଦ୍ୱାରା ଦାଖଲ କରା ଯାଇଥିବା ନାମାନଙ୍କନ ପ୍ରତ୍ୟାଖ୍ୟାନ କରାଯାଇଛି। ଯେଉଁଥିରେ ଏକ ଦସ୍ତଖତ ଜନିତ ସମସ୍ୟା ରହିଥିଲା। ବର୍ତ୍ତମାନ କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ୍ ଖାର୍ଗେ ଏବଂ ଶଶୀ ଥରୁର ହେଉଛନ୍ତି କେବଳ ୨ ଜଣ ପ୍ରତିଦ୍ୱନ୍ଦ୍ୱୀ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି  ଆରମ୍ଭ ହୋଇଯାଇଛି ପ୍ରକ୍ରିୟା।  ଏନେଇ ଗତ ୨୨ ତାରିଖ ଗୁରୁବାର ଦଳ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ନାମାଙ୍କନ ଦାଖଲ ୨୪ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବରେ ଶେଷ ହୋଇଛି। ନାମାଙ୍କନ ପତ୍ର ଯାଞ୍ଚ ଅକ୍ଟୋବର ୧ ତାରିଖରେ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୮ ଅକ୍ଟୋବର। ଯଦି ଆବଶ୍ୟକ ହୁଏ  ତାହେଲେ  ୧୭ ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୯ ଅକ୍ଟୋବରରେ ଭୋଟ୍ ଗଣତି କରାଯାଇ ସେହି ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହି ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟିର ୯ ହଜାରରୁ ଅଧିକ ପ୍ରତିନିଧି ନିର୍ବାଚନରେ ମତଦାନ କରିବେ।