Saptahik Rashifal 6 to 12 january 2025: ନୂଆ ବର୍ଷର ଦ୍ୱିତୀୟ ସପ୍ତାହ କେଉଁ ରାଶି ପାଇଁ କିପରି ବିତିବ ଆସନ୍ତୁ ଜାଣିବା ।
ମେଷ ରାଶି
ଏହି ସପ୍ତାହରେ ଆପଣଙ୍କୁ ଖର୍ଚ୍ଚ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ସପ୍ତାହ ଆରମ୍ଭରେ ଆର୍ଥିକ ସ୍ଥିତିରେ ଉତ୍ଥାନ ପତନ ହୋଇପାରେ । କିନ୍ତୁ ସପ୍ତାହ ମଧ୍ୟ ଭାଗରେ ଆର୍ଥିକ ସ୍ଥିତି ସୁଧୁରିବ । ଧାର୍ମିକ ଯାତ୍ରା କରିବାର ସମ୍ଭାବନା ରହିଛି । ବିଚାରାଧୀନ କାର୍ଯ୍ୟ ଗୁଡିକ ଶେଷ କରିବେ । ପିଲାଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ବାଦ ବିବାଦରୁ ଦୂରେଇ ରହିବା ଭଲ । ନିଜ ମଧ୍ୟରେ ଧୈର୍ଯ୍ୟ ବଜାୟ ରଖନ୍ତୁ । ନୂତନ ପୋଷାକ କିମ୍ବା ଯାନ ସୁଖ ମିଳିପାରେ । ଭଗବାନ ଶିବଙ୍କୁ ଫୁଲ ଅର୍ପଣ କରିବା ଆପଣଙ୍କ ପାଇଁ ଶୁଭ ହେବ ।
ବୃଷ ରାଶି
ସପ୍ତାହଟି ଆପଣଙ୍କ ପାଇଁ ଆର୍ଥିକ ପ୍ରଗତି ଆଣିଦେବ । ଅଧିକାଂଶ କାର୍ଯ୍ୟରେ ସଫଳ ହେବେ । ଆପଣଙ୍କ ନୂତନ ଯୋଜନା ଫଳପ୍ରଦ ହେବ । ପ୍ରତ୍ୟେକ ଆହ୍ୱାନକୁ ସହଜରେ ସାମ୍ନା କରିବେ । ସପ୍ତାହ ଶେଷରେ ସ୍ୱଳ୍ପ ଦୂର ଯାତ୍ରା କରିପାରନ୍ତି । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ରହିଛି । କୌଣସି ପୁରୁଣା ରୋଗ ଥିଲେ ସେଥିରୁ ଧିରେଧିରେ ମୁକୁଳିବେ । ଅଧିକ ଶୁଭଫଳ ପାଇଁ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ।
ମିଥୁନ ରାଶି
ଆପଣଙ୍କ ପାଇଁ ସପ୍ତାହଟି ଲାଭଦାୟକ ସାବ୍ୟସ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିପାରେ । ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ସପ୍ତାହର ଗୁରୁବାର ଏବଂ ଶୁକ୍ରବାର ଦିନ ଟିକେ ସତର୍କ ରହିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରୁହନ୍ତୁ । ମାଆ ଦୁର୍ଗାଙ୍କ ନିକଟରେ ଦୀପ ଜାଳନ୍ତୁ ।
କର୍କଟ ରାଶି
ଆପଣଙ୍କ ପାଇଁ ସପ୍ତାହଟି ସକରାତ୍ମକ ଫଳାଫଳ ପ୍ରଦାନ କରିବ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ଏବଂ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଶୁକ୍ରବାର ଏବଂ ଶନିବାର ଦିନ ସାମାନ୍ୟ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଗଳା ଏବଂ ପେଟ ଜନିତ ସମସ୍ୟା ଉପୁଜିପାରେ ତେଣୁ ସାବଧାନ ରୁହନ୍ତୁ । ସଙ୍କଟମୋଚନ ପ୍ରଭୁ ହନୁମାନଜୀଙ୍କୁ ଗୋଲାପ ଫୁଲମାଳ ଅର୍ପଣ କରନ୍ତୁ ।
ସିଂହ ରାଶି
ଆପଣଙ୍କ ପାଇଁ ସପ୍ତାହଟି ଶୁଭ । କର୍ମକ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ଅଧିକ । ଆୟ ବୃଦ୍ଧି ହୋଇପାରେ । ବାପାଙ୍କଠାରୁ ସମର୍ଥନ ପାଇବେ । ଆପଣଙ୍କୁ ନୂଆ ସୁଯୋଗ ମିଳିପାରେ । ଏହି ସପ୍ତାହରେ କିଛି ମୂଲ୍ୟବାନ ଜିନିଷ ନଷ୍ଟ ହୋଇପାରେ ତେଣୁ ସେଥିପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି । ଥଣ୍ଡାରୁ ନିଜକୁ ଦୂରେଇ ରଖନ୍ତୁ ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମଙ୍ଗଳବାର ଦିନ ମାଆ ଦୁର୍ଗାଙ୍କୁ ଏକ ଦୀପ ଅର୍ପଣ କରନ୍ତୁ ।
କନ୍ୟା ରାଶି
ସପ୍ତାହଟିରେ ଆପଣ ଅଗ୍ରଗତି କରିବେ । ବିଭିନ୍ନ ସୁତ୍ରରୁ ଆପଣଙ୍କ ନିକଟକୁ ଟଙ୍କା ଆସିବ । ଆପଣଙ୍କୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ । ସମସ୍ତ ସମସ୍ୟାକୁ ଆପଣ ସହଜରେ ପରିଚାଳନା କରିବେ । ଥଣ୍ଡା ଏବଂ ଅତ୍ୟଧିକ ଚାପରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ । ମହାଦେବଙ୍କ ନିକଟରେ ଘିଅ ଦୀପ ଜାଳନ୍ତୁ ।
ତୁଳା ରାଶି
ନୂଆ ସପ୍ତାହଟି ଆପଣଙ୍କ ପାଇଁ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଅଧିକ ଆୟ କରିବାର ସୁଯୋଗ ପାଇବେ । ପାରିବାରିକ ଜୀବନରେ ସାମାନ୍ୟ ସମସ୍ୟା ଉପୁଜିପାରେ । ସପ୍ତାହ ଶେଷରେ ଆର୍ଥିକ ଲାଭ ହେବ । ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ରହିଛି । ମାଆ ଚଣ୍ଡିଙ୍କ ମନ୍ତ୍ର ଜପ କରନ୍ତୁ ।
ବିଛା ରାଶି
ସପ୍ତାହଟି ଆପଣଙ୍କ ପାଇଁ ବିଭିନ୍ନ ସୁଯୋଗ ପ୍ରଦାନ କରିବ । ସପ୍ତାହ ଆରମ୍ଭରୁ ସମୟ ଅନୁକୁଳ ହେଲେ ମଧ୍ୟ ମଧ୍ୟ ଭାଗରେ କିଛି ସମସ୍ୟା ଦେଖାଦେଇପାରେ । ସତର୍କତାର ସହ ଗାଡି ଚଳାନ୍ତୁ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ଅଧିକ । ଭଗବାନ ଶିବଙ୍କୁ ଶୁଖିଲା ଫଳ ଅର୍ପଣ କରନ୍ତୁ ।
ଧନୁ ରାଶି
ଆପଣଙ୍କ ପାଇଁ ସପ୍ତାହଟି ପ୍ରଗତିର ଦ୍ୱାର ଖୋଲିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବିଭିନ୍ନ କ୍ଷେତ୍ରରେ ଆପଣ ବିଜୟଲାଭ କରିବେ । ମାନସିକ ଚାପକୁ ଏଡାଇବା ପାଇଁ ଯୋଗ ଏବଂ ଧ୍ୟାନ କରିବାର ଆବଶ୍ୟକତା ରହିଛି । ଶନିବାର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ପ୍ରଭୁ ହନୁମାନଙ୍କୁ କଦଳୀ ଅର୍ପଣ କରନ୍ତୁ ।
ମକର ରାଶି
ଆପଣଙ୍କ ପାଇଁ ସପ୍ତାହଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ । ଭାଇ ଭଉଣୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ । ଆପଣ କର୍ମକ୍ଷେତ୍ରରେ ସଫଳତା ପାଇବେ । ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଭଗବାନ ଗଣେଶଙ୍କୁ ସୁଗନ୍ଧିତ ତରଳ ଅର୍ପଣ କରନ୍ତୁ ।
କୁମ୍ଭ ରାଶି
ଆପଣଙ୍କ ପାଇଁ ସପ୍ତାହଟି ଆନନ୍ଦଦାୟକ ହେବ । ଆର୍ଥିକ ଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଗୁରୁବାର ଦିନ ଟିକେ ଅଧିକ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣ ଜଗୁରଖି ଚଳିବା ଆବଶ୍ୟକ । ଦେବୀ ଦୁର୍ଗାଙ୍କୁ ଫଳ ଅର୍ପଣ କରନ୍ତୁ ।
ମୀନ ରାଶି
ନୂଆ ସପ୍ତାହ ଆପଣଙ୍କ ପାଇଁ ନୂଆ ସୁଯୋଗ ଆଣିଦେବ । ଅନେକ ଲୋକ ଆପଣଙ୍କୁ ସମର୍ଥନ କରିବେ । ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ଅନାବଶ୍ୟକ ବିବାଦରୁ ଦୂରେଇ ରହିବା ଭଲ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ନିଜ ପେଟ ଏବଂ ଆଖିର ଯତ୍ନ ନିଅନ୍ତୁ । ଗରିବ ଲୋକଙ୍କୁ ପୋଷାକ ଦାନ କରନ୍ତୁ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़