Crack in Congress: 'ଆମେ କଂଗ୍ରେସ ଦଳରେ ଭିକାରୀ ନୁହଁ ବରଂ ଆମେ ହେଉଛୁ ଅଂଶୀଦାର'
Advertisement
Article Detail0/zeeodisha/odisha1322070

Crack in Congress: 'ଆମେ କଂଗ୍ରେସ ଦଳରେ ଭିକାରୀ ନୁହଁ ବରଂ ଆମେ ହେଉଛୁ ଅଂଶୀଦାର'

Manish Tewari on Congress Leadrship:  ମକୁ କାହାର ପ୍ରମାଣପତ୍ର ଦରକାର ନାହିଁ। ମୁଁ କଂଗ୍ରେସକୁ ୪୨ ବର୍ଷ ସମୟ ଦେଇଛି। ମୁଁ ଏହା ପୂର୍ବରୁ ମଧ୍ୟ କହି ସାରିଛି ଯେ ଆମେ କଂଗ୍ରେସ ଦଳରେ ଭିକାରୀ ନୁହଁ ବରଂ ଆମେ ହେଉଛୁ ଅଂଶୀଦାର। ବର୍ତ୍ତମାନ ଯଦି ଆପଣ ଆମକୁ ବାହାରକୁ ଆଣିବାକୁ ଚେଷ୍ଟା କରନ୍ତି ତାହା ଅନ୍ୟ ଏକ କଥା ହେବ ଏବଂ ଏହା ଦେଖାଯିବ। 

Crack in Congress: 'ଆମେ କଂଗ୍ରେସ ଦଳରେ ଭିକାରୀ ନୁହଁ ବରଂ ଆମେ ହେଉଛୁ ଅଂଶୀଦାର'

Manish Tewari on  Ghulam Nabi Azad: ଅଗଷ୍ଟ ୨୬ ତାରିଖ ଶୁକ୍ରବାର କଂଗ୍ରେସ ଛାଡିଥିଲେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ତାଙ୍କ ଇସ୍ତଫା ପରେ କଂଗ୍ରେସ ସମେତ ଅନେକ ଦଳର ନେତାଙ୍କ ବୟାନ ସାମ୍ନାକୁ ଆସୁଛି। ସେପଟେ କଂଗ୍ରେସ ସାଂସଦ ମନୀଷ ତିୱାରୀ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଦଳରେ ଭିକାରୀ ନୁହେଁ ବରଂ ଅଂଶୀଦାର। ଆମକୁ କୌଣସି ସାର୍ଟିଫିକେଟ୍ ଦରକାର ନାହିଁ। ଗୁଲାମ ନବୀ ଆଜାଦଙ୍କ କଂଗ୍ରେସ ଛାଡିବା ପ୍ରସଙ୍ଗରେ ଏପରି ବୟାନ ଦେଇଛନ୍ତି ଦଳୀୟ ସାଂସଦ ମନୀଷ ତିୱାରୀ। 

କଂଗ୍ରେସ ସାଂସଦ ମନୀଷ ତିୱାରୀ (Congress MP Manish Tewari) କହିଛନ୍ତି ଯେ ଆମକୁ କାହାର ପ୍ରମାଣପତ୍ର ଦରକାର ନାହିଁ। ମୁଁ କଂଗ୍ରେସକୁ (Congress) ୪୨ ବର୍ଷ ସମୟ ଦେଇଛି। ମୁଁ ଏହା ପୂର୍ବରୁ ମଧ୍ୟ କହି ସାରିଛି ଯେ ଆମେ କଂଗ୍ରେସ ଦଳରେ ଭିକାରୀ ନୁହଁ ବରଂ ଆମେ ହେଉଛୁ ଅଂଶୀଦାର। ବର୍ତ୍ତମାନ ଯଦି ଆପଣ ଆମକୁ ବାହାରକୁ ଆଣିବାକୁ ଚେଷ୍ଟା କରନ୍ତି ତାହା ଅନ୍ୟ ଏକ କଥା ହେବ ଏବଂ ଏହା ଦେଖାଯିବ। 

ପ୍ରାୟ ୨ ବର୍ଷ ପୂର୍ବେ ଆମ ମଧ୍ୟରୁ ୨୩ ଜଣ ନେତା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ (Congrss President Sonia Gandhi) ଏକ ଚିଠି ଲେଖି କହିଥିଲେ ଯେ କଂଗ୍ରେସର ଅବସ୍ଥା ଚିନ୍ତାଜନକ। କଂଗ୍ରେସର ସ୍ଥିତି ଉପରେ ବିଚାର କରାଯିବା ଆବଶ୍ୟକ। ଦଳର ଅନେକ ଲୋକ ଏବଂ ସେମାନଙ୍କ ପରିବାର ନିଜ ରକ୍ତରେ କଂଗ୍ରେସ ଉଦ୍ୟାନକୁ ସମ୍ମାନିତ କରିଛନ୍ତି। ଯଦି କେହି କିଛି ପାଇଛନ୍ତି ତାହେଲେ ସେ ମାଗଣାରେ ପାଇ ନାହାଁନ୍ତି। 

Also Read: Himanta Biswa Sarma: 'ବିଜେପି ଲାଗି ବରଦାନ ହେଉଛନ୍ତି ରାହୁଲ ଗାନ୍ଧୀ'

 

କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି ଯେ  ବର୍ତ୍ତମାନ ୧୮୮୫ ମସିହାରୁ ବିଦ୍ୟମାନ ରହିଥିବା ଭାରତ ବର୍ଷ ଏବଂ କଂଗ୍ରେସ ମଧ୍ୟରେ ସମନ୍ୱୟର ଅଭାବ ଦେଖାଦେଇଛି। ଏହା ଉପରେ ଅନୁସନ୍ଧାନ କରାଯିବାର ଆବଶ୍ୟକତା ରହିଥିଲା। ମୁଁ ଭାବୁଛି ଗତ ୨୦୨୦, ଡିସେମ୍ବର ୨୦ ତାରିଖରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସହମତି ହୋଇଥିଲେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା।

ଗୁଲାମ ନବୀ ଆଜାଦଙ୍କ (Ghulam Nabi Azad) ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି ଯେ ମୁଁ ତାଙ୍କ ଇସ୍ତଫାର ଭଲ ଏବଂ ଖରାପ ଦିଗକୁ ଯିବାକୁ ଚାହୁଁନାହିଁ। ମୁଁ ଏହାକୁ ମୋ ନିଜ ସ୍ତରରେ ବୁଝିବାକୁ ଯଥାସମ୍ଭବ ଚେଷ୍ଟା କରିଛି। ଯେତେବେଳେ କଂଗ୍ରେସ ନେତାଙ୍କ ଚପରାସୀ ଦଳ ବାବଦରେ ଜ୍ଞାନ ଦିଅନ୍ତି ତାହେଲେ ଏହା ଏକ ହାସ୍ୟାସ୍ପଦ ବିଷୟ। ହିମାଳୟର ଶୀର୍ଷରେ ରହୁଥିବା ଉତ୍ତର ଭାରତୀୟ ହେଉଛନ୍ତି ଉତ୍ସାହୀ ଏବଂ ଆତ୍ମବିଶ୍ୱାସୀ ଲୋକ। ବିଗତ ୧୦୦୦ ବର୍ଷ ଧରି ସେମାନଙ୍କର ପ୍ରଭାବ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଲଢେଇ କରିବାର ରହିଛି। ଉତ୍ତର ଭାରତୀୟଙ୍କର ଧୈର୍ଯ୍ୟ ପରୀକ୍ଷା ନିଆଯିବା ଆବଶ୍ୟକ ନୁହେଁ।

Also Read: Ghulam Nabi Azad: 'କଂଗ୍ରେସରେ ନିଷ୍ପତ୍ତି ନିଅନ୍ତି ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ସହାୟକ ଏବଂ ସୁରକ୍ଷାକର୍ମୀ'

 

ଏହି ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ବ ଶର୍ମା ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି ଯେ ୭ ବର୍ଷ ପୂର୍ବେ ଯେବେ ମୁଁ କଂଗ୍ରେସ ଛାଡିଥିଲା ସେତେବେଳେ କହିଥିଲି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ବିଜେପି ପାଇଁ ବରଦାନ। ଯଦି  ଗୁଲାମ ନବୀ ଆଜାଦ ଏବଂ ଗତ ୨୦୧୫ ବର୍ଷରେ ମୋ ଦ୍ୱାରା ଲେଖା ଯାଇଥିବା ଇସ୍ତଫା ପତ୍ର ପଢନ୍ତି ତାହେଲେ ଆପଣ ଅନେକ ସମାନତା ପାଇବେ। କଂଗ୍ରେସରେ ସମସ୍ତେ ଜାଣନ୍ତି ଯେ ରାହୁଲ ଗାନ୍ଧୀ ଜଣେ ଅପରିପକ୍ୱ ନେତା। ସୋନିଆ ଗାନ୍ଧୀ ଦଳର ଯତ୍ନ ନେଉନାହାଁନ୍ତି। ସେ କେବଳ ନିଜ ପୁଅକୁ ଦଳରେ ଆଗକୁ ବଢାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଏହା ଏକ ବିଫଳ ପ୍ରୟାସ।  

ଦଳ ଛାଡିବା ପରେ କଂଗ୍ରେସ ନେତୃତ୍ୱ ବିରୋଧରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ଏବଂ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷାଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ ଦଳକୁ ନେଇ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଇସ୍ତଫା ପତ୍ରରେ ସେ ଦଳ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଗତ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା। କଂଗ୍ରେସ ଲଗାତାର ଭାବେ ୨ ଥର ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଛି। ଏପରିକି ୪୯ ବିଧାନସଭା ନିର୍ବାଚନରେ ମଧ୍ୟରୁ କଂଗ୍ରେସ ୩୯ ନିର୍ବାଚନ ହାରିଛି। ଗତ ୨୦୧୯ ଲୋକସଭା ନିର୍ବାଚନ ପରେ କଂଗ୍ରେସ ସ୍ଥିତ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ଦଳରେ ବରିଷ୍ଠ କଂଗ୍ରେସ ନେତା ଅପମାନିତ ହୋଇଥିଲେ। ୟୁପିଏ ମେଣ୍ଟର କଣ୍ଟ୍ରୋଲ୍ ମଡେଲ୍ ଦଳରେ ଲାଗୁ କରାଯାଇଥିଲା।

Alsp Read: Ghulam Nabi Azad: କଂଗ୍ରେସରୁ ଆଜାଦ ହେଲେ ଗୁଲାମନବୀ, ଦଳକୁ କହିଲେ ଏକଥା

 

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ (Congress president Sonia Gandhi) ପାଖକୁ ପଠାଯାଇଥିବା ୫ ପୃଷ୍ଠାର ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ (Ghulam Nabi Azad) କହିଛନ୍ତି ଯେ ସେ ଏହି ପଦକ୍ଷେପ ନେଉଛନ୍ତି। ସେ ହେଉଛନ୍ତି ଦଳର ଅସନ୍ତୁଷ୍ଟ ଗୋଷ୍ଠୀ G23 ସଦସ୍ୟ (Congress G23 Member) ଯିଏ ଦଳରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିଲେ। ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ଚଳାଉଥିବା କିଛି ନିର୍ଦ୍ଧିଷ୍ଟ ଲୋକ ଦ୍ୱାରା ନିୟନ୍ତ୍ରିତ କଂଗ୍ରେସ (Congress) ଦେଶର ହିତକାରୀ ପ୍ରସଙ୍ଗରେ ଲଢେଇ କରିବାର ଇଚ୍ଛା ଏବଂ କ୍ଷମତା ହରାଇଛି।