ଓଡ଼ିଶାରେ ଏହି ଦିନରୁ ଆରମ୍ଭ ହେବ 'ଭାରତ ଯୋଡ଼ ଯାତ୍ରା', ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଦେଇ ଗତି କରିବ ଏହି ପଦଯାତ୍ରା
Advertisement
Article Detail0/zeeodisha/odisha1357822

ଓଡ଼ିଶାରେ ଏହି ଦିନରୁ ଆରମ୍ଭ ହେବ 'ଭାରତ ଯୋଡ଼ ଯାତ୍ରା', ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଦେଇ ଗତି କରିବ ଏହି ପଦଯାତ୍ରା

Congress Bharat Jodo Yatra: ଏହି ଅବସରରେ ଜୟରାମ ରମେଶ ଭାରତୀୟ ଜନତା ପାର୍ଟି (BJP) ଓ ବିଜୁ ଜନତା ଦଳ (BJD) କୁ ସମାଲୋଚନା କରିଛନ୍ତି । ଉଭୟ ବିଜେପି ଓ ବିଜେଡି ଏକ ମୁଦ୍ରାର ଦୁଇ ପାର୍ଶ୍ୱ ଓ ପ୍ରଧାନମନ୍ତ୍ରୀଙ୍କ ଆଦେଶରେ ମୁଖ୍ୟମନ୍ତ୍ରୀ ଉଠନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି । 

ଓଡ଼ିଶାରେ ଏହି ଦିନରୁ ଆରମ୍ଭ ହେବ 'ଭାରତ ଯୋଡ଼ ଯାତ୍ରା', ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଦେଇ ଗତି କରିବ ଏହି ପଦଯାତ୍ରା

ଭୁବନେଶ୍ୱର: Congress Bharat Jodo Yatra: କଂଗ୍ରେସ ତରଫରୁ ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଆରମ୍ଭ ହୋଇଛି । ଏହି ପଦଯାତ୍ରାର ନେତୃତ୍ୱ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) କରୁଛନ୍ତି । ଏହି ପଦଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି ଓ କାଶ୍ମୀରରେ ଏହି ଯାତ୍ରା ଶେଷ ହେବ । ସେପଟେ ଏହି ପଦଯାତ୍ରାକୁ ସାରା ଦେଶରେ ପହଞ୍ଚାଇବା ପାଇଁ କଂଗ୍ରେସ ତରଫରୁ ବିଭିନ୍ନ ରାଜ୍ୟ ସ୍ତରୀୟ ଯାତ୍ରା ଆରମ୍ଭ କରାଯାଉଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଭାରତ ଯୋଡ଼ ଯାତ୍ରା (Odisha Bharat Jodo Yatra) ଆରମ୍ଭ ହେବ । ଏହି ଯାତ୍ରା ଅକ୍ଟୋବର ୩୧ରୁ ଆରମ୍ଭ ହେବ ବୋଲି କଂଗ୍ରେସ ନେତା ଜୟରାମ ରମେଶ (Jairam Ramesh) କହିଛନ୍ତି । ରବିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । 

ଏହି ଅବସରରେ ଜୟରାମ ରମେଶ ଭାରତୀୟ ଜନତା ପାର୍ଟି (BJP) ଓ ବିଜୁ ଜନତା ଦଳ (BJD) କୁ ସମାଲୋଚନା କରିଛନ୍ତି । ଉଭୟ ବିଜେପି ଓ ବିଜେଡି ଏକ ମୁଦ୍ରାର ଦୁଇ ପାର୍ଶ୍ୱ ଓ ପ୍ରଧାନମନ୍ତ୍ରୀଙ୍କ ଆଦେଶରେ ମୁଖ୍ୟମନ୍ତ୍ରୀ ଉଠନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆରଏସଏସ (RSS), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଏବଂ ବିଜେପି ଯୋଗୁଁ ଭାରତ ଅଲଗା ହୋଇଯାଉଛି । ଏଥିପାଇଁ 'ଭାରତ ଯୋଡ଼' ପଦଯାତ୍ରା ଆରମ୍ଭ ହୋଇଛି । ଓଡିଶାରେ ବିଜେପି ଓ ବିଜେଡି ଏକ ମୁଦ୍ରାର ଦୁଇ ପାର୍ଶ୍ୱ ହୋଇଥିବାରୁ ଉଭୟ ଦଳ ବିରୋଧରେ 'ଭାରତ ଯୋଡ଼' ପଦଯାତ୍ରା କରାଯିବ ।

ସେହିପରି ଓଡ଼ିଶା ପିସିସି ସଭାପତି (OPCC Chief) ଶରତ ପଟ୍ଟନାୟକ (Sarat Patnaik) ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶାରେ ' ଭାରତ ଯୋଡ଼' ସମ୍ପର୍କରେ କହିଛନ୍ତି ଯେ, ଅକ୍ଟୋବର ୩୧ରୁ ଭୁବନେଶ୍ୱରର ଇନ୍ଦିରା ଗାନ୍ଧୀ ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ । ରାଜ୍ୟରେ ୨,୨୫୦ କିଲୋମିଟରର ପଦଯାତ୍ରା ହେବ । ଦୈନିକ ୨୦ କିଲୋମିଟର ଯାତ୍ରା କରାଯିବ । ଏହି ଯାତ୍ରା ସମୟରେ ୨୦ଟି ସଂସଦୀୟ ନିର୍ବାଚନମଣ୍ଡଳୀକୁ ସାମିଲ କରାଯିବ । ରାଜ୍ୟରେ ପ୍ରାୟ ୧୦୦ ଦିନ ପର୍ଯ୍ୟନ୍ତ 'ଭାରତ ଯୋଡ଼' ପଦଯାତ୍ରା ଜାରି ରହିବ ।

ଅଧିକ ପଢ଼ନ୍ତୁ:-ନୀତିଶ, ମମତାଙ୍କ ସ୍ୱପ୍ନକୁ ଭାଙ୍ଗି ଚୂରମାର କରିବ କଂଗ୍ରେସ!

ଅଧିକ ପଢ଼ନ୍ତୁ:-ପ୍ରଥମ ଭାଙ୍ଗିଲା ମେଣ୍ଟ ଏବେ ଦଳରେ ଫାଟ, ଆମ୍ ଆଦମୀ ପାର୍ଟିର ଏହି ବଡ଼ ନେତା ଛାଡ଼ିଲେ ପାର୍ଟି

ଅଧିକ ପଢ଼ନ୍ତୁ:-ଯୁଦ୍ଧର ୭ ମାସ ପରେ ଶେଷରେ ପୁଟିନ ଖୋଲିଲେ ରହସ୍ୟ, କହିଲେ କ'ଣ ହାସଲ କରି ବନ୍ଦ କରିବେ ୟୁକ୍ରେନ ଯୁଦ୍ଧ

ସୂଚନାଯୋଗ୍ୟ, କଂଗ୍ରେସ ସେପ୍ଟେମ୍ବର ୭ରୁ 'ଭାରତ ଯୋଡ଼ ଯାତ୍ରା' ଆରମ୍ଭ କରିଛି । ଏହି ଯାତ୍ରାରେ କଂଗ୍ରେସ ସହ ଅନେକ ସିଭିଲ୍ ସୋସାଇଟି ସାମିଲ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଏହି ଗସ୍ତ ମାଧ୍ୟମରେ କଂଗ୍ରେସ ୨୦୨୪ ପାଇଁ ପ୍ରସ୍ତୁତ ହେଉଛି । ଏଥି ସହିତ ଏହି ଯାତ୍ରାରେ ଅନ୍ୟ କୌଣସି ଦଳର ସାମାନ୍ୟ ବି ଭୂମିକା ନାହିଁ । ଏହା ମଧ୍ୟ ଅନୁମାନ କରାଯାଉଛି ଯେ କଂଗ୍ରେସ ନିଜକୁ ଅଲଗା ରଖିବାକୁ ଚାହୁଁଛି କିମ୍ବା ସମସ୍ତ ଦଳର ନେତୃତ୍ୱ ନେବାକୁ ଚାହୁଁଛି ।