ରାଜଧାନୀ ରାଜନୀତିରେ ରାଜଘାଟ; AAPର ପରିଦର୍ଶନ ପରେ ଗଙ୍ଗା ଜଳ ଛିଞ୍ଚିଲା ବିଜେପି
Advertisement
Article Detail0/zeeodisha/odisha1319824

ରାଜଧାନୀ ରାଜନୀତିରେ ରାଜଘାଟ; AAPର ପରିଦର୍ଶନ ପରେ ଗଙ୍ଗା ଜଳ ଛିଞ୍ଚିଲା ବିଜେପି

ବିଜେପି ଅଭିଯୋଗ କରିଛି ଯେ, ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ ରାଜଘାଟ ପରିଦର୍ଶନ କରି AAP ସୁପ୍ରିମୋ କେଜ୍ରିୱାଲ ଏହି ସ୍ଥାନକୁ ଅପବିତ୍ର କରିଛନ୍ତି, ସେଥିପାଇଁ ବିଜେପି କର୍ମୀମାନେ ସେଠାରେ 'ଗଙ୍ଗା ଜଳ' ଛିଞ୍ଚିଛନ୍ତି। 

ରାଜଧାନୀ ରାଜନୀତିରେ ରାଜଘାଟ; AAPର ପରିଦର୍ଶନ ପରେ ଗଙ୍ଗା ଜଳ ଛିଞ୍ଚିଲା ବିଜେପି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରାଜନୀତିରେ ପେଶି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିସ୍ଥଳି। ଗୁରୁବାର AAP ବିଧାୟକମାନେ ଗାନ୍ଧୀ ସ୍ମାରକୀ ପରିଦର୍ଶନ କରିବା ପରେ ବିଜେପି ରାଜଘାଟରେ 'ଗଙ୍ଗା ଜଳ' ଛିଞ୍ଚିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ  ବିଜେପି ସାଂସଦ ମନୋଜ ତିୱାରୀ, ଜୋସେଫ ଗୋଏବେଲ୍ସଙ୍କ ସହ ତୁଳନା କରିଛନ୍ତି। ଏହା ବ୍ୟତୀତ ଆପର ଅନେକ ଅଭିଯୋଗକୁ ଫିଲ୍ମ ସ୍କ୍ରିପ୍ଟ, ମଦନୀତି ଦୂର୍ନୀତି ମାମଲାରୁ ବଞ୍ଚିବା ପାଇଁ କେଜ୍ରିୱାଲ ସରକାର ଏଭଳି ନାଟକ କରୁଥିବା ଦିଲ୍ଲୀ ବିଜେପି ୟୁନିଟ କହିଛି।  

ବିଜେପି ଅଭିଯୋଗ କରିଛି ଯେ, ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ ରାଜଘାଟ ପରିଦର୍ଶନ କରି AAP ସୁପ୍ରିମୋ କେଜ୍ରିୱାଲ ଏହି ସ୍ଥାନକୁ ଅପବିତ୍ର କରିଛନ୍ତି, ସେଥିପାଇଁ ବିଜେପି କର୍ମୀମାନେ ସେଠାରେ 'ଗଙ୍ଗା ଜଳ' ଛିଞ୍ଚିଛନ୍ତି। ଦଳ ସହ ବିଦ୍ରୋହ କରିବା ପାଇଁ ପ୍ରତ୍ୟେକ ଆପ୍ ବିଧାୟକଙ୍କୁ ବିଜେ ୨୦ କୋଟି ଲେଖାଏ ଯାଚିଥିବା ଦାବି ହୋଇଛି। ଆପର ଏହି ଦାବି ଉପରେ ମନୋଜ ତିୱାରୀ କହିଛନ୍ତି ଯେ, ପ୍ରତିଦିନ ଜନସାଧାରଣଙ୍କୁ ପ୍ରକୃତ ପ୍ରସଙ୍ଗରୁ ଦୂରେଇ ରଖିବା ପାଇଁ AAP ପୁରୁଣା "ଫିଲ୍ମ ସ୍କ୍ରିପ୍ଟ" ସହିତ ଆସୁଛି।

Also Read: BJP ଛାଡିବେ ଗଡ଼କରୀ! ସଞ୍ଜୟ ସିଂଙ୍କ ଟ୍ୱିଟ୍ ଉପରେ ଜବାବ ରଖିଲେ ସଡ଼କ ପରିବହନ ମନ୍ତ୍ରୀ

ଏହା ହେଉଛି AAPର ପୁରା ଫ୍ଲପ୍ ସୋ। କେଜ୍ରିୱାଲ୍ ଆପଣଙ୍କୁ ଏକ୍ସାଇଜ୍ ପଲିସିରେ କହିବାକୁ ପଡିବ କିନ୍ତୁ ଏହି ପ୍ରସଙ୍ଗରେ ଆପଣଙ୍କର ନିରବତା ଅନେକ କଥା କହୁଛି। ଆପଣ ସର୍ବଦା ସମାନ ପୁରୁଣା, ପୁରୁଣା ଫିଲ୍ମ ସ୍କ୍ରିପ୍ଟ ନେଇ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଅରବିନ୍ଦ, ଆପଣ ଗୋଏବେଲ୍ସଙ୍କ ବଂଶଧର ହୋଇସାରିଛନ୍ତି, ଯିଏ ଭାବୁଥିଲେ ଯେ ଯଦି ଆପଣ ଜନସାଧାରଣଙ୍କୁ ବାରମ୍ବାର ମିଥ୍ୟା କୁହନ୍ତି, ତେବେ ସେମାନେ ଏହାକୁ ଏକ ସତ୍ୟ ବୋଲି ବିଶ୍ୱାସ କରିବା ଆରମ୍ଭ କରିବେ ବୋଲି ତିୱାରୀ କହିଛନ୍ତି।

ବିଜେପି ସାଂସଦ କହିଛନ୍ତି ଯେ 'ମଦ ସ୍କାମ'ରେ ଲିପ୍ତ ଥିବା ବ୍ୟକ୍ତିମାନେ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ ପରିଦର୍ଶନ କରିଛନ୍ତି। ଗୋଏବେଲ୍ସର ଏହି ବଂଶଧରମାନେ ମହାତ୍ମା ଗାନ୍ଧୀଙ୍କ ସମାଧିପୀଠ ପରିଦର୍ଶନ କରିବାକୁ ମଧ୍ୟ ଯୋଗ୍ୟ କି? ବୋଲି ମନୋଜ ତିୱାରୀ ପଚାରିଥିଲେ। ସେ କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ପଲିସି ସହରର ମହିଳା ଏବଂ ଶିଶୁଙ୍କ ସମେତ ସମସ୍ତେ ବିରୋଧ କରିଥିଲେ। ଜନସାଧାରଣ ଏକ୍ସାଇଜ୍ ପଲିସିକୁ ନେଇ ବିବାଦ ବିଷୟରେ ଉତ୍ତର ଦାବି କରୁଛନ୍ତି। ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇବା ମାତ୍ରେ ଏକ୍ସାଇଜ୍ ପଲିସି କାହିଁକି ଫେରାଇ ନିଆଗଲା ବୋଲି ବିଜେପି ନେତା ପ୍ରଶ୍ନ କରିଛନ୍ତି।

Also Read: Jharkhand Political Crisis: ଝାଡ଼ଖଣ୍ଡରେ କାମ କରିବ କି ଲାଲୁ ମଡେଲ?

ସେପଟେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରାଜଘାଟ ଗସ୍ତ ହାଇ ଭୋଲଟେଜ ଡ୍ରାମା ଛଡା ଆଉ କିଛି ନୁହେଁ। ଏହା ସହିତ ସେ ପ୍ରଶ୍ନ କରିଛନ୍ତି ଯେ, ଯଦି ଆପ୍ ନିକଟରେ ପ୍ରକୃତରେ ପ୍ରମାଣ ଅଛି କି ବିଜେପି ତାଙ୍କ ବିଧାୟକ କିଣିବାକୁ ଚେଷ୍ଟା କରିଛି, ତେବେ ସେମାନେ କାହିଁକି ଦିଲ୍ଲୀ ପୋଲିସ କିମ୍ବା ଇଡି ନିକଟକୁ ଯାଉନାହାନ୍ତି? ଏହା ସହିତ ଅଲକା ଟ୍ୱିଟରେ ଲେଖିଛନ୍ତି ଯେ,  ସେୟାର କରି ଲାମ୍ବା ଲେଖିଛନ୍ତି, 'AAPର ଠକମାନେ ରଜଘାଟକୁ ଧୋବାଘାଟ ଭାବି ପହଞ୍ଚିଛନ୍ତି ଯେପରି ପାପ ଏବଂ ଦୁର୍ନୀତିର ସମସ୍ତ ଦାଗ ଧୋଇଯିବ। ଦିଲ୍ଲୀ-ପଞ୍ଜାବର ସରକାରୀ କାର୍ଯ୍ୟାଳୟରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବାବେଳେ ସେମାନେ ଭାବିଥିବେ ଯେ, ନାଗପୁରରେ ବସିଥିବା ମାଷ୍ଟର ଖୁସି ହୋଇ ଇନାମ ଦେବେ।'

ସୂଚନାଯୋଗ୍ୟ, ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ୍ ଆଦମୀ ପାର୍ଟିର ସମସ୍ତ ବିଧାୟକ ରାଜଘାଟରେ ପହଞ୍ଚିଥିଲେ। ଅପରେସନ୍ ଲୋଟସ୍ ବିଫଳତା ପାଇଁ ପ୍ରାର୍ଥନା କରିବାକୁ ସମସ୍ତ ବିଧାୟକ ଏଠାକୁ ଆସିଥିଲେ। ଯହାକୁ ନେଇ ଏବେ ରାଜନୀତି ସରଗରମ ହୋଇଯାଇଛି। କେଜ୍ରିୱାଲ ଦାବି କରିଛନ୍ତି ଯେ, ଦିଲ୍ଲୀ ସରକାରକୁ ହଟାଇବାକୁ ବିଜେପି ଷଡଯନ୍ତ୍ର କରୁଛି। ଆମ୍ ଆଦମୀ ପାର୍ଟିର ୨୦ ଜଣ ବିଧାୟକଙ୍କୁ କିଣିବା ପାଇଁ ବିଜେପି ୮୦୦ କୋଟି ଟଙ୍କା ପ୍ରସ୍ତୁତ କରିଛି ବୋଲି ଆପ୍ ମୁଖ୍ୟ କହିଛନ୍ତି।