Odisha News: ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହା ନିର୍ଦ୍ଦେଶକଙ୍କୁ ବିଜେପିର ନିବେଦନ
Advertisement
Article Detail0/zeeodisha/odisha2260711

Odisha News: ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହା ନିର୍ଦ୍ଦେଶକଙ୍କୁ ବିଜେପିର ନିବେଦନ

Odisha News: ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହା ନିର୍ଦ୍ଦେଶକଙ୍କୁ ବିଜେପିର ନିବେଦନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖାଯାଇଛି । ବିଗତ କିଛି ଦିନ ହେଲା ଘଟୁଥିବା ଅନେକ ଘଟଣା ଓ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ ବିଜେଡି ଦ୍ୱାରା ସାମାଜିକ ଗଣମାଧ୍ୟମରେ ଛଡ଼ାଯାଇ ଥିବା ଭିଡିଓ ଗୁଡ଼ିକୁ ଦେଖିବାପରେ ଏହା ସ୍ପଷ୍ଟ ହୋଇଛି ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଭଳିଭାବେ ଲୋକଙ୍କ ପାଖରେ ଉପସ୍ଥାପିତ କରାଯାଉଛି ।

Odisha News: ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହା ନିର୍ଦ୍ଦେଶକଙ୍କୁ ବିଜେପିର ନିବେଦନ

Odisha News: ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହା ନିର୍ଦ୍ଦେଶକଙ୍କୁ ବିଜେପିର ନିବେଦନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖାଯାଇଛି । ବିଗତ କିଛି ଦିନ ହେଲା ଘଟୁଥିବା ଅନେକ ଘଟଣା ଓ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ ବିଜେଡି ଦ୍ୱାରା ସାମାଜିକ ଗଣମାଧ୍ୟମରେ ଛଡ଼ାଯାଇ ଥିବା ଭିଡିଓ ଗୁଡ଼ିକୁ ଦେଖିବାପରେ ଏହା ସ୍ପଷ୍ଟ ହୋଇଛି ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଭଳିଭାବେ ଲୋକଙ୍କ ପାଖରେ ଉପସ୍ଥାପିତ କରାଯାଉଛି । ସେ ଜଣେ ଅସାଧାରଣ ବ୍ୟକ୍ତି କହିଲେ ଅତୁକ୍ତି ହେବ ନାହିଁ । 

ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘଦିନ ଧରି ରାଜ୍ୟର ଦାୟିତ୍ୱରେ ରହିଛନ୍ତି । ଭିଡିଓ ଗୁଡିକୁ ଦେଖିବା ପରେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେବା ସହିତ ସମ୍ବେଦନଶୀଳ ବିଷୟ ବୋଲି ଅନୁଭବ ହେଉଛି । ଯୋଡି ଶଙ୍ଖକୁ ଭୋଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ଯେଉଁଭଳି ଯୋଡି ଶଙ୍ଖର ଚିହ୍ନ ଧରି ନିଜ ଦଳ ସପକ୍ଷରେ ପ୍ରଚାର କରୁଥିଲେ, ତାହାର  ଭିଡିଓକୁ ଓଡ଼ିଶାବାସୀ ଦେଖିଛନ୍ତି । ତାଙ୍କ ପାଖରେ ତାମିଲବାବୁ ପେଣ୍ଟ ସାର୍ଟ ପିନ୍ଧି ନବୀନ ବାବୁ ହିଞ୍ଜିଳି ଆସୁଛନ୍ତି ଏକଥା କହି ସେ ମଧ୍ୟ ବିଜେଡି ଦଳର ପ୍ରଚାର କଲେ । 

ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଭଳିଭାବେ ଓଡ଼ିଆ ଲୋକଙ୍କ ପାଖରେ ଉପସ୍ଥାପନା କରାଯାଉଛି।  ତାହା ରାଜ୍ୟବାସୀଙ୍କୁ ଦୁଃଖ ଦେଇଛି । ଅନ୍ୟ ଭିଡିଓରେ ତାମିଲ ବାବୁ ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଉତ୍ତର ଦେଉଛନ୍ତି । ନବୀନ ବାବୁଙ୍କ ଆଚାର ବ୍ୟବହାର ଓଡିଶାବାସୀ ଜାଣିଛନ୍ତି, କିନ୍ତୁ ନବୀନ ବାବୁ ବିରୋଧୀଙ୍କୁ ଚୋର ଓ ଚଣ୍ଡାଳ କେବେ କହିବେନି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ମୁଖ୍ୟମନ୍ତ୍ରୀଙ୍କ ଭିଡିଓରେ “ଫନ୍ ମ୍ୟୁଜିକ” ଦିଆଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି କାର୍ଯ୍ୟକଳାପରୁ ସ୍ପଷ୍ଟ ହେଉଛି ମୁଖ୍ୟମନ୍ତ୍ରୀଙ୍କୁ “ବନ୍ଧକ” ରଖାଯାଇଛି । ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ ମୁକ୍ତ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଉଛି ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖାଯିବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର ବିଷୟ । ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଧକ ରଖିଥିବା ନେଇ ଯଥେଷ୍ଟ ପ୍ରମାଣ ଥିବା ସତ୍ୱେ ରାଜ୍ୟ ପ୍ରଶାସନ ଏ ଦିଗରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନ ଥିôବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସ୍ଥିତି ଏଭଳି ଉଦ୍‌ବେଗଜନକ ହୋଇଛି ଯେ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏ ପ୍ରସଙ୍ଗରେ ନିଜର ଚିନ୍ତାବ୍ୟକ୍ତ କରିବାକୁ ବାଧ୍ୟ ହୋଇଛନ୍ତି । 

ବିଜେଡି ପକ୍ଷରୁ ସାମାଜିକ ଗଣାମାଧ୍ୟମରେ ପ୍ରଚାର କରାଯାଉଥିବା ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଭିଡିଓ ବାର୍ତାଗୁଡ଼ିକ ଇଓ ଭିଡିଓ ଭଳି ଜଣାପଡୁଛି । ଉକ୍ତ ଭିଡିଓ ଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ କଥା “ପଞ୍ଜୁରୀ ଭିତରେ ଶୁଆ”କୁ କଥା କୁହାଇବା ଭଳି ଲାଗୁଛି । ଓଡିଶାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଜେପି ବିନମ୍ରତାର ସହ ନିବେଦନ କରୁଛି ଯେ, ସେମାନେ ମଧ୍ୟ ମିଳିତ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ ମୁକ୍ତ କରିବା ପାଇଁ ପ୍ରଶାସନ ଉପରେ ଚାପ ପ୍ରୟୋଗ କରନ୍ତୁ । ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଗମ୍ଭୀରତାର ସହ ନେବେ ବୋଲି ଆମେ ଆଶା କରୁଛୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।