BJP Organisational Change: ଦଳରେ ବଢିଲା ୬ ଦଳୀୟ ନେତାଙ୍କ ଗୁରୁତ୍ୱ
Advertisement

BJP Organisational Change: ଦଳରେ ବଢିଲା ୬ ଦଳୀୟ ନେତାଙ୍କ ଗୁରୁତ୍ୱ

BJP Organisational Change: ସଂସଦୀୟ ବୋର୍ଡ ସହିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ​​ଟିକେଟ୍ ପ୍ରଦାନ କରୁଥିବା କେନ୍ଦ୍ରୀୟ ନିର୍ବାଚନ ସମିତିର ପୁନର୍ଗଠନ କରାଯାଇଛି। ସଂସଦୀୟ ବୋର୍ଡରେ ୧୧ ଏବଂ  କେନ୍ଦ୍ରୀୟ ନିର୍ବାଚନ ସମିତିରେ ୧୫ ଜଣ ସଦସ୍ୟ ରହିଥାନ୍ତି। 

BJP Organisational Change: ଦଳରେ ବଢିଲା ୬ ଦଳୀୟ ନେତାଙ୍କ ଗୁରୁତ୍ୱ

BJP Organisational Change: ଦଳୀୟ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ସଂସଦୀୟ ବୋର୍ଡରେ ନୂତନ ସଦସ୍ୟଙ୍କୁ ସାମିଲ କରିଛି ବିଜେପି। ଦଳ ପକ୍ଷରୁ ଏହାର ନୂତନ ସଂସଦୀୟ ବୋର୍ଡ ଗଠନ କରାଯାଇଛି। ବିଜେପି ଏହାର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥାର ପୁନର୍ଗଠନ କରି ଦଳର ୨ ଜଣ ବରିଷ୍ଠ ନେତା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହଟାଇ ଦେଇଛି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ, ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଏବଂ ବି.ଏଲ୍ ସନ୍ତୋଷଙ୍କୁ ସଂସଦୀୟ ବୋର୍ଡରେ ସ୍ଥାନ ମିଳିଛି।

ବିଜେପି ପକ୍ଷରୁ ଜାାରି ହୋଇଥିବା ବୟାନରେ କୁହାଯାଇଛି ଦଳୀୟ ରାଜ୍ୟସଭା ସାଂସଦ ତଥା ଦଳର ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ କେ.ଲକ୍ଷ୍ମଣ, ସଂଖ୍ୟାଲଘୁ ଆୟୋଗ ଅଧ୍ୟକ୍ଷ ଇକବାଲ ସିଂହ ଲାଲପୁରା, ଦଳର ରାଷ୍ଟ୍ରୀୟ ସଚିବ ତଥା ପୂର୍ବତନ ସାଂସଦ ସୁଧା ଯାଦବ, ଦଳର ପୂର୍ବତନ ଲୋକସଭା ସାଂସଦ ଡ. ସତ୍ୟନାରାୟଣ ଜାଟିୟାଙ୍କୁ ସଂସଦୀୟ ବୋର୍ଡ ସଦସ୍ୟ କରାଯାଇଛି। 

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ସଙ୍ଗଠନ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ସଂସଦୀୟ ବୋର୍ଡ ସଦସ୍ୟ ହୋଇଛନ୍ତି। ଦଳୀୟ ସଭାପତି ହୋଇ ଥିବାରୁ ଜେପି ନଡା ୧୧ ଜଣିଆ ସଦସ୍ୟ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ମଧ୍ୟ ହେବେ।

Also Read: BJP New Parliamentary Board: ନୂତନ ସଂସଦୀୟ ବୋର୍ଡ ଗଠନ କଲା ବିଜେପି, ବାଦ ପଡ଼ିଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

ବିଜେପି ଦ୍ୱାର କରାଯାଇଥିବା ଘୋଷଣା ସହିତ ଦଳର ବରିଷ୍ଠ ନେତା ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା, କେନ୍ଦ୍ରମନ୍ତ୍ରୀ ସରବାନନ୍ଦ ସୋନେୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ ଏବଂ ସତ୍ୟନାରାୟଣ ଜାଟିୟାଙ୍କ ଦଳରେ ସ୍ଥିତି ମଜବୁତ ହୋଇଛି। ବୃଦ୍ଧି ପାଇଛି। ସଂସଦୀୟ ବୋର୍ଡ ହେଉଛି ବିଜେପିର ଦଳୀୟ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ଯାହା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଦ୍ୱାରା ଗଠିତ ହୋଇଥାଏ। ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ୧୦ ଜଣ ସଦସ୍ୟ ଏପରି ସର୍ବମୋଟ ୧୧ ଜଣ ସଦସ୍ୟ ରହିଥାନ୍ତି। ସଂସଦୀୟ ବୋର୍ଡ ଦଳର ସଂସଦୀୟ ତଥା ବିଧାନସଭା ଗୋଷ୍ଠୀ କାର୍ଯ୍ୟକଳାପ ଉପରେ ତଦାରଖ କରିଥାଏ। ବୋର୍ଡ  ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ତଳେ ଥିବା ଦଳର ସମସ୍ତ ସାଙ୍ଗଠନିକ ଶାଖାକୁ ନିୟନ୍ତ୍ରଣ କରିଥାଏ।

ସଂସଦୀୟ ବୋର୍ଡ ସହିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ​​ଟିକେଟ୍ ପ୍ରଦାନ କରୁଥିବା କେନ୍ଦ୍ରୀୟ ନିର୍ବାଚନ ସମିତିର ପୁନର୍ଗଠନ କରାଯାଇଛି। ମୋଟ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ନିର୍ବାଚନ ସମିତିର ସଦସ୍ୟ ହେଉଛନ୍ତି ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ସଦସ୍ୟ ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ, ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ କେ.ଲକ୍ଷ୍ମଣ,ସଂଖ୍ୟାଲଘୁ ଆୟୋଗ ଅଧ୍ୟକ୍ଷ ଇକବାଲ ସିଂହ ଲାଲପୁରା, ପୂର୍ବତନ ସାଂସଦ ସୁଧା ଯାଦବ, ପୂର୍ବତନ କେନ୍ଦ୍ରମନ୍ତ୍ର ସତ୍ୟ ନାରାୟଣ ଜାଟିୟା, ବିଜେପି ସଙ୍ଗଠନ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ, ଓମ ମାଥୁର ଏବଂ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ବନଥି ଶ୍ରୀନିବାସନ। ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ପୁନର୍ଗଠନ ହେବା ପରେ ଏହାର ସଦସ୍ୟ ପଦରୁ ଶାହାନୱାଜ ହୁସେନଙ୍କୁ ଏଥିରୁ ବାଦ ଦିଆଯାଇଛି।