BJP National Executive Meeting: ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ଉପରେ ଦଳର ନଜର
Advertisement
Article Detail0/zeeodisha/odisha1242719

BJP National Executive Meeting: ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ଉପରେ ଦଳର ନଜର

BJP National Executive Meeting: ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଆମ ପାଇଁ ଆଶ୍ଚର୍ଯ୍ୟଜନକ ଯେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ବିଜେପି ଶାଖାକୁ ଦଳିତ ଏବଂ ମୁସଲମାନଙ୍କ ସହ ମିଶି କାମ କରିବାକୁ କହିଥିଲେ।

BJP National Executive Meeting: ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ଉପରେ ଦଳର ନଜର

BJP National Executive Meeting: ଜୁଲାଇ ୨ ତାରିଖ ଶନିବାର ହ୍ରାଇଦ୍ରାବାଦ ଠାରେ ଆୟୋଜିତ ହୋଇଯାଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ। ରବିବାର ଏହି ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ବିଜେପି ଉତ୍ତର ପ୍ରଦେଶ ରାଜ୍ୟ ଶାଖାକୁ ଏହା ବିଶ୍ଳେଷଣ କରିବାକୁ କହିଛନ୍ତି ପସମାନ୍ଦା ନାମରେ ଜଣାଶୁଣା ପଛୁଆ-ଦଳିତ ମୁସଲମାନ କିପରି ବିଜେପି ସରକାର ନୀତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଜୀବନକୁ ଶୀଘ୍ର ଉପରକୁ ଉଠାଇବା ପାଇଁ କେଉଁ କାର୍ଯ୍ୟ କରାଯାଇପାରିବ ତାହା ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପରାମର୍ଶରକ୍ରମେ ହାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହଙ୍କ ଏ ସମ୍ପର୍କରେ ଦଳୀୟ ପଦାଧିକାରୀଙ୍କୁ ଅବଗତ କରାଇଛନ୍ତି।

ଏନେଇ ମତ ରଖି ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ କହିଥିଲେ ଯେ ବିଜେପି ରାଜ୍ୟର ଆଜମଗଡ଼ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ କିପରି ଜିତିଛି। ଏହି ଆସନ ମୁସଲିମ-ଯାଦବ ସମୀକରଣ ପାଇଁ ଜଣାଶୁଣା। ଏହି ସମୟରେ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଦଳୀୟ ନେତୃତ୍ୱଙ୍କୁ ଅଧିକ ସାମାଜିକ ସମୀକରଣ ଖୋଜିବାକୁ ଏବଂ ରାଜ୍ୟରେ ଦଲିତ ମୁସଲମାନଙ୍କ ନିକଟରେ ପହଞ୍ଚିବାକୁ କହିଥିଲେ। ଉତ୍ତରପ୍ରଦେଶ ସରକାରରେ ଜଣେ ମୁସଲମାନ ମନ୍ତ୍ରୀ ଦାନିଶ ଅନସାରୀ ଅଛନ୍ତି ଏବଂ ସେ ଏହି ସମ୍ପ୍ରଦାୟରୁ ଆସୁଛନ୍ତି। 

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳ ଦ୍ୱାରା  ଜାତି ଆଧାରିତ ଭୋଟ୍ ବ୍ୟାଙ୍କ ଉପରେ ଅନେକ ଅନୁସନ୍ଧାନ କରାଯାଇଛି। କିଛି ବର୍ଷ ପୂର୍ବେ ବିଜେପି ଆଜମଗଡ ଲୋକସଭା ଆସନ ଦଖଲ କରିବ ତାହା କେହି କଳ୍ପନା କରିନଥିଲେ। ବର୍ତ୍ତମାନ ଆମକୁ ବିଭିନ୍ନ ସାମାଜିକ ସମୀକରଣ ସହିତ ଅଧିକ ପରୀକ୍ଷା କରିବାକୁ ହେବ ଏବଂ ତାହା ଉପରେ କାର୍ଯ୍ୟ କରିବାକୁ ହେବ। ସଂଖ୍ୟାଲଘୁ ଏବଂ ବର୍ଗର ବର୍ଗର ଉନ୍ନତି ପାଇଁ ଆଠ ବର୍ଷର ବିକାଶ କାର୍ଯ୍ୟ ରହିଛି। ଆମକୁ ଏହା ଦେଖିବାକୁ ହେବ ଯେ ସରକାରୀ ଯୋଜନାର ଲାଭ ଆମର ହିତାଧିକାରୀଙ୍କୁ କିପରି ପ୍ରଭାବିତ କରୁଛି। ସାମ୍ପ୍ରତିକ ତଥ୍ୟକୁ ବିଶ୍ଳେଷଣ କରି ଅଧିକ ତଥ୍ୟ ସଂଗ୍ରହ କରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବୈଜ୍ଞାନିକ ଭାବେ ସମାଜକୁ ଦେଖିବା ଉପରେ ଧ୍ୟାନ ଦେଇଥିଲେ। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଆମ ପାଇଁ ଆଶ୍ଚର୍ଯ୍ୟଜନକ ଯେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ବିଜେପି ଶାଖାକୁ ଦଳିତ ଏବଂ ମୁସଲମାନଙ୍କ ସହ ମିଶି କାମ କରିବାକୁ କହିଥିଲେ। ଯେତେବେଳେ ସେ କହିଛନ୍ତି ଯେ ଆମେ ମଧ୍ୟ ସେମାନଙ୍କ ସହ କାମ କରିବା ଆବଶ୍ୟକ ଯେଉଁମାନେ ଆମ ସହିତ ନିର୍ବାଚନରେ ​​ନାହାଁନ୍ତି। ଏହି ପ୍ରକ୍ରିୟା ଅଧିକ ସାମାଜିକ ସମୀକରଣ ବାବଦରେ ଅନୁସନ୍ଧାନ କରୁଛି।

ଦଳିତ ଏବଂ ପଛୁଆ ବର୍ଗର ମୁସଲମାନ ହେଉଛନ୍ତି ପସମାନ୍ଦା ମୁସଲମାନ। ଯେଉଁଥିରେ ମୁସଲମାନ ସମ୍ପ୍ରଦାୟର ମୋଟ ଜନସଂଖ୍ୟାର ୭୫-୮୦ ପ୍ରତିଶତ। ସୟଦ, ଶେଖ୍, ପଠାନ୍  ଉଚ୍ଚ ଜାତିର ମୁସଲମାନ ହୋଇଥିବାବେଳେ ଅଲଭି, ସୈନି, ଦର୍ଜୀ, ବଢେଇ ହେଉଛନ୍ତି ପସମାନ୍ଦା ମୁସଲମାନ। ଆମେ ପସମାନ୍ଦା ମୁସଲମାନ ସମ୍ପ୍ରଦାୟକୁ କହିବାକୁ ଚେଷ୍ଟା କରୁଛୁ ଯେ ବିଜେପି ସେମାନଙ୍କ ଜୀବନକୁ ଉନ୍ନତ କରିବାକୁ ପ୍ରତିଶୃତିବଦ୍ଧ। ଆଶା କରୁ ସେମାନେ ଅଧିକ ଉଦାର ଭାବେ ଚିନ୍ତା କରିବେ।

Also Read: ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଂଶସାରେ ପୋତିଦେଲେ ପ୍ରଧାନମନ୍ତ୍ରୀ ମୋଦି

Also Read: ଆଗାମୀ ୩୦-୪୦ ବର୍ଷ ବିଜେପି ସମୟ ହେବ: ଅମିତ ଶାହ