Gujarat Politics: ଦଳୀୟ କର୍ମକର୍ତ୍ତାଙ୍କୁ ଚେତାବନୀ ଦେଲେ ବିଜେପି ସାଂସଦ ମନସୁଖ ବସାୱା
Advertisement

Gujarat Politics: ଦଳୀୟ କର୍ମକର୍ତ୍ତାଙ୍କୁ ଚେତାବନୀ ଦେଲେ ବିଜେପି ସାଂସଦ ମନସୁଖ ବସାୱା

Gujarat Politics: ରାଜ୍ୟର ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ କର୍ମକର୍ତ୍ତାଙ୍କୁ ଚେତାବନୀ ଦେଇଛନ୍ତି ଗୁଜୁରାଟ ଭରୁଚ ଲୋକସଭା ଆସନର ବିଜେପି ସାଂସଦ ମନସୁଖ ବସାୱା। 

Gujarat Politics: ଦଳୀୟ କର୍ମକର୍ତ୍ତାଙ୍କୁ ଚେତାବନୀ ଦେଲେ ବିଜେପି ସାଂସଦ ମନସୁଖ ବସାୱା

BJP MP Mansukh Vasava: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ମାତ୍ର ଏହା ପୂର୍ବରୁ ଦଳୀୟ କର୍ମକର୍ତ୍ତାଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟର ଭରୁଚ ଲୋକସଭା ଆସନର ବିଜେପି ସାଂସଦ ମନସୁଖ ବସାୱା। ଶୃଙ୍ଖଳିତ ରହିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଚେତାବନୀ ଦେଇଛନ୍ତି ବିଜେପି ସାଂସଦ। ବିଶୃଙ୍ଖଳିତ କାର୍ଯ୍ୟକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ସେ। ତାଙ୍କ ମନ୍ତବ୍ୟ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କ ଏକ ବର୍ଗ ଦ୍ୱାରା କରା ଯାଉଥିବା ପ୍ରଚାର ମଧ୍ୟରେ ଆସିଛି।

ନିକଟରେ ଏକ  ବୈଠକକୁ ସମ୍ବୋଧିତ କରି ବିଜେପି ସାଂସଦ କହିଛନ୍ତି, "ଦଳୀୟ କର୍ମୀକର୍ତ୍ତା ଟିକେଟ୍ ପାଇଁ ଦାବି କରିବେ ନାହିଁ କିମ୍ବା କୌଣସି ଚାପ ପକାଇବେ ନାହିଁ। କାହାକୁ ଟିକେଟ୍ ଦିଆଯିବା ଆବଶ୍ୟକ ତାହା ବିଜେପି ନେତା ସ୍ଥିର କରିବେ। ଯାହାକୁ ସମସ୍ତଙ୍କ ଦ୍ୱାରା ଗ୍ରହଣ କରାଯିବ। ଦଳୀୟ ପ୍ରାର୍ଥୀ ଏବଂ ଦଳର ବିଜୟ ପାଇଁ କାର୍ଯ୍ୟ କରିବାକୁ ହେବ। ଯଦି କେହି ଦଳୀୟ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି ତାହେଲେ ସେ  ଦଳ ଛାଡିବାକୁ ସ୍ୱତନ୍ତ୍ର। ଯଦି କେହି ଦଳର ଆଶାକୁ ନଷ୍ଟ କରିବାକୁ ଚେଷ୍ଟା କରନ୍ତି, ତାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦଳରେ କୌଣସି ଅସନ୍ତୁଷ୍ଟ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। "

Also Read: Gujarat Politics: କଂଗ୍ରେସକୁ ବଡ଼ ଝଟକା ଦେଲା ବିଜେପି

ଭାରତୀୟ ଟ୍ରାଇବାଲ ପାର୍ଟି (Bharatiya Tribal Party) ଦଳର ପାରମ୍ପରିକ ଗଡ଼ରେ ବିଜେପି (BJP) ପ୍ରବେଶ କରିବ। ରାଜପିପଲା (Rajpipla Assembly Constituency), ନନ୍ଦୋଦ (Nandod Assembly Constituency) ଏବଂ ଅନ୍ୟ ଆଦିବାସୀ ବହୁଳ ଅଞ୍ଚଳର ଅନ୍ୟ ଆସନ ସହିତ ଡୋଡି଼ୟାପାଡା଼ (Dediapada Assembly Constituency) ଏବଂ ଝଗଡିଆ ଆସନରେ (Jhagadiya Assembly Constituency) ଦଳ ବିଜୟୀ ହେବା ନେଇ ଆଶାବାଦୀ ଅଛନ୍ତି ଗୁଜୁରାଟ (Gujarat ) ଭରୁଚ ଲୋକସଭା ଆସନର (Bharuch Lok Sabha Constituency) ବିଜେପି ସାଂସଦ ମନସୁଖ ବସାୱା (BJP MP Mansukh Vasava)। 

Also Read: Gujarat Politics: ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା: ଆପ୍ ମୁହଁ କଂଗ୍ରେସ ବିଧାୟକ

ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022) । ଏହି ନିର୍ବାଚନ ପାଇଁ ଖୁବ ଶୀଘ୍ର ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ (Election Commission of India)। ରାଜ୍ୟର ମୋଟ ୧୮୨ ଆସନ ଲାଗି ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏଠାରେ ସରକାର ଗଠନ କରିବା ଲାଗି କୌଣସି ଦଳକୁ ୯୨ ଆସନ ଜିତିବା ଆବଶ୍ୟକ। ଯଦି ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2017) କଥା କୁହାଯାଏ ତାହେଲେ ବିଜେପି ୯୯ ସିଟ୍ ହାସଲ କରି ରାଜ୍ୟରେ ଲଗାତାର ଭାବେ ସପ୍ତମ ଥର ଲାଗି ସରକାର ଗଠନ କରିଥିଲା। ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ (Congress) ୮୦ ଆସନ ପାଇଥିଲା। ଏହି ନିର୍ବାଚନ ଲାଗି ଡିସେମ୍ବର ୯ ଏବଂ ୧୪ ତାରିଖରେ ୨ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨.୯୭ କୋଟି ମତଦାତା ମତଦାନ କରିଥିଲେ।