BJP New Parliamentary Board: ନୂତନ ସଂସଦୀୟ ବୋର୍ଡ ଗଠନ କଲା ବିଜେପି, ବାଦ ପଡ଼ିଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ
Advertisement

BJP New Parliamentary Board: ନୂତନ ସଂସଦୀୟ ବୋର୍ଡ ଗଠନ କଲା ବିଜେପି, ବାଦ ପଡ଼ିଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

BJP Parliamentary Board: କେବଳ ସଂସଦୀୟ ବୋର୍ଡ ନୁହେଁ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତିର ପୁନର୍ଗଠନ କରିଛି ବିଜେପି।

BJP New Parliamentary Board: ନୂତନ ସଂସଦୀୟ ବୋର୍ଡ ଗଠନ କଲା ବିଜେପି, ବାଦ ପଡ଼ିଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

BJP Parliamentary Board: ଦଳୀୟ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ସଂସଦୀୟ ବୋର୍ଡରେ ନୂତନ ସଦସ୍ୟଙ୍କୁ ସାମିଲ କରିଛି ବିଜେପି। ଦଳ ପକ୍ଷରୁ ଏହାର ନୂତନ ସଂସଦୀୟ ବୋର୍ଡ ଗଠନ କରାଯାଇଛି। ସଂସଦୀୟ ବୋର୍ଡ ପୁନର୍ଗଠନରେ ଦଳର ୨ ବରିଷ୍ଠ ନେତା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ନିତିନ ଗଡକରୀଙ୍କୁ ସ୍ଥାନ ମିଳିନାହିଁ। ଅନ୍ୟପଟେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଏବଂ ବି.ଏଲ୍ ସନ୍ତୋଷଙ୍କୁ ସଂସଦୀୟ ବୋର୍ଡରେ ପ୍ରବେଶ କରିଛନ୍ତି।

ବିଜେପି ସଂସଦୀୟ ବୋର୍ଡ ସଦସ୍ୟ

  • ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  
  •  ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା 
  • କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ
  • ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ କେ.ଲକ୍ଷ୍ମଣ 
  • ଇକବାଲ ସିଂହ ଲାଲପୁରା 
  • ସୁଧା ଯାଦବ
  • ପୂର୍ବତନ କେନ୍ଦ୍ରମନ୍ତ୍ର ସତ୍ୟ ନାରାୟଣ ଜାଟିଆ
  • ବି.ଏଲ୍ ସନ୍ତୋଷ

କେବଳ ସଂସଦୀୟ ବୋର୍ଡ ନୁହେଁ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତିର ପୁନର୍ଗଠନ କରିଛି ବିଜେପି। ସଂସଦୀୟ ବୋର୍ଡ ଭଳି ନିର୍ବାଚନ ସମିତିରେ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ କରାଯାଇଛି। ଦଳର କେନ୍ଦ୍ରୀୟ ନିର୍ବାଚନ ସମିତିରେ ୧୫ ଜଣ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। 

ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ସଦସ୍ୟ

  • ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  
  • ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା 
  • କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ
  • ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ କେ.ଲକ୍ଷ୍ମଣ 
  • ଇକବାଲ ସିଂହ ଲାଲପୁରା 
  • ସୁଧା ଯାଦବ
  • ପୂର୍ବତନ କେନ୍ଦ୍ରମନ୍ତ୍ର ସତ୍ୟ ନାରାୟଣ ଜାଟିଆ
  • ବି.ଏଲ୍ ସନ୍ତୋଷ
  • ଭୂପେନ୍ଦ୍ର ଯାଦବ
  • ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ
  • ଓମ ମାଥୁର
  • ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ବନଥି ଶ୍ରୀନିବାସନ

Also Read: Lok Sabha Election 2024: କିଏ ହେବେ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଘୋଷଣା କଲେ ଅମିତ ଶାହ