Mission Bihar: ବିହାର ଅଭିଯାନ ଲାଗି ଅଣ୍ଟା ଭିଡି଼ଲେ ବିଜେପି ଚାଣକ୍ୟ, କ'ଣ ରହିଛି ଲକ୍ଷ୍ୟ?
Advertisement
Article Detail0/zeeodisha/odisha1347024

Mission Bihar: ବିହାର ଅଭିଯାନ ଲାଗି ଅଣ୍ଟା ଭିଡି଼ଲେ ବିଜେପି ଚାଣକ୍ୟ, କ'ଣ ରହିଛି ଲକ୍ଷ୍ୟ?

BJP Bihar Mission: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲାଗି ଦଳୀୟ ପ୍ରଚାର ଆରମ୍ଭ କରିବା ପାଇଁ ବିଜେପି ଚାଣକ୍ୟ ଭାବେ ଜଣାଶୁଣା ଅମିତ ଶାହ ପାଟନା ପରିବର୍ତ୍ତେ ମୁସଲିମ ବହୁଳ ସୀମାଞ୍ଚଳ କ୍ଷେତ୍ରକୁ ଚୟନ କରିଛନ୍ତି।

 

Mission Bihar: ବିହାର ଅଭିଯାନ ଲାଗି ଅଣ୍ଟା ଭିଡି଼ଲେ ବିଜେପି ଚାଣକ୍ୟ, କ'ଣ ରହିଛି ଲକ୍ଷ୍ୟ?

Amit Shahs Bihar Tour: ଏନଡିଏ ମେଣ୍ଟରୁ ନୀତିଶ କୁମାର ନୀତିଶ କୁମାର ବାହାରି ଯିବା ପରେ ବିହାର ରାଜନୀତିରେ ନିଜର ସ୍ଥିତି ମଜବୁତ କରିବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି।  ଆସନ୍ତା ୨୦୨୪ ନିର୍ବାଚନ ଲାଗି ବିହାର ଉପରେ ସତର୍କ ନଜର ରଖିଛି ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ବିଜେପି ନେତା ଚଳିତ ମାସରେ ବିହାର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସହ ସମ୍ପର୍କ ଭାଙ୍ଗି ଆରଜେଡି ସମର୍ଥନରେ ସରକାର ଗଠନ କରିଛନ୍ତି। ରାଜ୍ୟ ରାଜନୀତିରେ ହୋଇଥିବା କ୍ଷମତା ପରିବର୍ତ୍ତନ ଠାରୁ ସରଗରମ ରହିଛି ବିହାର ରାଜନୀତି। 

ଚଳିତ ମାସ ୨୩-୨୪ ତାରିଖରେ ବିହାର ସୀମାଞ୍ଚଳ (Bihar Seemanchal Region) ଗସ୍ତ କରିବେ ବରିଷ୍ଠ ବିଜେପି ନେତା। ସୀମାଞ୍ଚଳ ହେଉଛି ବାଂଲାଦେଶ ସୀମା (Bangladesh Border) ଠାରୁ ନିକଟତର ଏବଂ ଏଠାରେ ମୁସଲମାନ ଜନସଂଖ୍ୟା ହେଉଛି ସଂଖ୍ୟା ବହୁଳ (Muslim MajoritySeemanchal Region)। ଦୁଇ ଦିନିଆ ବିହାର ଗସ୍ତର ଅଂଶ ଭାବେ ଗୃହମନ୍ତ୍ରୀ ପୂର୍ଣ୍ଣିଆ (Purnea) ଏବଂ କିଶନଗଞ୍ଜ (Kishanganj) ଜିଲ୍ଲା ପରିଦର୍ଶନ କରିବେ। ଏହି ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ବ୍ୟତୀତ ସାଧାରଣ ସଭା ଆୟୋଜିତ ହେବାର ଧାର୍ଯ୍ୟ କରାଯାଇଛି।

ଆଜକୁ ୭ ବର୍ଷ ପୂର୍ବେ, ଯେତେବେଳେ ନୀତୀଶ କୁମାର (Bihar CM Nitish Kumar) ମହାମେଣ୍ଟ ସହିତ ରହିଥିଲେ, ସେତେବେଳେ ଅମିତ ଶାହ (Union Home Minister Amit Shah) ୨୦୧୫ ବିହାର ବିଧାନସଭା ନିର୍ବାଚନ (Bihar Assembly Election 2015) ପାଇଁ ଦଳୀୟ ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ପାଟଣାସ୍ଥିତ ଗାନ୍ଧୀ ମଇଦାନକୁ (Patna Gandhi Maidan) ବାଛିଥିଲେ। ହେଲେ ଏହି ନିର୍ବାଚନରେ ରାଜ୍ୟର ୨୪୩ ସିଟ୍ ମଧ୍ୟରୁ ଏନଡିଏ ମାତ୍ର ୫୮ ଆସନ ପାଇବାକୁ ସକ୍ଷମ ହୋଇଥିଲା। ହେଲେ ପୁଣି ଥରେ ପରିସ୍ଥିତି ସମାନ ହୋଇଯାଇଛି। କାରଣ ନୀତୀଶ କୁମାର ଏନଡିଏ ଛାଡ଼ି ମହାମେଣ୍ଟ ହାତ ଧରି ସାରିଛନ୍ତି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ଲାଗି ଦଳୀୟ ପ୍ରଚାର ଆରମ୍ଭ କରିବା ପାଇଁ ବିଜେପି ଚାଣକ୍ୟ ଭାବେ ଜଣାଶୁଣା ଅମିତ ଶାହ (BJP Chanakya Amit Shah) ପାଟନା ପରିବର୍ତ୍ତେ ମୁସଲିମ ବହୁଳ ସୀମାଞ୍ଚଳ କ୍ଷେତ୍ରକୁ ଚୟନ କରିଛନ୍ତି।

Also Read: Mission 2024: ମେଣ୍ଟ ଭାଙ୍ଗିବା ପରେ ବିହାର ଗସ୍ତରେ ଯିବେ ବିଜେପି ଚାଣକ୍ୟ

ଏହା ପୂର୍ବରୁ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ମୁଖ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେଇ ଅମିତ ଶାହ ୨୦୧୯ ନିର୍ବାଚନ ଦଳ ହାରିଥିବା ସେହି ୧୪୪ ଆସନ ଉପରେ ଧ୍ୟାନ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ କହିଥିଲେ। ଆସନ୍ତା ମାସରେ ଦଳର ନୂତନ ଯୋଜନା ବାହାରକୁ ଆସିବା ନେଇ ଚର୍ଚ୍ଚା ହେଉଛି। ବୈଠକରେ କେନ୍ଦ୍ରମନ୍ତ୍ରୀ ଶାହ ଦଳୀୟ ସଙ୍ଗଠନ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଧାର୍ଯ୍ୟ ନିର୍ବାଚନମଣ୍ଡଳୀରେ ସମୟ ନ ଦେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶାହ ସମସ୍ତ ମନ୍ତ୍ରୀଙ୍କୁ ସ୍ପଷ୍ଟ କରିଛନ୍ତି ଯେ ମନ୍ତ୍ରୀ ଭାବରେ ସେମାନଙ୍କ ଦାୟିତ୍ୱ ସହ କୌଣସି ବୁଝାମଣା ନ କରି ଦଳୀୟ ସଙ୍ଗଠନ କାର୍ଯ୍ୟକୁ ପୂରଣ କରନ୍ତୁ।