BJP Mission 2024: କିପରି ବିରୋଧିଙ୍କୁ ଦିଆଯିବ ମାତ? ମନ୍ତ୍ରୀଙ୍କୁ ମନ୍ତ୍ର ଦେଲେ ଚାଣକ୍ୟ
Advertisement
Article Detail0/zeeodisha/odisha1341098

BJP Mission 2024: କିପରି ବିରୋଧିଙ୍କୁ ଦିଆଯିବ ମାତ? ମନ୍ତ୍ରୀଙ୍କୁ ମନ୍ତ୍ର ଦେଲେ ଚାଣକ୍ୟ

BJP Strategy for Lok Sabha Election 2024: ପ୍ରତ୍ୟେକ ଲୋକସଭା ଆସନରେ ଦଳୀୟ ରଣନୀତି ତୃଣମୂଳ ସ୍ତରର ତଥ୍ୟ ଉପରେ ଆଧାରିତ ହେବ ଏବଂ ଏଥିରେ ରାଜ୍ୟ ନିର୍ବାଚନର ବିବରଣୀ ମଧ୍ୟ ଅନ୍ତର୍ଭୂକ୍ତ କରାଯିବ। ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ମନ୍ତ୍ରୀଙ୍କୁ କୁହାଯାଇଛି।

BJP Mission 2024: କିପରି ବିରୋଧିଙ୍କୁ ଦିଆଯିବ ମାତ? ମନ୍ତ୍ରୀଙ୍କୁ ମନ୍ତ୍ର ଦେଲେ ଚାଣକ୍ୟ

BJP Strategy for Mission 2024: ଆସନ୍ତା ୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି କେନ୍ଦ୍ରରେ କ୍ଷମତାସୀନ ବିଜେପି। ଏହି କ୍ରମରେ ସେପ୍ଟମ୍ବର ୬ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟ ଠାରେ ଦଳର ବରିଷ୍ଠ ନେତା ଏବଂ ମନ୍ତ୍ରୀଙ୍କ ଏକ ମେଗା ବୈଠକ ଆୟୋଜିତ ହୋଇଥିଲା। ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିଜେପି ଗତ ଥର ଅପେକ୍ଷା ଏଥର ଅଧିକ ଆସନ ଜିତିବା ଉପରେ ଲକ୍ଷ୍ୟ ରଖିଛି। ଏହା ଉପରେ କାମ କରିବା ଲାଗି ଦଳୀୟ ନେତ ଏବଂ ମନ୍ତ୍ରୀଙ୍କୁ କୁହାଯାଇଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ମୋଟ ୫୪୩ ଆସନ ମଧ୍ୟରୁ ବିଜେପି ୩୦୩ ସିଟ୍ ଜିତିଥିଲା। ଅନ୍ୟପଟେ ଶହେରୁ ଅଧିକ ଆସନ ପାଇଥିଲେ। ଏହା ମଧ୍ୟରୁ କଂଗ୍ରେସ ସର୍ବାଧିକ ୫୩ ସିଟ୍ ପାଇଥିଲା।

ଆସନ୍ତା ୨୦୨୪ ନିର୍ବାଚନରେ (Lok Sabha Election 2024) ବିରୋଧି କିପରି ପୂର୍ବ ଅପେକ୍ଷା କମ ଆସନ ପାଇବେ ସେ ଦଳର ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ (Uninn Home Minister) ତଥା ବିଜେପି ଚାଣକ୍ୟ ଅମିତ ଶାହ (BJP Chanakya Amit Shah)। ଏନେଇ ସେ କହିଛନ୍ତି ଯେ ଯଦି ଦଳୀୟ ସଙ୍ଗଠନ ଅଛି ତାହେଲେ ଆମେ ଅଛୁ। ଯଦି ସଙ୍ଗଠନ ଅଛି, ତାହେଲେ ସରକାର ଅଛି। ଦଳୀୟ ସଙ୍ଗଠନକୁ (BJP Organisation) ପ୍ରାଥମିକତା ଦିଅ। ସମସ୍ତେ ଦଳୀୟ ସଙ୍ଗଠନରେ ନିଜର ଅବଦାନ ଦେବା ଆବଶ୍ୟକ। ଦଳ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ମାନ ଦିଅ। ସେମାନଙ୍କୁ କେବେ ଅଣଦେଖା କର ନାହିଁ। ବିଜେପି ସରକାରଙ୍କ ଲୋକ କଲ୍ୟାଣକାରୀ ଯୋଜନାରେ ଲାଭବାନ ହୋଇଥିବା ହିତାଧିକାରୀଙ୍କୁ ଭେଟନ୍ତୁ। ସେମାନଙ୍କ ମତାମତ ନେବାକୁ। ଏହାକୁ ପ୍ରକୃତ ସମୟରେ ଦଳ ଲାଗି ଉପଲବ୍ଧ କରାଇବାକୁ କେନ୍ଦ୍ରମନ୍ତ୍ରୀ ଶାହ ବିଜେପି ନେତା ତଥା ମନ୍ତ୍ରୀଙ୍କୁ କହିଥିଲେ। ଯେଉଁ ମନ୍ତ୍ରୀ ସେମାନଙ୍କ ନିର୍ବାଚନଣ୍ଡଳୀରେ ରହଣି ସମାପ୍ତ କରିନାହାଁନ୍ତି, ସେମାନେ ଯଥାଶୀଘ୍ର ଏହାକୁ ସମାପ୍ତ କରନ୍ତୁ। ଗତଥର ଅପେକ୍ଷା ଏଥର ଆମକୁ ଅଧିକ ଆସନ ଜିତିବାକୁ ହେବ। ଗତ ୨୦୧୯ ନିର୍ବାଚନରେ ହାରିଯାଇଥିବା ସିଟ ମଧ୍ୟରୁ ୩୦ ପ୍ରତିଶତ ଆସନରେ ବିଜୟ ମିଳିଥିଲା। ଏଥର ହାରିଯାଇଥିବା ସିଟ ମଧ୍ୟରୁ ୫୦ ପ୍ରତିଶତ ଆସନରେ ବିଜୟୀ ହେବା ପାଇଁ ଆହ୍ୱାନ ଦେଇଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ। 

Also Read: Lok Sabha Election 2024: ଲକ୍ଷ୍ୟ ଧାର୍ଯ୍ୟ କଲା ବିଜେପି, ୧୪୪ ସିଟ ଉପରେ ରହିଛି ନଜର

ବିଜେପି ଚାଣକ୍ୟ ଅମିତ ଶାହଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP National President JP Jadda) ୩-୪ ଲୋକସଭା ଆସନ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ପ୍ରତ୍ୟେକ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ମନ୍ତ୍ରୀଙ୍କୁ 'SARAL' ନାମକ ଏକ ପୋର୍ଟାଲ ଯୋଗେ ସେମାନଙ୍କର ମତାମତ ପଞ୍ଜୀକରଣ କରିବାକୁ କୁହାଯାଇଛି ଯେଉଁଠାରେ ସାମାଜିକ ଯୋଜନାର ହିତାଧିକାରୀଙ୍କ ସମେତ ସର୍ବନିମ୍ନ ବିବରଣୀ ସହ ପୂରଣ କରିବାକୁ ହେବ। ମନ୍ତ୍ରୀଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀରେ ସରକାରୀ ଯୋଜନାର ସ୍ଥିତି ବାବଦରେ ଲେଖିବାକୁ ହେବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କେତେ ଯୋଜନା ଅନୁସରଣ କରାଯାଉଛି ସେ ନେଇ ମନ୍ତ୍ରୀଙ୍କୁ ଅବଗତ କରାଇବାକୁ ହେବ।

ପ୍ରତ୍ୟେକ ଲୋକସଭା ଆସନରେ (Lok Sabha Seat) ଦଳୀୟ ରଣନୀତି (BJP Strategy for Lok Sabha Election 2024) ତୃଣମୂଳ ସ୍ତରର ତଥ୍ୟ ଉପରେ ଆଧାରିତ ହେବ ଏବଂ ଏଥିରେ ରାଜ୍ୟ ନିର୍ବାଚନର ବିବରଣୀ ମଧ୍ୟ ଅନ୍ତର୍ଭୂକ୍ତ କରାଯିବ। ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ମନ୍ତ୍ରୀଙ୍କୁ କୁହାଯାଇଛି। ବୁଥ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ଏକ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବାରେ ଏହା ଏବଂ ଅନ୍ୟାନ୍ୟ ମତାମତ ଦଳକୁ ସାହାଯ୍ୟ କରିବ। ତୃଣମୂଳସ୍ତରରୁ ଦଳୀୟ ସଙ୍ଗଠନ ମଜବୁତ କରିବା ଉପରେ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଛି।