Bihar Politics: ସରକାର ଗଠନ ନେଇ ଜେଡିୟୁ-ଆରଜେଡି ମଧ୍ୟରେ ବୁଝାମଣା ଶେଷ
Advertisement
Article Detail0/zeeodisha/odisha1295970

Bihar Politics: ସରକାର ଗଠନ ନେଇ ଜେଡିୟୁ-ଆରଜେଡି ମଧ୍ୟରେ ବୁଝାମଣା ଶେଷ

Bihar Politics: ବିହାରର ବିଜେପି ସମର୍ଥିତ ଏନଡିଏ ସରକାର ଗାଦିଚ୍ୟୁଚ ହେବା ପରେ ଏବେ ରାଜ୍ୟର ଶାସନ ଗାଦି ଦଖଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିରୋଧି ଆସନରେ ବସିଥିବା ମହାଗଠବନ୍ଧନ। ରାଜ୍ୟରେ ସାତୋଟି ଦଳଙ୍କୁ ନେଇ ଏକ ମେଣ୍ଟ ସରକାର ଗଠନ ହେବାକୁ ଯାଉଛି।

Bihar Politics: ସରକାର ଗଠନ ନେଇ ଜେଡିୟୁ-ଆରଜେଡି ମଧ୍ୟରେ ବୁଝାମଣା ଶେଷ

Bihar Politics: ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ମଧ୍ୟରେ ସତର୍କ ହୋଇଉଠିଛି ବିରୋଧି ଆସନରେ ବସିଥିବା ମହାଗଠବନ୍ଧନ। ବିଜେପି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ସରଗରମ ହୋଇଉଠିଛି ବିହାର ରାଜନୀତି। ରାଜ୍ୟର ରାଜନୈତିକ ପାଣିପାଗକୁ ନଜରରେ ରଖି ମହାଗଠବନ୍ଧନର ସମସ୍ତ ବିଧାୟକ ମଙ୍ଗଳବାର ରାବ୍ରି ଦେବୀଙ୍କ ବାସଭବନରେ ଅବସ୍ଥାନ କରୁଛନ୍ତି। ସେଠାରେ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ବିହାରର ବିଜେପି ସମର୍ଥିତ ଏନଡିଏ ସରକାର ଗାଦିଚ୍ୟୁଚ ହେବା ପରେ ଏବେ ରାଜ୍ୟର ଶାସନ ଗାଦି ଦଖଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିରୋଧି ଆସନରେ ବସିଥିବା ମହାଗଠବନ୍ଧନ। ରାଜ୍ୟରେ ସାତୋଟି ଦଳଙ୍କୁ ନେଇ ଏକ ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ଏହି ସରକାରରେ ସାତୋଟି ସାମିଲ ହୋଇଛନ୍ତି ସେମାନେ ହେଉଛନ୍ତି, ଆରଜେଡି, ଜେଡିୟୁ, କଂଗ୍ରେସ, ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା, ସିପିଆଇଏମଏଲ, ସିପିଆଇ, ସିପିଏମ ଏବଂ ଜଣେ ସ୍ୱାଧିନ ବିଧାୟକ। ଏହି ସମସ୍ତ ଦଳ ପାଖରେ ମୋଟ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।

ମୋଟ ୨୪୩ ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କୌଣସି ଦଳକୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ହେଲେ ବହୁମତ ସାବ୍ୟସ୍ତ କରିବା ଲାଗି ଆବଶ୍ୟକୀୟ ବିଧାୟକ ସଂଖ୍ୟା ଠାରୁ ମହାଗଠବନ୍ଧନ ପାଖରେ ଅଧିକ ୪୨ ଜଣ ବିଧାୟକଙ୍କ ସମର୍ଥନ ରହିଛି। ମହାଗଠବନ୍ଧ ସରାକରରେ ସାମିଲ ହେବାକୁ ଯାଉଥିବା ଦଳ ଏବଂ ସେମାନଙ୍କ ବିଧାୟକ ସଂଖ୍ୟା ହେଉଛି

  • ଆରଜେଡି: ୭୯
  • ଜେଡିୟୁ: ୪୫
  • କଂଗ୍ରେସ: ୧୯
  • ସିପିଆଇଏମଏଲ: ୧୨
  • ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା: ୪
  • ସିପିଆଇ:  ୨
  • ସିପିଏମ: ୨
  • ସ୍ୱାଧିନ:  ୧ 
  • ମୋଟ: ୧୬୪ 

ବିହାରରେ ସରକାର ଗଠନ କରିବାକୁ ନେଇ ଜେଡିୟୁ ନେତା ନୀତୀଶ କୁମାର ଏବଂ ଆରଜେଡି ବିଧାୟକ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ବୁଝମଣା ହୋଇସାରିଛି। ମେଣ୍ଟ ସରକାରରେ ଗୃହ ବିଭାଗ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ ପଦ ଜେଡୟୁ ପାଖରୁ ମାଗିଛି ଆରଜେଡି। ବିଭାଗ ଆବଣ୍ଟନ ଉପରେ କୌଣସି ମତଭେଦ ରହିବ ନାହିଁ ବୋଲି ଆରଜେଡି ପକ୍ଷରୁ କୁହାଯାଇ ସାରିଛି।

ମଙ୍ଗଳବାର ଅପରାହ୍ନରେ ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜେଡିୟୁ ନେତା ନୀତିଶ କୁମାର (JDU Leader Nitish Kumar) ଆରଜେଡି ନେତୃତ୍ୱାଧିନ ମହାଗଠବନ୍ଧନ ସମର୍ଥନରେ ସରକାର ଗଠନ କରିବା ନେଇ ଦାବି ଜଣାଇଛିନ୍ତି। ଏହା ପରେ ଉଭୟ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ମିଳିତ ସାମ୍ବାଦିକ ସମ୍ମିଳନୀ କରି ପରସ୍ପରକୁ ପ୍ରଶଂସା କରିଥିଲେ ଏବଂ ବିହାରରେ ପରବର୍ତ୍ତୀ ସରକାର ଗଠନ ଯୋଜନା ବାବଦରେ କହିଥିଲେ।
  
ଏହି ସମ୍ବାଦିକ ସମ୍ମଳନୀରେ ବିହାର ବିରୋଧି ଦଳ ନେତା (Bihar Opposition Leader) ତଥା ଆରଜେଡି ବିଧାୟକ ତେଜସ୍ୱୀ ଯାଦବ (RJD MLA Tejashwi Yadav)  ତେଜସ୍ୱୀ ଯାଦବ କହିଛନ୍ତି ଯେ ବିହାର ବିରୋଧୀ ଦଳକୁ ରାସ୍ତା ଦେଖାଇଛି। ଆମେ ସମାଜବାଦୀ ଲୋକ। ନୀତୀଶ କୁମାର ହେଉଛନ୍ତି ସବୁଠାରୁ ଅଭିଜ୍ଞ ମୁଖ୍ୟମନ୍ତ୍ରୀ। ଆମର ଉଦ୍ଦେଶ୍ୟ ହେଉଛି ସମ୍ବିଧାନକୁ ବଞ୍ଚାଇବା। ବିହାର ରାଜନୀତିରେ ବିଜେପି ଏଜେଣ୍ଡା ଚାଲିବାକୁ ଦିଆଯିବ ନାହିଁ। ବିରୋଧି ଦଳକୁ ହଟାଇବାକୁ ବିଜେପି ଚାହୁଁଛି। ରାଜ୍ୟରେ ଗଠନ ହେବାକୁ ଯାଉଥିବା ମହାଗଠବନ୍ଧନ ସରକାରରେ ନୀତିଶ କୁମାର ହେଉଛନ୍ତି ଆମର ସର୍ବମାନ୍ୟ ନେତା। ବିହାର ରାଜନୀତିରେ ଏବେ ବିଜେପି ଏକୁଟିଆ ହୋଇଯାଇଛି। ହିନ୍ଦୀ ଭାଷା-ଭାଷୀ ଅଞ୍ଚଳରେ ବିଜେପି ପାଖରେ କୌଣସି ସହଯୋଗୀ ନାହାଁନ୍ତି। ନୀତିଶ କୁମାର ଦେଶର ସବୁଠାରୁ ଅଭିଜ୍ଞ ମୁଖ୍ୟମନ୍ତ୍ରୀ। ଯେଉଁ ଦଳ ସହିତ ବିଜେପି ଗଠବନ୍ଧନ କରେ ସେହି ଦଳକୁ ଧ୍ୱଂସ କରିଦିଏ। ପଞ୍ଜାବ ଏବଂ ମହାରାଷ୍ଟ୍ର ରାଜନୀତିରେ ଏପରି ଘଟଣା ଘଟିବାର ଆମେ ଦେଖିଛୁ। ବିହାରରେ ସରକାର ଗଠନ କରିବା ପାଇଁ ଜେଡିୟୁ ଉଦ୍ଦେଶ୍ୟରେ ସମର୍ଥନ ଦେଇପାରେ ଆରଜେଡି। ବିଭାଗ ଆବଣ୍ଟନ ଉପରେ କୌଣସି ମତଭେଦ ରହିବ ନାହିଁ। ଆମ ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି। ଯଦି ବିଜେପି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରେ କିମ୍ବା ରାଷ୍ଟ୍ରପତିଙ୍କ ନିୟମ ଲାଗୁ କରିବାକୁ ଚେଷ୍ଟା କରେ ତାହେଲେ ଆମେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବୁ। ବର୍ତ୍ତମାନ ତାଙ୍କୁ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ହେବ। ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜଳସେଚନ ଭଳି ବିଷୟ ଉପରେ କାର୍ଯ୍ୟ କରିବାକୁ ହେବ। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ତତ୍ପର ନୁହେଁ। ତଥାପି ଆମର ବିଧାୟକ ଚାହାଁନ୍ତି ଯେ ଆରଜେଡି ଏକକ ବୃହତ ଦଳ ହୋଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରେ।

ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମହାଗଠବନ୍ଧନର ସମସ୍ତ ବିଧାୟକଙ୍କୁ ସମ୍ବୋଧିତ କରି କହି ବିରୋଧ ଦଳ ନେତା ତେଜସ୍ୱୀ ଯାଦବ କହିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବାକୁ ତତ୍ପର ନୁହଁନ୍ତି। ନୀତୀଶ କୁନାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଜାରି ରଖିବାକୁ ସେ ତାହୁଁଛନ୍ତି। 
ଆରଜେଡି ବୈଠକରେ ଦଳୀୟ ବିଧାୟକଙ୍କୁ ଫୋନ୍ ନେବାକୁ ଅନୁମତି ଦିଆଯାଇ ନାହିଁ। ସମସ୍ତ ବିଧାୟକଙ୍କୁ ଫୋନ୍ ବାହାରେ ରଖିବାକୁ କୁହାଯାଇଛି। ତେଜସ୍ୱୀ ଯାଦବଙ୍କ ଘରକୁ ଯାଉଥିବା ଦଳୀୟ ନେତାଙ୍କୁ ଫାଟକ ନିକଟରେ ଅଟକାଇ ସେମାନଙ୍କ କର୍ମଚାରୀଙ୍କୁ ଫୋନ୍ ଦେବାକୁ କୁହାଯାଇଛି। 

ମହାଗଠବନ୍ଧନ ପକ୍ଷରୁ ଗଠନ ହେବାକୁ ଯାଉଥିବା ସରକାରରେ ତେଜସ୍ୱୀ ଯାଦବଙ୍କ ଆଖି ଗୃହ ବିଭାଗ ଉପରେ ରହିଛି। ଯାହାକୁ ନୀତୀଶ କୁମାର ସର୍ବଦା ନିଜ ପାଖରେ ରଖିଛନ୍ତି। ଏହି ସରକାରରେ ଜେଡିୟୁ କଂଗ୍ରେସକୁ ଏକ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ଚାହୁଁଥିଲା। ହେଲେ ଜେଡିୟୁ ପକ୍ଷରୁ କଂଗ୍ରେସ ଲାଗି ରଖାଯାଇଥିବା ଏହି ପ୍ରସ୍ତାବକୁ ଆରଜେଡି ସ୍ୱୀକାର କରିନାହିଁ। ଏହି ମେଣ୍ଟ ସରକାରରେ ଗଠିତ ହେବାକୁ ଥିବା ମନ୍ତ୍ରୀମଣ୍ଡଳରେ କଂଗ୍ରେସକୁ ତିନୋଟି ମନ୍ତ୍ରୀପଦ ମିଳିପାରେ। ବିହାର କଂଗ୍ରେସ ମୁଖ୍ୟ ମଦନ ମୋହନ ଝା ଏହି ସରକାରରେ ମନ୍ତ୍ରୀ ହୋଇପାରନ୍ତି। ଯେଉଁଠି ସହଯୋଗୀ ବାମ ଦଳର ବିଧାୟକ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇପାରନ୍ତି।