ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ସହ କିଛି ଅଳଙ୍କାର ମଧ୍ୟ ଜବତ କରାଯାଇଛି । ଘଟଣା ଦିନ ୨ ଜଣ ଧରାପଡ଼ିଥିଲେ ବର୍ତ୍ତମାନ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
Trending Photos
Crime News: ଯାଜପୁର ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ୍ ଏବଂ ଡବଲ ମର୍ଡର ଘଟଣାରେ ଆଉ ଜଣକୁ ଗିରଫ କରାଯାଇଛି । ରାଜ୍ୟ ବାହାରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ସହ କିଛି ଅଳଙ୍କାର ମଧ୍ୟ ଜବତ କରାଯାଇଛି । ଘଟଣା ଦିନ ୨ ଜଣ ଧରାପଡ଼ିଥିଲେ ବର୍ତ୍ତମାନ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
ଜାନୁଆରୀ ୪ ତାରିଖ ଦିନ ଦ୍ୱିପହର ସମୟରେ ଜୁଏରାଲୀ ଦୋକାନରୁ ଲୁଟ୍ ସମୟରେ ଫୁଟିଥିଲା ଗୁଳି । ଫିଲ୍ମ ଷ୍ଟାଇଲରେ ସଶସ୍ତ୍ର ଡକାୟତି କରିବା ସମୟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଲୁଟ୍ କରିବାକୁ ଉଦ୍ୟମ କରି ଗୁଳି ଚଲାଇଥିଲେ ୪ରୁ ୫ ଜଣ ଦୁର୍ବୃତ୍ତ। ଫଳରେ ଜୁଏଲାରୀ ଦୋକାନର ଜଣେ କର୍ମଚାରୀ ଓ ଜଣେ ସାଧାରଣ ଲୋକଙ୍କ ଦେହରେ ଗୁଳି ବାଜିଥିଲା । ତେବେ ଜଣେ ସ୍ଥାନୀୟ ବ୍ୟକ୍ତି ବାଇକରେ ଯାଉଥିବା ସମୟରେ ଲୁଟେରା ତାଙ୍କ ବାଇକକୁ କାବୁ କରି ଫେରାର ହେବାକୁ ଚେଷ୍ଟା କରୁଥିଲେ । ଅନ୍ୟ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସମୟରେ ୨ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ ସ୍ଥାନୀୟ ଲୋକେ । କାବୁ କରିବା ପରେ ଉକ୍ତ ଲୁଟେରାଙ୍କୁ ପ୍ରବଳ ମାଡ ମାରିବା ସହ ପୋଲିସ ଜିମାରେ ଦେଇଥିଲେ ଲୋକେ ।
ଗୁଳିକାଣ୍ଡ ସମୟରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ ଜଣକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ମୃତକମାନଙ୍କ ମଧ୍ୟରେ ରହିଥିଲେ ଗହଣା ଦୋକାନ କର୍ମଚାରୀ ସୁନୀଲ ରାୟ ଏବଂ ନୀଳମାଧବ ପଣ୍ଡା । ଯାଜପୁରରେ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିଲେ ନୀଳମାଧବ । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୋଲିସ ଘଟଣାର ତଦନ୍ତକୁ କଡାକଡି ଭାବେ ଆରମ୍ଭ କରିଥିଲା । ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଗୁଡିକୁ ଯାଞ୍ଚ କରିଥିଲା । ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଘଟଣାସ୍ଥଳରେ ଘଟିଥିବା ପୂରା ଘଟଣା ରେକର୍ଡ ହୋଇରହିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି ଯେ,ରାସ୍ତା ପାର୍ଶ୍ୱରେ କିଛି ବ୍ୟକ୍ତି ଗୁଳିକାଣ୍ଡ ସମୟରେ ଭୟ କରି ଦୂରକୁ ଚାଲିଯାଉଛନ୍ତି । ଗୁଳିକାଣ୍ଡ ପରେ କିଛି ଲୋକ ଦୌଡାଦୌଡି ହୋଇ ଘଟଣାସ୍ଥଳକୁ ଆସୁଛନ୍ତି । ସେହି ସମୟରେ ଜାତୀୟ ରାଜପଥ ନମ୍ୱର ୧୬ ନିକଟରେ ଅନ୍ୟ ଗାଡି ଗୁ଼ଡିକ ଯିବା ଆସିବା କରୁଥିବା ମଧ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇ ରହିଛି । ଧରା ପଡିଥିବା ଲୁଟେରାଙ୍କୁ ପଚରା ଉଚରା କରି ପୋଲିସ ଅନ୍ୟ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହେବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଥିଲେ ଯାହା ଆଜି ସଫଳ ହୋଇଛି ।
ଅନ୍ୟପଟେ, ପାଣିକୋଇଲି ଲୁଟ୍ ଏବଂ ଗୁଳିମାଡ ଘଟଣାରେ କ୍ରାଇମବ୍ରାଞ୍ଚ STFର ତନାଘନା ଆରମ୍ଭ କରାଯାଇଥିଲା । ଲୁଟ୍ ହୋଇଥିବା ସୁନା ଦୋକାନରେ ପହଞ୍ଚି ଛାନଭିନ୍ କରିଥିଲା ଏସଟିଏଫ ଟିମ୍ । ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି, ଏସ୍ଡିପିଓ, ୨ଜଣ ଆଇଆଇସି, ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତ ଥିଲେ ।
Also Read- Top 10 News: ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ୍ ଠକ ହଂସିତା ଏବଂ ଅନୀଲ ସହ ଅନ୍ୟ ଅପଡେଟ୍
Also Read- ଯାତ୍ରା ଅଭିନେତା ପ୍ରିୟୁସଙ୍କ OYO ରୁମ୍ ଡାଏଲଗ ଭିଡିଓ ଭାଇରାଲ୍ ! ପଢନ୍ତୁ ଖବର