Bihar Politics: ୮ ଥର ସରକାର କରିବା ପରେ କାହିଁକିଁ ହୋଇପାରିଲା ନାହିଁ ବିହାରର ବିକାଶ? କାରଣ କହିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Advertisement
Article Detail0/zeeodisha/odisha1425032

Bihar Politics: ୮ ଥର ସରକାର କରିବା ପରେ କାହିଁକିଁ ହୋଇପାରିଲା ନାହିଁ ବିହାରର ବିକାଶ? କାରଣ କହିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

Special Category State Status for Bihar: ରାଜ୍ୟରେ କ'ଣ ପାଇଁ ବିକାଶ ହୋଇ ପାରନାହିଁ ତାହାର କାରଣ ନିଜେ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। 

Bihar Politics: ୮ ଥର ସରକାର କରିବା ପରେ କାହିଁକିଁ ହୋଇପାରିଲା ନାହିଁ ବିହାରର ବିକାଶ? କାରଣ କହିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

Nitish Kumar demand Special Status: ବିକାଶ ପ୍ରସଙ୍ଗରେ ବିନା ନାଁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମୁଖ୍ୟମନ୍ତ୍ରୀ କହିଛନ୍ତି ଗରିବ ରାଜ୍ୟଙ୍କ ପାଇଁ କିଛି ନ କରି ମିଥ୍ୟା ପ୍ରଚାର କରାଯାଉଛି। ପ୍ରାୟ ୨ ମାସ ପୂର୍ବେ ବିଜେପି ସହ ସମ୍ପର୍କ ଭାଙ୍ଗିଥିବା ନୀତୀଶ କୁମାର ବିହାରର ବିକାଶକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗରିବ ରାଜ୍ୟଙ୍କୁ ପ୍ରଦାନ କରାଯାଉଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବିହାରକୁ ପ୍ରଦାନ କରାଯିବା ଆବଶ୍ୟକ। ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ଦୀର୍ଘ ଦିନ ଧରି ଦାବି କରାଯାଇ ଆସୁଛି। ହେଲେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି। ଯାହା ବିହାରର ଦ୍ରୁତ ବିକାଶରେ ସବୁଠାରୁ ବଡ଼ ପ୍ରତିବନ୍ଧକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। 

କେନ୍ଦ୍ର ସରକାର (Govt of India) ପଛୁଆ ରାଜ୍ୟଙ୍କୁ (Backward State) ସାହାଯ୍ୟ କରୁନାହାଁନ୍ତି। ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ମାନ୍ୟତା (Special Category State Status to Bihar) ଦେବା ପାଇଁ ଦୀର୍ଘ ଦିନ ହେବ ଦାବି କରାଯାଇ ଆସୁଛି। ହେଲେ କେନ୍ଦ୍ର ସରକାର ଏହି ଦାବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନୀରବତା ଅବଲମ୍ବନ କରିଛନ୍ତି। ଯଦି ବିହାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଥାନ୍ତା, ତାହେଲେ ଏଠାରେ ଆହୁରି ଅଧିକ ବିକାଶ ହୋଇଥାନ୍ତା। ମୁଁ ନିଜେ ମୋ ସାମର୍ଥ୍ୟ ବଳରେ ରାଜ୍ୟର ବିକାଶ କାର୍ଯ୍ୟରେ ନିୟୋଜିତ ଅଛି।

କ୍ରମାଗତ ଭାବେ ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର (Bihar Chief Minister Nitish Kumar) ୨୦୨୪ ଲୋକସଭା ନିର୍ବାଚନକୁ (Lok Sabha Election 2024) ନେଇ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହି ନିର୍ବାଚନରେ ​ବିଜେପିକୁ (BJP) ପରାସ୍ତ କରିବାକୁ ଜାତୀୟ ସ୍ତରରେ ବିରୋଧୀ ଦଳଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟ ସଚିବାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ସମାଜର ଦୁର୍ବଳ ବର୍ଗ ବିଶେଷକରି ସଂଖ୍ୟାଲଘୁ ଏବଂ ଦଳିତଙ୍କ ଉନ୍ନତି ପାଇଁ ତାଙ୍କ ସରକାରଙ୍କ ଉଦ୍ୟମ ବାବଦରେ କହିଥିଲେ।

ରାଜ୍ୟରେ ଉର୍ଦ୍ଦୁ ଅନୁବାଦକ ଏବଂ ଅନ୍ୟ ଉର୍ଦ୍ଦୁ କର୍ମଚାରୀଙ୍କ ନିଯୁକ୍ତି ପତ୍ର ବଣ୍ଟନ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଆପଣ ହିନ୍ଦୀ ସହିତ ଉର୍ଦ୍ଦୁ ଜାଣନ୍ତି ତାହେଲେ ଆପଣଙ୍କ ଭାଷା ଭଲ ହେବ। ଏହି କାର୍ଯ୍ୟକ୍ରମରେ ମୋଟ ୧୮୩ ଉର୍ଦ୍ଦୁ ଅନୁବାଦକ, ସହକାରୀ ଉର୍ଦ୍ଦୁ ଅନୁବାଦକ, ନିମ୍ନ ଶ୍ରେଣୀର ଉର୍ଦ୍ଦୁ କିରାଣୀ ଏବଂ ନିମ୍ନ ଶ୍ରେଣୀର ହିନ୍ଦୀ କିରାଣୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ଯେ ଯେତେବେଳେ ଆମେ ସମୀକ୍ଷା କରିଥିଲୁ କେତେ ପଦବୀ ସୃଷ୍ଟି ହୋଇଛି ଏବଂ କେତେ ପୁନ_ସ୍ଥାପିତ ହୋଇଛି, ସେତେବେଳେ ସୂଚନା ଦିଆଯାଇଥିଲା ଯେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ହେଉଛି ୨୨୪୭। ଯେଉଁଥିରେ ୧୨୯୪ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ରହିଛି। ସମସ୍ତ ମଞ୍ଜୁରୀପ୍ରାପ୍ତ ପଦରେ ନିଯୁକ୍ତି ହେବ। ସମସ୍ତ ବ୍ୟକ୍ତିଙ୍କର ହିନ୍ଦୀ ଏବଂ ଉର୍ଦ୍ଦୁ ବ୍ୟବହାର କରିବାର ଅଧିକାର ଅଛି। ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାକୁ ସମାନ ଅନୁମୋଦନ ମିଳିଛି। ହିନ୍ଦୀ ସହିତ ସରକାର ଉର୍ଦ୍ଦୁକୁ ପ୍ରୋତ୍ସାହିତ କରୁଛନ୍ତି।