ମମତା ମହନ୍ତ ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା
Advertisement
Article Detail0/zeeodisha/odisha2368198

ମମତା ମହନ୍ତ ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା

ମମତା ବିଜେପିରେ ମିଶିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଥିଲା ଯେ, ବିଜେଡି ଭାଙ୍ଗିବା ପଛରେ ବିଜେପିର ହାତ ଅଛି । ଏହି କଥାର ଜବାବ ରଖି ଅପରାଜିତା କହିଛନ୍ତି ଯେ, ଯାହା ଘର ଦୁର୍ବଳ ହେବ ସେହି ଘର ଭାଙ୍ଗିଯିବ ।

ମମତା ମହନ୍ତ ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: 'ବର୍ତ୍ତମାନ ଟ୍ରେଲର ଅଛି ଆଗକୁ ଦେଖିବେ ପୂରା ସିନେମା' ଏକଥା କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।  ମମତା ମହନ୍ତ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଆଜି ବିଜେଡି ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । ମମତା ବିଜେପିରେ ମିଶିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଥିଲା ଯେ, ବିଜେଡି ଭାଙ୍ଗିବା ପଛରେ ବିଜେପିର ହାତ ଅଛି । ଏହି କଥାର ଜବାବ ରଖି ଅପରାଜିତା କହିଛନ୍ତି ଯେ, ଯାହା ଘର ଦୁର୍ବଳ ହେବ ସେହି ଘର ଭାଙ୍ଗିଯିବ ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ବିଜେଡି ହାରିବାକୁ ନେଇ ଏକ ବୟାନ ରଖିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାରୀ ଅଧିକାରୀମାଙ୍କଠାରୁ ଦଳୀୟ କର୍ମୀ ଏବଂ ନେତାଙ୍କୁ ଦଳର ମୁଖିଆ ଅଧିକ ଗୁରୁତ୍ୱ ଦେବା କଥା କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାହା କରି ନାହାନ୍ତି । ଭିକେ ପାଣ୍ଡିଆନଙ୍କୁ କ୍ଷମତା ଦେଇ କାର୍ଯ୍ୟ କରାଇବାରୁ ବିଜେଡି ଦୁର୍ଗ ଭୁଷୁଡି ପଡିଲା । ବିଧାୟକ ଏବଂ ମନ୍ତ୍ରୀଙ୍କ କଥା ସବୁବେଳେ ଅଫିସରମାନେ ମାନିବା ସହ କାର୍ଯ୍ୟକାରୀ କରିବା ଆବଶ୍ୟକ । ଆଜି ବିଜେପି ଜନଜାତି ମୋର୍ଚ୍ଚାର ନର୍ବନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେଡିକୁ କାଉଣ୍ଟର କରି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

Also Read- ଇଚ୍ଛାଶକ୍ତି ବଳରେ ସବୁ କାମ ସମ୍ଭବ ହୋଇପାରିବ- ମୁଖ୍ୟମନ୍ତ୍ରୀ

Also Read- ଅଗଷ୍ଟ ୬ରୁ ୯ ଏହି ଜିଲ୍ଲାରେ ପ୍ରବଳ ଛେଚିବ ! ବର୍ଷା ସହ ଘଡଘଡି ନେଇ ସତର୍କବାଣୀ