Rajasthan New CM: ରାଜସ୍ଥାନ ସିଏମ ରେସରେ ସାମିଲ ହେଲେ ଅଶ୍ୱିନୀ ବୈଷ୍ଣବ ସମେତ ଏସବୁ ନେତା
Advertisement

Rajasthan New CM: ରାଜସ୍ଥାନ ସିଏମ ରେସରେ ସାମିଲ ହେଲେ ଅଶ୍ୱିନୀ ବୈଷ୍ଣବ ସମେତ ଏସବୁ ନେତା

Rajasthan New CM: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନ ଜିତିବା ପରେ ବିଜେପି ଆଗରେ ବଡ଼ ପ୍ରଶ୍ନ ହେଉଛି ରାଜ୍ୟରୁ କାହାକୁ ମୁଖିଆ କରାଯିବ । ଏ ସମ୍ପର୍କରେ ପାର୍ଟି ଭିତରେ ଅନେକ ମନ୍ଥନ ଚାଲିଛି ।

 

Ashwini Vaishnav in the race for CM in Rajasthan

Rajasthan New CM: ରାଜସ୍ଥାନରେ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ବର୍ତ୍ତମାନ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ପଟେଲ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ବୁଧବାର (୬ ଡିସେମ୍ବର) ତୋମାର ଓ ପଟେଲ ୧୦ ଜଣ ସାଂସଦଙ୍କ ସହ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନରେ ସିଏମ୍ ରେସରେ କେନ୍ଦ୍ର ରେଳମନ୍ତ୍ରୀ ଅଶିନୀ ବୈଷ୍ଣବଙ୍କ ନାମ ଆଗରେ ରହିଛି । ବୈଷ୍ଣବଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ଓମ ବିର୍ଲା ଓ କେନ୍ଦ୍ର ଜଲ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ ନାମ ମଧ୍ୟ ଆସୁଛି ।

ବାସ୍ତବରେ ସୂତ୍ରରୁ ପ୍ରକାଶ ଯେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ନୂଆ ଚେହେରାକୁ ସୁଯୋଗ ଦେଇପାରେ । ଏହି କାରଣରୁ ନିର୍ବାଚନରେ ​​ବିଜେପି କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଘୋଷଣା କରି ନାହିଁ । ତେବେ ଏହା ପରେ ମଧ୍ୟ ପୂର୍ବତନ ସିଏମ୍ ବସୁନ୍ଧରା ରାଜେ, ଶିବରାଜ ସିଂ ଚୈହାନ ଓ ରମଣ ସିଂଙ୍କ ସିଏମ୍ ରେସରୁ ସମ୍ଫୁର୍ଣ୍ଣ ଭାବେ ବାଦ ପଡ଼ି ନାହାଁନ୍ତି । ନେତାମାନେ କହିଛନ୍ତି ଯେ ଦଳ ଯାହାକୁ ସୁଯୋଗ ଦେବେ ସେଥିପାଇଁ ସେମାନେ ପ୍ରସ୍ତୁତ । ବସୁନ୍ଧରା ରାଜେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ହେବେ କି ଅଶ୍ୱିନୀ ବୈଷ୍ଣବ?
ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ହେବା ପରେ ମଧ୍ୟ ନିଜ କାମ ମାଧ୍ୟମରେ ଶୀର୍ଷ ନେତୃତ୍ୱଙ୍କୁ ପ୍ରଭାବିତ କରିଛନ୍ତି । ବୈଷ୍ଣବଙ୍କର ରାଜନିତୀକେ ଏକ ସ୍ୱଚ୍ଛ ଚେହେରା ଅଛି ଓ ପ୍ରଶାସନ କାର୍ଯ୍ୟରେ ଅନେକ ଦକ୍ଷତା ରହିଛି । ଏହା ବ୍ୟତୀତ ସେ ଆଇଆଇଟି କାନପୁର ଓ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଛନ୍ତି । ସେ ଜଣେ ଆଇଏଏସ୍ ଅଧିକାରୀ ଥିଲେ ତେଣୁ ପ୍ରଶାସନ କିପରି କାର୍ଯ୍ୟ କରେ ସେ ଭଲଭାବେ ଜାଣନ୍ତି ।

ଅଶ୍ୱିନୀ ବୈଷ୍ଣବଙ୍କୁ କାହିଁକି ନ କରାଯାଇପାରେ CM?
ଅଶ୍ୱିନୀ ବୈ ଷ୍ଣବ ରାଜସ୍ଥାନ ରାଜନୀତିଠାରୁ ଦୂରରେ ଓ ଅନ୍ୟ ଦଳର ନେତାଙ୍କ ତୁଳନାରେ ତୁଳନାତ୍ମକ ଭାବେ କମ୍ ଅଭିଜ୍ଞ । ଜାତୀୟ ରାଜନୀତିରେ ବୈଷ୍ଣବଙ୍କ ଆବଶ୍ୟକତା ବ୍ୟତୀତ ଓଡି଼ଶାରେ ବିଜେପି ବିସ୍ତାରରେ ତାଙ୍କର ପାରଦର୍ଶିତା ଆବଶ୍ୟକ ।