Ajit Pawar: 'ଆପଣ ମୁଖ୍ୟମନ୍ତ୍ରୀ ପଦରେ ରହିଥାନ୍ତେ, ଯଦି...'
Advertisement

Ajit Pawar: 'ଆପଣ ମୁଖ୍ୟମନ୍ତ୍ରୀ ପଦରେ ରହିଥାନ୍ତେ, ଯଦି...'

Maharashtra CM Post: ମୁଖ୍ୟମନ୍ତ୍ରୀ ପଦ ବାବଦରେ ମହାରାଷ୍ଟ୍ର ବିରୋଧି ଦଳ ନେତା ଅଜିତ ପାୱାର ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। 

Ajit Pawar: 'ଆପଣ ମୁଖ୍ୟମନ୍ତ୍ରୀ ପଦରେ ରହିଥାନ୍ତେ, ଯଦି...'

Maharashtra Politics: ମହାରାଷ୍ଟ୍ରରେ ସରକାର ବଦଳିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଥମୁନାହିଁ ଚର୍ଚ୍ଚା। ସଦ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏନସିପି ବିଧାୟକ ତଥା ମହାରାଷ୍ଟ୍ର ବିରୋଧି ଦଳ ନେତା ଅଜିତ ପାୱାର। ଏବେ ତାଙ୍କର ବୟାନକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। 
 
ଏକ କାର୍ଯ୍ୟକ୍ରମରେ ଦେବା ଅବସରରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Former Maharashtra Chief Minister) ଉଦ୍ଧବ ଠାକରେଙ୍କ (Uddhav Thackeray) ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଏନସିପି ବିଧାୟକ ଅଜିତ ପାୱାର (NCP MLA  Ajit Pawar)। ଏନେଇ ସେ କହିଛନ୍ତି ଯେ ଶିବସେନାରେ ହୋଇଥିବା ବିଦ୍ରୋହ (Revolt in Shiv Sena) ବେଳେ ଯଦି ଉଦ୍ଧବ ଠାକରେ ପୁରୁଖା ରାଜନେତା ଛଗନ ଭୁଜବଲଙ୍କ (Chhagan Bhujbal) ସାହାଯ୍ୟ ଲୋଡିଥାନ୍ତେ ତାହେଲେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ (Maharashtra Chief Minister Post) ବଜାୟ ରଖିଥାନ୍ତେ। 

ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଛଗନ ଭୁଜବଳଙ୍କ ୭୫ ତମ ଜନ୍ମଦିନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ବିରୋଧି ଦଳ ନେତା ଅଜିତ ପାୱାର (Maharashtra Opposition Leader Ajit Pawar)। ଏହି କାର୍ଯ୍ୟକ୍ରମରେ ଶିବସେନା-ଏନସିପି-କଂଗ୍ରେସ (ShivSena-NCP-Congress) ଆଦି ଦଳକୁ ନେଇ ଗଠିତ ମହା ବିକାଶ ଅଘାଡି ମେଣ୍ଟର (Maha Vikas Aghadi Alliance) ଅନେକ ନେତା ଯୋଗ ଦେଇଥିଲେ।

ଏନସିପି ଗଠନରେ ଛଗନ ଭୁଜବଳଙ୍କ ଭୂମିକାକୁ ମନେ ପକାଇଛନ୍ତି ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ଅଜିତ ପାୱାର। କିପରି ସେ ୨୦୦୨ ମସିହାରେ ସଙ୍କଟରେ ପଡିଥିବା ବିଳାସରାଓ ଦେଶମୁଖ ସରକାରଙ୍କୁ (Vilasrao Deshmukh Govt) ବଞ୍ଚାଇବାରେ କିପରି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ତାହା ବର୍ଣ୍ଣନା କରିଛନ୍ତି। ୧୯୯୯ ମସିହାରେ ଏନସିପି ଗଠନ ହେବାର ୪ ମାସ ପରେ ଅନୁଷ୍ଠିତ ହୋଇଥିଲା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ (Maharashtra Assembly Election 1999)। ଯଦି ଏନସିପି ପାଖରେ ଅଧିକ ସମୟ ଥାଆନ୍ତା ଏବଂ ଦଳ ଅଧିକ ଆସନ ଜିତିଥାନ୍ତା ତାହେଲେ ଛଗନ ଭୁଜବଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ।

Also Read: Maharashtra Politics: ଦେବୀ ସରସ୍ୱତୀଙ୍କ ବାବଦରେ ବିବାଦୀୟ ବୟାନ ରଖି ବିବାଦରେ ଏନସିପି ନେତା ଛଗନ ଭୁଜବଳ

ଏନସିପି ଛଗନ ଭୁଜବଳଙ୍କ ଏହି ବୟାନ ଉପରେ ଜବାବ ରଖିଛନ୍ତି ଶିବସେନା ଉଦ୍ଧବ ବାଲାସାହେବ ଅଧ୍ୟକ୍ଷ (Shiv Sena Uddhav Balasaheb Thackeray President) ଉଦ୍ଧବ ଠାକରେ। ଏନେଇ ଠାକେର କହିଛନ୍ତି ଯେ ଯଦି ଛଗନ ଭୁଜବଲ ଶିବସେନା ଛାଡି ନଥାନ୍ତେ, ତାହେଲେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଏବେ ମୁଁ ଏପରି ବ୍ୟକ୍ତି ହୋଇଯାଇଛି ଯାହାକୁ କୌଣସି ଝଟକା ଲାଗୁନାହିଁ। ହେଲେ ଯେତେବେଳେ ଭୁଜବଳ ଶିବସେନା ଛାଡିଥିଲେ, ସେତେବେଳେ ଆମ ପରିବାର ଚକିତ ହୋଇ ଯାଇଥିଲା। ସେତେବେଳେ ଯେଉଁ କ୍ରୋଧ ଆମ ଭିତରେ ଆସିଲା ତାହା ରାଜନୈତିକ ଥିଲା। ଦୀର୍ଘ ଦିନ ଧରି ଆମେ ଆମ ପରିବାରର ଜଣେ ସଦସ୍ୟ ଆମକୁ ଛାଡି ଦେଇଥିବାର କଷ୍ଟକୁ ଆମେ ହଜମ କରିପାରିଲୁ ନାହିଁ। 

ଶିବସେନାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ପୂର୍ବତନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଛଗନ ଭୁଜବଳ। ହେଲେ ୧୯୯୦ ମସିହାରେ ଶିବସେନା ଛାଡ଼ି କଂଗ୍ରେସ ହାତ ଧରିଥିଲେ ଭୁଜବଳ। ଏହା ପରେ ଯେତେବେଳେ ଶରଦ ପାୱାର ଏନସିପି ଗଠନ କରିଥିଲେ ସେତେବେଳେ କଂଗ୍ରେସ ଛାଡି଼ ଦେଇଥିଲେ ସେ।  ଏହା ପରେ ସେ ଏନସିପି ହାତ ଧରିଥିଲେ।