Advertisement
photoDetails0hindi

Vastu Tips: ଘରର ଏହି ସ୍ଥାନରେ ରଖନ୍ତୁ ଆଇନା; କେବେ ମଧ୍ୟ ଦେଖାଦେବ ନାହିଁ ଅର୍ଥ ଅଭାବ, ବର୍ଷିବ ଟଙ୍କା!

Mirror Vastu Tips: ସାଧାରଣତଃ ଲୋକେ ବାସ୍ତୁ ଦୋଷ ବା ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଉପାୟ ଆପଣାନ୍ତି । କିନ୍ତୁ ବହୁତ ଚେଷ୍ଟା କରିବା ପରେ ବି ତାଙ୍କୁ ସଫଳତା ହାସଲ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ । ବାସ୍ତୁ ଶାସ୍ତ୍ର (Vastu Shastra) ଅନୁସାରେ ଘରେ ଥିବା ନିର୍ଜୀବ ବସ୍ତୁ ନକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ । ତେବେ ସକାଳୁ ଉଠି ପ୍ରଥମେ ଆମେ ଏହି ସବୁ କାମ କରିଲେ ପୂରା ଦିନଟି ଭଲରେ କଟିଥାଏ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ... 

1/10

Vastu Tips For Mirror: ଭାରତରେ ବାସ୍ତୁ ଶାସ୍ତ୍ରକୁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ । ବାସ୍ତୁ ଅନୁସରଣ କରିବା ଦ୍ୱାରା ଘର, ଅଫିସ୍ ଏବଂ ବ୍ୟବସାୟରେ ସମୃଦ୍ଧତା ଆଣିଥାଏ । ଘରେ କିଛି ଜିନିଷ ବାସ୍ତୁ ଅନୁଯାୟୀ ସଠିକ୍ ଦିଗ ଓ ସ୍ଥିତିରେ ରଖିବା ଦ୍ୱାରା ସୁଖ ଏବଂ ସମୃଦ୍ଧତା ଆସିଥାଏ । ଅନେକ ଥର ଆମେ ଦିଗ ବିଷୟରେ ଜ୍ଞାନ ବିନା ଜିନିଷ ପ୍ରତିଷ୍ଠା କରୁ, କିନ୍ତୁ ଏହା ଆମ ପାଇଁ କ୍ଷତିକାରକ ହୋଇପାରେ । ସେଥିମଧ୍ୟରୁ ଗୋଟିଏ ହେଉଛି ଘରେ ଲଗାଯାଉଥିବା ଆଇନା (Mirror) । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ଘରେ ଆଇନା ରଖିବା ଶୁଭ ହୋଇଥାଏ ।

2/10

ଆପଣ ଆଇନାର ବ୍ୟବହାର କେଉଁଠି କରିବେ?

- ବାସ୍ତୁ ଶାସ୍ତ୍ର ହିସାବରେ ଆଇନାକୁ ଉନ୍ନତି ଓ ଲାଭ ପାଇଁ ଘରର ଉତ୍ତର-ପୁର୍ବ ଦିଗର କାନ୍ଥରେ ଲଗାଇବା ଉଚିତ । ଏହା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ନଦେବା ସହ ଧନ ବୃଦ୍ଧି ହୋଇଥାଏ ।

3/10

- ବାସ୍ତୁ ଶାସ୍ତ୍ର ହିସାବରେ ଆଇନା ଓଜନରେ କମ ଓ ବଡ଼ ଆକାରର ହେବା ଉଚିତ ।

4/10

- ବେଡରୁମର ଦ୍ୱାର ସାମ୍ନାରେ ଆଇନା ଲଗାଇବା ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବଢିଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

6/10

-  ସକାଳେ ଉଠିଲେ ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ । ଏହା ଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ବଢ଼ିଥାଏ ।

7/10

- ବାସ୍ତୁଶାସ୍ତ୍ର ଅନୁସାରେ ଆଇନାକୁ ଘରର ପୂର୍ବ ଦିଗରେ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସନ୍ତାନଙ୍କ ଠାରୁ ସୁଖ ମିଳିବାରେ ସହାୟକ ହେବ ବୋଲି ବିଶ୍ୱାସ ରହିଛି ।

8/10

- ଘରର ଉତ୍ତର ଦିଗରେ କବାଟ କିମ୍ବା ଦ୍ୱାର ମୁହଁ ନ ଥିଲେ ଆଇନା ଲଗାଇବା ଉଚିତ । ଏହା ବିଭିନ୍ନ ଦୋଷ ଦୂର ହୋଇଥାଏ । ଉତ୍ତର ଦିଗକୁ ଧନ ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ । ଏହି ଦିଗରେ ଆଇନା ଲଗାଇଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

 

9/10

- ଘରର ଉତ୍ତର ଦିଗରେ ଆଇନା ଲଗାଇଲେ ସକାରତ୍ମକ ପ୍ରଭାବ ବଢ଼ିଥାଏ । ଧନ ସମ୍ପର୍ତ୍ତି ବୃଦ୍ଧି ହୋଇଥାଏ। ଯଦି ଉତ୍ତର ଦିଗରେ ଆଇନା ଲଗାଇବା ସମ୍ଭବ ହେଉ ନାହିଁ, ତେବେ ପୂର୍ବ ଦିଗରେ ଆଇନା ଲଗାନ୍ତୁ । ଏହାଦ୍ୱାରା ଧନ ବୃଦ୍ଧି ହେବ ।

10/10

- ରୋଷେଇ ଘରେ ଆଇନା ଲଗାଇବା ଉଚିତ । ଏହାଦ୍ୱାରା ମାନ-ସମ୍ମାନ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।