Advertisement
photoDetails0hindi

Casting couch: ରୁମକୁ ଡ଼ାକିଥିଲେ ଫିଲ୍ମ ମେକର... ବିଦ୍ୟା ବାଲାନ୍ କଲେ ବଡ଼ ଖୁଲାସା

Vidya Balan on Casting couch: ବଲିଉଡ଼ରେ କାଷ୍ଟିଂ କାଉଚର ଫର୍ଦ୍ଦ ବେଶ ଲମ୍ବା ଅଟେ ।ବିଭିନ୍ନ ସମୟରେ ବହୁ ବଡ଼ ବଡ଼ ଅଭିନେତା ଓ ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବା ନଜିର ରହିଛି । ତେବେ କ’ଣ ଆପଣ ଜାଣିଛନ୍ତି ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ମଧ୍ଯ ଏହି କାଷ୍ଟିଂ କାଉଚର ସାମ୍ନା କରିବାକୁ ପଡ଼ିଥିଲା । ନିକଟରେ ଏନେଇ ଖୁଲାସା କରିଛନ୍ତି ନିଜେ ବିଦ୍ୟା ବାଲନ୍ ।

1/5

ବିଦ୍ୟା ବାଲନ୍ କହିଛନ୍ତି ଯେ, ଜଣେ ଫିଲ୍ମ ମେକର ତାଙ୍କୁ ଘରକୁ ଡ଼ାକିଥିଲେ। ଯେତେବେଳେ ସେ କୋଠରୀକୁ ଯାଇଥିଲେ ସେତେବେଳେ ବିଦ୍ୟା ବଲାନ୍ ରୁମର କବାଟକୁ ଖୋଲା ଛାଡ଼ିଦେଇଥିଲେ । ଏହି କାରଣରୁ ଫିଲ୍ମଟି ତାଙ୍କୁ ମିଳିନଥିଲା ।

2/5

ବିଦ୍ୟା ବାଲନ୍ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଭାଗ୍ୟବାନ ଅଟେ, ପ୍ରକୃତରେ ମୁଁ କାଷ୍ଟିଂ କାଉଚକୁ କେବେ ସାମ୍ନା କରିନାହିଁ । କିନ୍ତୁ ଏନେଇ ମୁଁ ଅନେକ କାହାଣୀ ଶୁଣିଛି । ଏଥିଲାଗି ମୋ ପରିବାର ଲୋକେ ଚଳଚ୍ଚିତ୍ରରେ ଅଭିନୟ କରିବାର ବିରୋଧରେ ଥିଲେ । ସେ ଆଉ ମଧ୍ଯ କହିଛନ୍ତି ଯେ, ମୁଁ ଏକ ଫିଲ୍ମ ସାଇନ୍ କରିଥିଲି । ସେ ସମୟରେ ଏକ ବିଜ୍ଞାପନର ଶୁଟ୍ ପାଇଁ ମୁଁ ଚେନ୍ନାଇରେ ରହୁଥିଲି । ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କୁ ଭେଟିବାକୁ ପଡି଼ଥିଲା । ମୁଁ ଏକା ଥିବାରୁ ନର୍ଭସ ଥିଲି । ଏହି ସମୟରେ ମୁଁ  ଏକ ସ୍ମାର୍ଟ କାମ କରିଥିଲି । ରୁମ ଭିତରକୁ ଯିବା ସମୟରେ ମୁଁ ରୁମର କବାଟ ଖୋଲା ରଖିଥିଲି । ଏହା ପରେ ସେ ଜାଣିସାରିଥିଲେ ଯେ ତାଙ୍କ ପାଖରେ ଏକ ମାତ୍ର ବାଟ ଅଛି । ଏପରି କରି ମୁଁ ନିଜକୁ କାଷ୍ଟିଂ କାଉଚରୁ ସୁରକ୍ଷିତ ରଖିଥିଲି ।

3/5

ବିଦ୍ୟା କହିଥିଲେ ଯେ, ନିର୍ଦ୍ଦେଶକଙ୍କ ଜଣକ କୋଠରୀ ଭିତରେ କୌଣସି ଅଶ୍ଲୀଳ ଇଙ୍ଗିତ କରିନଥିଲେ ମଧ୍ଯ ସେ ମୁଁ ନିଜକୁ ସୁରକ୍ଷିତ ମନେ କରୁନଥିଲି । ପରେ ସେ ଫିଲ୍ମଟି ମତେ ମିଳିନଥିଲା ।

4/5

ନିକଟରେ ବିଦ୍ୟାଙ୍କର କ୍ୟାଲେଣ୍ତର ସୁଟ ସମୟରେ ଏକ ପୁରୁଣା ବୋଲ୍ଡ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ବିଦ୍ଯା ଏକ ଖବରକାଗଜକୁ ଦେହରେ ଗୁଡ଼ାଇ କ୍ୟାମେରାକୁ ପୋଜ ଦେଉଥିବା ଦେଖିବାକୁ ମିଳିଥିଲା।

5/5

ବିଦ୍ୟାଙ୍କୁ ଶେଷଥର ପାଇଁ ଆମାଜନ ପ୍ରାଇମ ଭିଡ଼ିଓର ‘ଜାଲସା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।