Advertisement
Photo Details/zeeodisha/odisha1785663
photoDetails0hindi

Upcoming Odia Film: ଆଗକୁ ଆସୁଛି ଏହି ସବୁ ଓଡ଼ିଆ ସିନେମା

କିଛି ସିନେମାର ସୁଟିଂ ସରିଛି ଆଉ କିଛି ସିନେମାର ଶୁଭ ମହୁରତ ହୋଇଛି । ଗୋଟିଏ ପରେ ଗୋଟିଏ ସିନେମା ରୂପେଲି ପରଦାକୁ ଆସିବାକୁ ସଜବାଜ ହେଉଛି

1/5

ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ପୁଣିଥରେ ଆଉ ଏକ ନୂଆ ସିନେମା ଦର୍ଶକଙ୍କୁ ଭେଟିଦେବାକୁ ଯାଉଛନ୍ତି । ସିନେମାର ନାଁ ରହିଛି 'ଉଦଣ୍ଡୀ ସୀତା' । ଚାଷୀ ଘରର କାହାଣୀ ଓ ସମାଜରେ ଘଟୁଥିବା କିଛି ଘଟଣାକୁ ନେଇ ପ୍ରସ୍ତୁତ ହୋଇଥିବା ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଦେବଜାନୀ ।

2/5

ଏକ ନିଆରା ଓ ଅଦ୍ଭୁତ କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଛି ସିନେମା "ତୁ ସେଇ ନୀଳନୟନା"  ପ୍ରେମ, ପ୍ରଣୟ ଓ ଭଲପାଇବାର ସ୍ପର୍ଶରେ ପଥର କିପରି କୋମଳ ଫୁଲରେ ପରିବର୍ତ୍ତନ ହୁଏ ତାହା ଏହି ଫିଲ୍ମରେ ଦର୍ଶକ ଦେଖିବେ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ୍ l ସ୍ବର୍ଗତଃ ପିଣ୍ଟୁ ନନ୍ଦଙ୍କ ବ୍ୟତୀତ ସମ୍ବିତ୍ ଆଚାର୍ଯ୍ୟ, ଲିପିକା ସେନାପତି, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ଚୌଧୁରୀ ଜୟ ପ୍ରକାଶ ଦାସ, ବରଦା ତ୍ରିପାଠୀ, ନନସେନ୍ସ ମଣି, ଅମର ମହାପାତ୍ର, ଆଲିଶା, ଜ୍ୟୋତି ତ୍ରିପାଠୀ,ଜୀବନ ପଣ୍ଡା ଓ ଦେବଶ୍ରୀ ଏହି ଫିଲ୍ମରେ ଅଭିନୟ କରିଛନ୍ତି l 

3/5

ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଅପରେସନ ୧୨/୧୭" ପୋଷ୍ଟର ଲୋକାର୍ପଣ ଓ କଳାକାର ନାମ ଘୋଷଣା ହୋଇସାରିଛି । ଦ୍ବିପାୟନ ପଟ୍ଟନାୟକଙ୍କର କାହାଣୀର ସଂଳାପ ରଚନା କରିଛନ୍ତି ଆଗଧାଡିର ସଂଳାପକାର ଦିଲ୍ଲୀପ ଚୌଧୁରୀ l ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବୈଦ୍ୟନାଥ ଦାଶ l ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି l 

4/5

ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କ ନୂଆ ସିନେମାର ନାଁ ହେଉଛି 'ବସ୍' । ସିନେମାରେ ବର୍ଷାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ।

5/5

ସୁପରଷ୍ଟାର ଅରିନ୍ଦମ ରୟଙ୍କ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ସହିତ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ସୁପରଷ୍ଟାର ଅରିନ୍ଦମ ଦୀର୍ଘ ବର୍ଷର ନୀରବତା ପରେ ଏକ ନୂଆ ଧମାକାଧାର ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି l