Advertisement
Photo Details/zeeodisha/odisha1847322
photoDetails0hindi

Horoscope Today: ୪ ରାଶିଙ୍କ ପାଇଁ ବଢିପାରେ ସମସ୍ୟା! ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ

Horoscope Today Aug 30: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।

1/12

ମେଷ ରାଶି: ଆଜି ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ। ଅଟକି ରହିଥିବା କାମ ଗୁଡିକ ସମ୍ପନ୍ନ ହେବା କଷ୍ଟକର ହେବ । କୌଣସି କାରଣକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।

2/12

ବୃଷ ରାଶି: ଆକସ୍ମିକ ଅର୍ଥ ଲାଭ ନେଇ ଯୋଗ ରହିଛି। ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସାମାନ୍ୟ ବିଚଳିତ ରହିବେ। ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ ।

3/12

ମିଥୁନ ରାଶି:  ଆଜି ଶିଳ୍ପ, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ଲାଗି ଅନୁକୂଳ ଅଟେ। କୌଣସି କାମ ସୁବିଧାରେ ହେବନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।

4/12

କର୍କଟ ରାଶି: ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। ଦୀର୍ଘ ଦିନର ଆଶା ଓ ଅଭିଳାଷ ପୂରଣ ହେବ । ବହୁ ଦିନରୁ ଅପେକ୍ଷା କରିଥିବା ଖବରଟି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।

5/12

ସିଂହ ରାଶି:  ଆଜି ଭୋଗବିଳାସ ଦିଗକୁ ମନ ଟାଣିହେବ। ଅର୍ଥଲାଭ ନେଇ ଯୋଗ ରହିଛି। ବ୍ୟବସାୟରେ ଉନ୍ନତି ନେଇ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।

6/12

କନ୍ୟା ରାଶି: ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖାସ୍ ରହିବ । ବ୍ୟବସାୟରେ କ୍ଷତି ହୋଇପାରେ । 

7/12

ତୁଳା ରାଶି: ଦିନଟି ଖାସ୍ ନଥିଲେ ବି ସନ୍ତାନ ସନ୍ତତିଙ୍କଠାରୁ ଶୁଭ ସମାଚାର ମିଳିବା ପରେ ମନ ପ୍ରସନ୍ନ ରହିବ । ରାଜନୀତି ଆଡକୁ ମନ ବଳାଇପାରନ୍ତି । କାର୍ଯ୍ୟରେ ବାଧା ଉପୁଜି ପାରେ । ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ ।

8/12

ବିଛା ରାଶି: କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ ।

9/12

ଧନୁ ରାଶି: ନୂତନ ଜମି କ୍ରୟ ସହ ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବ୍ୟବସାୟରେ ଲାଭ ହେବ । ଭାବିଚିନ୍ତି କାମ କରନ୍ତୁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି ।

10/12

ମକର ରାଶି: ସାମୂହିକ କାର୍ଯ୍ୟରେ ଆଗେଇବେ । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷା ବ୍ୟବହାର କରି ଅନୁସରଣକାରୀଙ୍କୁ ଉତ୍ସାହିତ କରିବେ । ସାନ ଭାଇଙ୍କଠାରୁ ଆଦର ମିଳିବ ।

11/12

କୁମ୍ଭ ରାଶି: ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ କାର୍ଯ୍ୟ ଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭ ପ୍ରଦ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ ।

12/12

ମୀନ ରାଶି: ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।