Advertisement
Photo Details/zeeodisha/odisha2217303
photoDetails0hindi

Today Horoscope: ବିଛା କୁମ୍ଭ ସହ ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

Horoscope Today 24 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୨୪ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ- ଆଜି ବିଶେଷ କରି ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚାପରେ ରହିବେ। ନିଜ ପ୍ରିୟଜନଙ୍କ ସହ କୌଣସି କଥାକୁ ନେଇ ମତାନ୍ତର ଦେଖାଦେବ। ଫଳରେ ମନ ଅଶାନ୍ତ ରହିବା ସହ ଭୁଲ୍ ନିସ୍ପତ୍ତି ମଧ୍ୟ ନେଇପାରନ୍ତି । ନିଜ ବନ୍ଧୁଙ୍କ ଠାରୁ କୌଣସି ବଡ଼ ଦୁଃସମ୍ବାଦ ମିଳିପାରେ । ଆଜି ଦିନରେ ଦୂରଯାତ୍ରା ନ କରିବା ଭଲ। 

 

2/12

ବୃଷ-ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ମଧୁରତା ଭରିଯିବ। ମନ ଭଲ ରହିବ। ବିଶେଷ କରି ପ୍ରତିଟି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । ଦୃଢମନା ହେବା ସହ କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅଯଥା ଖର୍ଚ୍ଚ ବଢିବ। 

 

3/12

ମିଥୁନ-ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ଉପୁଜିପାରେ। ଯାହାକୁ ନେଇ ଆପଣ ଚାନ୍ତା ବଢିପାରେ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ବେଶ୍ ଅନୁକୂଳ ରହିଛି। 

 

4/12

କର୍କଟ- ଆଜି କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ଲାଭ କରିବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ଆୟ ବଢିବ। କୌଣସି ବିବାହ ଭୋଜିରେ ଯୋଗ ଦେଇପାରନ୍ତି। ନିଜ ପରିବାର ସହ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। 

5/12

ସିଂହ- ଆଜି ଆପଣଙ୍କ ଦିନଟି ବେଶ୍ ମଙ୍ଗଳମୟ ରହିବ।  ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ବି ପ୍ରଫୁଲ୍ଲିତ ରହିବ। ଦୂରଯାତ୍ରା ଶୁଭପ୍ରଦ ହୋଇପାରେ । ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିବା ସହ ବନ୍ଧୁ ମିଳନ ହୋଇପାରେ । ପୂର୍ବରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ ଆଜି କୃତକାର୍ଯ୍ୟ ହେବେ । କଳା ଓ ସାହିତ୍ୟ କ୍ଷେତ୍ରରେ ଜଡି଼ତ ବ୍ୟକ୍ତି ବିଶେଷ ବେଶ୍ ପ୍ରଶଂସା ପାଇବେ।

6/12

କନ୍ୟା- ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଖାସ୍ ରହିବ।  ବ୍ୟବସାୟ ଲାଭପ୍ରଦ ହେବା ସହ ଆୟ ବୃଦ୍ଧି ପାଇବ।   ଦିନଟିରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ। ମଉଜ ମଜଲିସରେ ଦିନ କାଟିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପଡୋଶୀମାନଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା ହେବ।

7/12

ତୁଳା:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ୍ ଶୁଭ ରହିବ। ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବା ସହ ଜୀବନ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ। ଦେଖିବେ ସଫଳତା ପାଇବେ।

 

8/12

ବିଛା:  ଦେହ ଓ ମନ ଆଜି ଭଲ ରହିବ ନାହିଁ। ବିଶେଷ ଭାବରେ ଆଜି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ମାନସିକ ଅବସାଦ ଦେଖାଦେବ । କର୍ମ ଚାପ ବଢିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଦୂରଯାତ୍ରା କରନ୍ତୁ ନାହିଁ ।  

 

9/12

ଧନୁ:  ସୂର୍ଯ୍ୟଙ୍କ ପରି ଏହି ରାଶିର ଭାଗ୍ୟ ଆଜି ଚମକିବ। କୌଣସି ସ୍ଥାନରେ ଅର୍ଥ ନିବେଶ ପାଇଁ ଦିନଟି ବହୁତ ଉତ୍ତମ ରହିବ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ସେବା ପୂଜା ପାଇଁ ମନ ବଳିବ।

 

10/12

ମକର:  ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । କର୍ମକ୍ଷେତ୍ର ଉଜ୍ଜଳମୟ ହେବ। କର୍ମ କ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କୁ ମିଳିପାରେ। ଆୟ ବୃଦ୍ଧି ପାଇବ । 

 

11/12

କୁମ୍ଭ:  ଅର୍ଥକୁ କେନ୍ଦ୍ର କରି ନିଜ ପରିବା ଲୋକଙ୍କ ସହ ତର୍କ ବିତର୍କର ସମ୍ମୁଖୀନ ହେବେ । ଦେବାର୍ଚ୍ଚନା ପାଇଁ ମନ ବଳାଇବେ । ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରପାରେ। ତେଣୁ ଆଜି ଜଗିରଖି ଚଳିବା ଉଚିତ୍।

12/12

ମୀନ:  ବାଣିଜ୍ୟ ଓ ବ୍ୟବସାୟରେ ଆୟ ଉତ୍ତମ ହେବ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ । ଆୟ ବୃଦ୍ଧି ପାଇବ । ପ୍ରତ୍ୟକ କାର୍ଯ୍ୟରେ ପରିବାରର ସଦସ୍ୟଙ୍କ ସହଯୋଗ ମିଳିବ ।