Advertisement
photoDetails0hindi

Most Centuries in Cricket: ଏମାନେ ହେଉଛନ୍ତି ବର୍ତ୍ତମାନର ୫ ଆକ୍ଟିଭ ବ୍ୟାଟ୍ସମ୍ୟାନ୍, ଯେଉଁମାନେ ଲଗାଇଛନ୍ତି ସର୍ବାଧିକ ଶତକ

Most Centuries in Cricket: ବର୍ତ୍ତମାନ ସମୟରେ ଅନେକ ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନେ ନିଜ ଦେଶ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି । ଦୁନିଆର ବର୍ତ୍ତମାନର ପାଞ୍ଚ ଜଣ କ୍ରିକେଟରଙ୍କ ବିଷୟରେ ଆପଣଙ୍କୁ କହୁଛୁ, ଯେଉଁମାନେ ବର୍ତ୍ତମାନ କ୍ରିକେଟ୍ ପଡ଼ିଆରେ ସକ୍ରିୟ ଅଛନ୍ତି ଓ ସର୍ବାଧିକ ଶତକ ମାରିଛନ୍ତି ।

 

1/5

ଏହି ବିଶେଷ ତାଲିକାରେ ପ୍ରଥମ ନାମ ଭାରତୀର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ରହିଛି । କୋହଲି ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ମୋଟ ୪୯୮ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ ୭୫ଟି ଶତକ ଆସିଛି ।

2/5

ଏହି ସ୍ପେଶାଲ ତାଲିକାରେ ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି । ରୁଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଦଳ ପାଇଁ ମୋଟ ୩୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ସେ ୪୫ଟି ଶତକ ହାସଲ କରିଛନ୍ତି ।

3/5

ଅଷ୍ଟ୍ରେଲିଆର ଷ୍ଟାର ଓପନର୍ ଡେଭିଡ୍ ୱାର୍ଣ୍ଣର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କଙ୍ଗାରୁ ଦଳ ପାଇଁ ୩୪୫ ମ୍ୟାଚ୍ ଖେଳି ୱାର୍ଣ୍ଣର ୪୫ ଶତକ ହାସଲ କରିଛନ୍ତି ।

4/5

ଚତୁର୍ଥ ସ୍ଥାନରେ ଡେଭିଡ ୱାର୍ନରଙ୍କ ସାଥୀ ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥଙ୍କ ନାମ ରହିଛି । ସ୍ମିଥ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଦଳ ପାଇଁ ମୋଟ ୩୦୨ଟି ମ୍ୟାଚ୍ ଖେଳିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ ୪୪ ଶତକ ବାହାରିଛି ।

5/5

ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାମ ପଞ୍ଚମ ସ୍ଥାନରେ ରହିଛନ୍ତି । ଟିମ୍ ଇଣ୍ଡିଆ ପାଇଁ ୪୪୧ ମ୍ୟାଚ୍ ଖେଳି ଶର୍ମା ୪୩ଟି ଶତକ ହାସଲ କରିଛନ୍ତି ।