Advertisement
photoDetails0hindi

WTC Final: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଉପରେ ବର୍ଷାର ଛାୟା; ମ୍ୟାଚ୍ ଧୋଇଗଲେ କାହାକୁ ମିଳିବ ଟ୍ରଫି? ଭାରତ ନା ଅଷ୍ଟ୍ରେଲିଆ

WTC Final 2023: ସମସ୍ତ ଖେଳାଳିଙ୍କ ସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ଅଭ୍ୟାସ ଆରମ୍ଭ କରିଛି । ରୋହିତ ଶର୍ମାଙ୍କ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପାଇଁ କୌଣସି ପଥ ଛାଡିବାକୁ ଚାହୁଁନାହିଁ । ଦ୍ୱିତୀୟ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ୭ ଜୁନରୁ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲରେ ଖେଳାଯିବ । ଏହି ମ୍ୟାଚରେ ବର୍ଷାର ଛାୟା ରହିଛି ଓ ଯଦି ମ୍ୟାଚ୍ ନହୁଏ ତେବେ ଆସନ୍ତୁ ଜାଣିବା କିଏ ଟ୍ରଫି ପାଇବ ।

1/5

World Test Championship final: ଭାରତୀୟ କ୍ରିକେଟ୍ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟ ଯୋଗୁଁ ରନର୍ସଅପ୍ ହୋଇ ଭାରତକୁ ସନ୍ତୁଷ୍ଟ ହେବାକୁ ପଡିଲା । ଏଥର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ଯେକୌଣସି ମୂଲ୍ୟରେ ଟ୍ରଫି ହାସଲ କରିବାକୁ ଚାହିଁବ ।

2/5

୭ରୁ ୧୧ ଜୁନ ପର୍ଯ୍ୟନ୍ତ ଇଂଲଣ୍ଡର କେନିଙ୍ଗଟନ୍ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍ ଖେଳିବାକୁ ପଡିବ । ଶେଷ ଥର ପାଇଁ ଯେତେବେଳେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ବାହାରିଲା, ସେତେବେଳେ ଏହି ଦଳର ନେତୃତ୍ୱ ବିରାଟ କୋହଲିଙ୍କ ହାତରେ ଥିଲା । ଏଥର ରୋହିତ ଶର୍ମା ଅଧିନାୟକରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇବ ।

3/5

ନିକଟରେ ଭାରତର ଲୋକପ୍ରିୟ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗର ଅନ୍ତିମ ମ୍ୟାଚ୍ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ନିଷ୍ପତ୍ତି ରିଜର୍ଭ ଡେ'ରେ ହୋଇଥିଲା । ବର୍ତ୍ତମାନ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଉପରେ ବର୍ଷାର ଛାୟା ରହିଛି ଓ ଏହି ମ୍ୟାଚ୍ ମଧ୍ୟ ରିଜର୍ଭ ଡେ'ରେ ପହଞ୍ଚିପାରେ ।

4/5

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କେନିଙ୍ଗଟନ୍ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ବର୍ଷା ଦ୍ୱାରା ଧୋଇଗଲେ, ଟ୍ରଫି ବିଜେତା କିପରି ସ୍ଥିର ହେବ? ଯଦି ମ୍ୟାଚର ଫଳାଫଳ ୭ ଜୁନରୁ ୧୧ ଜୁନ୍ ମଧ୍ୟରେ ନ ଆସେ, ତେବେ ଏହା ୧ ଦିନ ଆଗକୁ ଅର୍ଥାତ ୧୨ ଜୁନ୍ ପର୍ଯ୍ୟନ୍ତ ମ୍ୟାଚ୍ ଜାରି ରହିପାରେ ।

 

5/5

ଯଦି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଏହି ମ୍ୟାଚ୍ ବର୍ଷା ଦ୍ୱାରା ପୂରା ଧୋଇ ହୋଇଯାଏ, ତେବେ ଜାଣନ୍ତି କି ଏପରି ପରିସ୍ଥିତିରେ କାହାକୁ ଟ୍ରଫି ଦିଆଯିବ । ଆଇସିସିର ନିୟମ ଅନୁଯାୟୀ, ଏଭଳି ପରିସ୍ଥିତିରେ ଫାଇନାଲରେ ପହଞ୍ଚିଲେ ଉଭୟ ଭାରତ ଓ ଅଷ୍ଟ୍ରେଲିଆର ଦଳ ଆଇସିସି ଦ୍ୱାରା ମିଳିତ ବିଜେତା ଘୋଷିତ ହେବ ।