Advertisement
photoDetails0hindi

Morning tips: ସକାଳୁ ଦେଖିଲେ ଏହି ୫ଟି ଜିନିଷ, କେବେ ବି ପାଖ ମାଡ଼ିବନି ଦାରିଦ୍ରତା

Morning tips: ସକାଳ ସମୟକୁ ବ୍ରହ୍ମ ମୁହୂର୍ତ୍ତ (Brahmamuhurtha) ବୋଲି କୁହାଯାଏ । ଯଦି ସକାଳ (Morning) ସମୟ ଆପଣଙ୍କର ଭଲ ଭାବରେ ଆରମ୍ଭ ହୁଏ । ତେବେ ପୂରା ଦିନ ଆପଣଙ୍କର ଭଲରେ କଟିଥାଏ ବୋଲି ବିଶ୍ବାସ ରହିଛି। ତେବେ,ଶାସ୍ତ୍ର ଅନୁସାରେ ଏଭଳି କିଛି ଜିନିଷ ରହିଛି । ଯାହାକୁ ଦେଖିବା ଦ୍ବାରା ଆପଣଙ୍କ ଉପରେ ସେହିଦିନ ମାଆ ଲକ୍ଷ୍ମୀଙ୍କ ଆର୍ଶିବାର୍ଦ ବର୍ଷା ହୋଇଥାଏ । ଅର୍ଥାତ୍ ଆପଣଙ୍କୁ ସେହି ଦିନ ହଠାତ୍ କେଉଁ ଆଡୁ ଧନଲାଭର ଯୋଗ ସୃଷ୍ଟି ହୋଇଥାଏ । ଏବଂ ପୂରା ଦିନ ଭଲରେ କଟିଥାଏ।

1/5

ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସକାଳୁ ଉଠିବା ମାତ୍ରେ ବେଦ, ଗୀତା ପରି ଧାର୍ମିକ ପୁସ୍ତକଗୁଡ଼ିକ ଦେଖିବେ । ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଯେ, ଜଣେ ବ୍ୟକ୍ତିର ଗୀତ ପଠନ କରିବା ଦ୍ବାରା ତାର ମାନସିକ ସ୍ଥିତି ଦିନସାରା ସତେଜ ହୋଇ ରହିଥାଏ। ଏବଂ ଦାରିଦ୍ରତା ପାଖ ମାଡେ ନାହିଁ।

2/5

ଯଦି ଆପଣ ପ୍ରାତଃ ସମୟରେ ସୃଙ୍ଗାର ଲଗାଇଥିବା ଜଣେ ମହିଳାଙ୍କୁ ଦେଖନ୍ତି,ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ସକାଳେ ଏପରି ମହିଳାଙ୍କୁ ଦର୍ଶନ କରିବା ମାଆ ଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ସମାନ ବୋଲି ବିବେଚନା କରାଯାଏ। 

3/5

ଯଦି ଆପଣ ସକାଳେ ନିଆଁ ଜଳୁଥିବା ବା ପୂଜାପାଠ ହେଉଥିବାର ହୋମ ନିଆଁକୁ ଦେଖନ୍ତି । ତାହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ଅର୍ଥନୈତିକ ସଙ୍କଟର ସମାପ୍ତିର ସଙ୍କେତ ବୋଲି ବିବେଚନା କରାଯାଏ। ଅର୍ଥାତ୍ ଆପଣଙ୍କର ଦାରିଦ୍ରତାର ଦିନ ଶେଷ ହୋଇଗଲା ବୋଲି ତାହା ସୂଚିତ କରେ। 

4/5

ସେହିପରି, ଯଦି ଆପଣ ସକାଳୁ ଉଠିବା ମାତ୍ରେ ଘର ସମ୍ମୁଖରେ ଏକ ଗାଈ ଦେଖନ୍ତି । ତେବେ, ଏହା ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । ଏହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ଦିନସାରା ଆପଣଙ୍କ ସମସ୍ତ କାର୍ଯ୍ୟ ସୁରୁଖୁରରେ ହୋଇଥାଏ। 

5/5

ଅନ୍ୟପଟେ, ଯଦି ଆପଣ ସକାଳେ ଉଠିବା ମାତ୍ରେ,ଦହି କିମ୍ବା କ୍ଷୀର ଦେଖୁଛନ୍ତି । କୁହାଯାଏ ଏହା ଆଗାମୀ ଭଲ ସମୟକୁ ସୂଚିତ କରେ । ଶାସ୍ତ୍ର ଅନୁଯାୟୀ, ଏହା ସହିତ ଜଣେ ବ୍ୟକ୍ତିର ଭାଗ୍ୟରେ ଧନର ବର୍ଷା ମଧ୍ୟ ହୋଇଥାଏ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। )