Advertisement
photoDetails0hindi

ଏହି ୫ଟି ଖାଦ୍ୟ ଖାଇବା ଦ୍ୱାରା ପୁରୁଷମାନଙ୍କର ବଢ଼ିବ 'ଶକ୍ତି', ଦାମ୍ପତ୍ୟ ଜୀବନ ହେବ ସୁଖମୟ

Male Fertility: ବୈଜ୍ଞାନିକମାନେ କଠିନ ପରିଶ୍ରମ ପରେ ଏପରି କିଛି ଜିନିଷ ଆବିଷ୍କାର କରିଛନ୍ତି ଓ ସେହି ଖାଦ୍ୟ ପଦାର୍ଥଗୁଡ଼ିକ ମଧ୍ୟରୁ ଅନେକ ଷ୍ଟାମିନା ଓ ଲିବଡୋକୁ ଉନ୍ନତ କରିବାରେ ବହୁତ ସାହାଯ୍ୟ କରିପାରନ୍ତି । ଭାରତର ପ୍ରସିଦ୍ଧ ନ୍ୟୁଟ୍ରିଶନ ବିଶେଷଜ୍ଞ ନିଖିଲ ବତ୍ସ କହିଛନ୍ତି ଯେ, ସେଗୁଡ଼ିକ କେଉଁ କେଉଁ ଖାଦ୍ୟ ସାମଗ୍ରୀ ଯାହା ଖାଇବା ଦ୍ୱାରା ପୁରୁଷଙ୍କ ଶକ୍ତି ବଢ଼ାଇଥାଏ ।

1/6

ନୂଆଦିଲ୍ଲୀ: ଏକ ସୁସ୍ଥ ଯୌନ ଜୀବନ ପାଇଁ ପୁରୁଷମାନଙ୍କର ଶାରୀରିକ ଓ ଇମୋଶନାଲ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ବର୍ଷ ବର୍ଷ ଧରି ଲୋକମାନେ ସେମାନଙ୍କର ଯୌନ କାର୍ଯ୍ୟଦକ୍ଷତା ଓ ପ୍ରଜନନ କ୍ଷମତାରେ ସୁଧାର ଆଣିବା ପାଇଁ କିଛି ଖାଦ୍ୟ ଖୋଜି ଆସୁଛନ୍ତି । ବୈଜ୍ଞାନିକମାନେ କଠିନ ପରିଶ୍ରମ ପରେ ଏପରି କିଛି ଜିନିଷ ଆବିଷ୍କାର କରିଛନ୍ତି ଓ ସେହି ଖାଦ୍ୟ ପଦାର୍ଥଗୁଡ଼ିକ ମଧ୍ୟରୁ ଅନେକ ଷ୍ଟାମିନା ଓ ଲିବଡୋକୁ ଉନ୍ନତ କରିବାରେ ବହୁତ ସାହାଯ୍ୟ କରିପାରନ୍ତି । ଭାରତର ପ୍ରସିଦ୍ଧ ନ୍ୟୁଟ୍ରିଶନ ବିଶେଷଜ୍ଞ ନିଖିଲ ବତ୍ସ କହିଛନ୍ତି ଯେ, ସେଗୁଡ଼ିକ କେଉଁ କେଉଁ ଖାଦ୍ୟ ସାମଗ୍ରୀ ଯାହା ଖାଇବା ଦ୍ୱାରା ପୁରୁଷଙ୍କ ଶକ୍ତି ବଢ଼ାଇଥାଏ ।

ଡାର୍କ ଚକୋଲେଟ୍

2/6
ଡାର୍କ ଚକୋଲେଟ୍

ଆପଣ ବୋଧହୁଏ ଜାଣିଥିବେ ଯେ, ଡାର୍କ ଚକୋଲେଟରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହେବା ବ୍ୟତୀତ ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଏହାସହ ଏହା ଆପଣଙ୍କୁ ବେଡରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଉପସ୍ଥିତ ଥିବା ଫ୍ଲାଭାନୋଲଗୁଡିକ ରକ୍ତ ପ୍ରବାହକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ପରବର୍ତ୍ତୀ ସମୟରେ ପୁରୁଷମାନଙ୍କୁ ଇରେକ୍ଟାଇଲ୍ ଡିସଫଙ୍କସନରୁ ମୁକ୍ତି ଦେଇଥାଏ । ଏଥିପାଇଁ ଅତିକମରେ ୬୦ ପ୍ରତିଶତ କୋକୋରୁ ପ୍ରସ୍ତୁତ ଡାର୍କ ଚକୋଲେଟ୍ ଖାଆନ୍ତୁ ।

କଫି

3/6
କଫି

ଏକ କପ୍ କଫିରେ ଥିବା କଫିନ୍ ଆପଣଙ୍କୁ ବେଡରୁମରେ ଭଲ ଅନୁଭବ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହାକୁ ଅଧିକ ପରିମାଣରେ ପିଇବା ଦ୍ୱାରା ଆପଣ ବିରକ୍ତି ଅନୁଭବ କରିପାରନ୍ତି ଓ ଏହା ଯୌନ କାର୍ଯ୍ୟକ୍ଷମତାକୁ ମଧ୍ୟ ଖରାପ କରିପାରେ । କଫିର ଅତ୍ୟଧିକ ପିଇବା ଦ୍ୱାରା ଡିହାଇଡ୍ରେସନ୍ ହୋଇଥାଏ, ଯାହା ଥକ୍କା, ଶୁଷ୍କତା ଏବଂ ଅନ୍ୟାନ୍ୟ ସମସ୍ୟାର କାରଣ ହୋଇପାରେ । ତେଣୁ, ଦିନରେ ୧ରୁ ୩ କପରୁ ଅଧିକ କଫି ପିଅନ୍ତୁ ନାହିଁ ।

ନଟ୍ସ

4/6
ନଟ୍ସ

ବାଦାମ, ଅଖରୋଟ, କାଜୁ, ଚିନାବାଦାମ ଏବଂ ହାଜେଲନାଟ୍ ଭଳି ସମସ୍ତ ପ୍ରକାରର ନଟ୍ସରେ ଜିଙ୍କ ଓ ଆର୍ଜିନିନର ମାତ୍ରା ଅଧିକ ଥାଏ । ଡ୍ରାୟ ଫୁଡ୍ ମଧ୍ୟରେ ଅଖରୋଟ ବିଶେଷ ଭାବରେ ଲାଭଦାୟକ କାରଣ ଏଥିରେ ଓମେଗା-3 ଫ୍ୟାଟି ଏସିଡରେ ଭରପୂର ରହିଥାଏ । ଏହା ସହିତ ଅଖରୋଟ ଶୁକ୍ରାଣୁ ଗୁଣ (Sperm Quality) ରେ ଉନ୍ନତି ଆଣିପାରେ, ତେଣୁ ଏହା ପୁରୁଷଙ୍କ ପ୍ରଜନନ କ୍ଷମତାକୁ ଉନ୍ନତ କରିପାରେ ।

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: ଏହି ସରକାରୀ କର୍ମଚାରୀଙ୍କ ପୁଣି ବଢ଼ିଲା ଦରମା, ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ଏହା ବି ପଢ଼ନ୍ତୁ:-'ଏହା ଦୁନିଆକୁ ଧ୍ୱଂସ କରିଦେବ', ଜାଣନ୍ତୁ କାହିଁକି ୩ ସେଣ୍ଟିମିଟରର ଜୀବକୁ ନେଇ ଟେନସନରେ ବିଶ୍ୱର ବୈଜ୍ଞାନିକ

ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦଙ୍କ ପାଇଁ ଏହି ୩ଟି ରାଜ୍ୟରେ ବଢ଼ିଲା କଂଗ୍ରେସର ସଙ୍କଟ, ହୁଡ୍ଡା ଓ ଆନନ୍ଦ ଶର୍ମା ମଧ୍ୟ ବଢ଼ାଇଲେ ଟେନସନ୍

ଫଳ

5/6
ଫଳ

ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ଅଧିକ ଫଳ ଖାଇବା ଦ୍ୱାରା ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ଆଶଙ୍କା ୧୪ ପ୍ରତିଶତ ହ୍ରାସ ହୋଇପାରେ । ଏହାର କାରଣ ହେଉଛି କିଛି ଫଳରେ ଉଚ୍ଚ ଫ୍ଲାଭୋନାଏଡ୍ ମିଳିଥାଏ । ବିରି, ଅଙ୍ଗୁର, ଆପଲ୍ ଏବଂ ଖଟା ଫଳ ପରି ଫଳଗୁଡ଼ିକ ଫ୍ଲାଭୋନାଏଡରେ ଭରପୂର ହୋଇଥାଏ । ତରଭୁଜ ମଧ୍ୟ ଇରେକସନରେ ସୁଧାର ଆଣିପାରେ ଓ ଆପଣଙ୍କର ଲିବିଡୋ (Libido) କୁ ବଢ଼ାଇପାରେ, କାରଣ ଏଥିରେ ସାଇଟ୍ରଲାଇନ୍ ଥାଏ ଯାହା ଶରୀରରେ ଆର୍ଜିନାଇନ୍ ପରି ଆମିନୋ ଏସିଡ୍ ରିଲିଜ୍ କରିଥାଏ ।

ମିଟ୍

6/6
ମିଟ୍

ମିଟ୍ ହେଉଛି ଆମିନୋ ଏସିଡ୍ ପ୍ରୋଫାଇଲ୍ ସହ ଏକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ । ଅଧିକାଂଶ ମିଟରେ ଜିଙ୍କ, କାର୍ନିଟିନ୍ ଏବଂ ଆର୍ଜିନାଇନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ରକ୍ତ ପ୍ରବାହରେ ଉନ୍ନତି ଆଣିଥାଏ । ଅନେକ ଅଲଗା ଅଲଗା ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ଏହା ଇରେକ୍ଟାଇଲ୍ ଡିସଫଙ୍କସନରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାମାନ୍ୟ ଜ୍ଞାନ ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନିଅନ୍ତୁ । ZEE ODISHA NEWS ଏହାର କୌଣସି ପୃଷ୍ଟି କରେ ନାହିଁ।)