Advertisement
photoDetails0hindi

Malaika Arora:'ଛେୟା ଛେୟା' ଗୀତରେ ନାଚିବା ବେଳେ ମଲାଇକାଙ୍କ ଅଣ୍ଟାରୁ ବାହାରିଥିଲା ରକ୍ତ, ଦେଖନ୍ତୁ ଫଟୋ

Malaika Arora: ବଲିଉଡ ଅଭିନେତ୍ରା ତଥା ମଡେଲ ମଲାଇକା ଅରୋରା ନିଜର ଫିଟନେସ ଓ ଲୁକ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।  ଏବେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇ ବଲିଉଡ ଷ୍ଟାର ଅର୍ଜୁନ କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମଧ୍ୟ ଖୁବ ଲାଇମ ଲାଇଟର ରୁହନ୍ତି ଅଭିନେତ୍ରୀ ମଲାଇକା । ଫିଲ୍ମରୁ ଦୂରେଇ ରହିଥିଲେ ମଧ୍ୟ କିଛି ରିୟାଲିଟି ସୋରେ ନିଜର ଜଲୱା ଦେଖାଉଛନ୍ତି ମଲାଇକା। ହେଲେ ତାଙ୍କ ବିଷୟରେ ଏମିତି ଏକ ଅଜଣା କଥା ଆମେ ଜଣାଇବାକୁ ଚାହୁଁଛୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। 

1/6

ପ୍ରାୟ ୨୪ ବର୍ଷ ପୂର୍ବେ ଶାହରୁଖ ଖାନ ଓ ମଲାଇକା ଅରୋରାଙ୍କ ଫିଲ୍ମ ଦିଲ ସେ ରେ ଥିବା 'ଛୟା-ଛୟା' ଗୀତର ସୁଟିଂ କରାଯାଇଥିଲା। ଯାହା ବଲିଉଡର ଏକ ସୁପରହିଟ୍ ଗୀତ ହୋଇଗଲା। 

 

2/6

ଏହି ଗୀତରେ ଚଳନ୍ତା ଟ୍ରେନ ଉପରେ ଶାହାରୁଖ ଏବଂ ମଲାଇକାଙ୍କର ଏକ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ମଲାଇକା ଏହି ଗୀତର ଏକ ଭୟଙ୍କର କାହାଣୀକୁ ଡ୍ୟାନ୍ସ ରିଅଲିଟି ସୋ 'ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ'ରେ ସେୟାର କରିଥିଲେ ।

3/6

ଯେଉଁଥିରେ ସେ କହିଥିଲେ ଯେ ଏହି ଗୀତର ସୁଟିଂ ବହୁତ କଷ୍ଟରେ ହୋଇଥିଲା। ଚଳନ୍ତା ଟ୍ରେନ ଉପରେ ଗୀତଟି ସୁଟିଂ ହେଉଥିବାରୁ ତାଙ୍କ ଅଣ୍ଟାରେ ଏକ ଦଉଡ଼ି ବନ୍ଧାଯାଇଥିଲା। ବାର୍ ବାର୍ ମୁଭ ବା ଷ୍ଟେପ୍ ଚେଞ୍ଜ କରୁଥିବାରୁ ତାଙ୍କ ଅଣ୍ଟାରୁ ରକ୍ତ ବାହାରିବାକୁ ଲାଗିଥିଲା।

4/6

ମଲାଇକା ଏହା ମଧ୍ୟ କହିଥିଲେ ଯେ ସୁଟିଂ ସମୟରେ ସେ ବହୁତ ଥର ଗଳିପଡିଛନ୍ତି। ସେଥିପାଇଁ ଶାହାରୁଖ ଭୟ କରୁଥିଲେ ଯେ ସୁଟିଂ ସମୟରେ ମୁଁ ଯେମିତି ଉଡ଼ିନଯାଏ ତେଣୁ ସନ୍ତୁଳନ ରକ୍ଷା ପାଇଁ ଦଉଡି ବନ୍ଧା ହୋଇଥିଲା । କିନ୍ତୁ ଯେତେବେଳେ ମୋ ଅଣ୍ଟାରୁ ରକ୍ତ ବାହାରିବା ଆରମ୍ଭ ହେଲା, ସେଟରେ ଥିବା ସମସ୍ତେ ଚିନ୍ତିତ ହେଲେ ।

5/6

ଏହି ଦୁର୍ଘଟଣା ପରେ ଶାହାରୁଖଙ୍କ ଠାରୁ ଆରମ୍ଭ କରି ଚଳଚ୍ଚିତ୍ରର ପୂରା ଟିମ ସମସ୍ତେ ମୋର ବହୁତ ଯତ୍ନ ନେଇଥିଲେ। ସେଥିପାଇଁ ଆଜି ବି ଯେତେବେଳେ ମୁଁ ଏହି ଗୀତକୁ ମନେ ପକାଉଛି ସେତେବେଳେ ମୁଁ ଖୁସି ଅନୁଭବ କରେ ...

6/6

ଏଠାରେ କହିରଖୁଛୁ ଯେ, ଆଜିକାଲି ମଲାଇକା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଏହି ଅଭିନେତ୍ରୀ ନିଜ ଅପେକ୍ଷା ବହୁତ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି। ଯାହାର ଫଟୋ ପ୍ରାୟତଃ ସମୟରେ ଭାଇରାଲ୍ ହୋଇଥାଏ ।