Advertisement
photoDetails0hindi

Puri News: ପୁରୀ ସମୁଦ୍ରରୁ ମିଳିଲା ଭୟଙ୍କର ଆକୃତିର ମୂର୍ତ୍ତି, ଦେଖନ୍ତୁ ଫଟୋ

(ପୁରୀ,ସଞ୍ଜୟ ମହାପାତ୍ର) Puri News: ପୁରୀ (Puri)ବେଳାଭୂମିରୁ (puri sea beach) ମିଳିଲା ଏକ ଭୟଙ୍କର ଆକୃତି ମୂର୍ତ୍ତି । ପୁରୀ ପେଣ୍ଠକଟାର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଏକ ରହସ୍ୟମୟ ମୂର୍ତ୍ତିକୁ ( terrifying statue) ଠାବ କରିଛନ୍ତି । ଏହି ମୂର୍ତ୍ତିଟି ବେଶ ଭୟାନକ ଦେଖାଯାଉଛି ।

1/5

ପୁରୀ ପେଣ୍ଠକଟାର କିଛି ମତ୍ସ୍ୟଜୀବୀ  ସମୁଦ୍ରକୁ ମାଛ ଧରିବାକୁ ଯିବା ସମୟରେ ଏହି ରହସ୍ୟମୟ ମୂର୍ତ୍ତିଟିକୁ ପାଇଛନ୍ତି । ଏହି ମୂର୍ତ୍ତିଟି ବେଶ୍‌ ଭୟାନକ ଦେଖାଯାଉଛି ।

 

2/5

ପେଣ୍ଠକଟାର ମତ୍ସଜୀବୀ ଏ.ରାଜୁ ଓ ତାଙ୍କ ସାଥୀ, ଏ.ଦାହିର, ଏ.କୁମାର, ସିଏଚରମୁ ସମୁଦ୍ରରେ ଜାଲ ପକାଇଥିବା ବେଳେ ଏହି ମୂର୍ତ୍ତି ଦେଖିଥିଲେ । ମାଛ ଧରିବାକୁ ଜାଲ ପକାଇବା ସମୟରେ ଜାଲରେ ଏହି ମୂର୍ତ୍ତିଟି ଲାଗିଥିଲା । 

3/5

ସେମାନେ ଏହି ମୂର୍ତ୍ତିକୁ ଡଙ୍ଗାରେ ଆଣି କୂଳକୁ ନେଇ ଆସିଛନ୍ତି । ପେଣ୍ଠକଟା ନିକଟସ୍ଥ ବେଳାଭୂମିରେ ଏହି  ମୂର୍ତ୍ତିକୁ ରଖି ମତ୍ସ୍ୟଜୀବୀ ଘରକୁ ଚାଲି ଯାଇଛନ୍ତି । ମୂର୍ତ୍ତିଟିକୁ ଦେଖିବାକୁ ଲୋକଙ୍କ ଗହଳି ଜମିଛି । ଏହାର ଉଚ୍ଚତା ପାଖାପାଖି ୫ ଫୁଟ ଥିବା ବେଳେ ଓଜନ ଖୁବ ଅଧିକ ଅଛି । ଏହା ସିମେଣ୍ଟ କିମ୍ବା ଅନ୍ୟ କେଉଁ ପଦାର୍ଥରେ ମୂର୍ତ୍ତି ତିଆରି ହୋଇଥିବା ଅନୁମାନ କରାଯାଉଛି । 

4/5

ଏହା ମା’ କାଳିଙ୍କ ମୂର୍ତ୍ତି ହୋଇଥିବା ଆଶଙ୍କା କରାଯାଉଛି । ତେବେ ଏହି ମୂର୍ତ୍ତି ଓ ଏହାର ଭୟାନକ ଚେହେରାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। 

 

5/5

କିଏ କେଉଁ ପରିସ୍ଥତିରେ ଏହି ମୂର୍ତ୍ତିଟିକୁ ସମୁଦ୍ରରେ ପକାଇଛି କି ସମୁଦ୍ରକୁ ଏହି ମୂର୍ତ୍ତୀ କିପରି ଆସିଲା ତାହାର ଖୋଜଖବର ନାହିଁ। ଏହା ପଛରେ କି ରହସ୍ୟ ରହିଛି ତାକୁ ନେଇ ପୁରୀ ସହରରେ ବେଶ୍ ଚର୍ଚ୍ଚା ହେଉଛି।