Advertisement
Photo Details/zeeodisha/odisha1658371
photoDetails0hindi

Bank FD Rates 2023: ନିବେଶ କରିବାକୁ ଚାହୁଁଛନ୍ତି କି ? ଏହି ୫ ଟି ବ୍ୟାଙ୍କ ଦେଉଛନ୍ତି ୮.୫ ପ୍ରତିଶତ ସୁଧ

Bank FD Rates News In Odia: ଗତ ଏକ ବର୍ଷ ମଧ୍ୟରେ ଆରବିଆଇ ରେପୋ ରେଟକୁ ଦ୍ରୁତ ଗତିରେ ବୃଦ୍ଧି କରିଛି । ଏହାର ପ୍ରଭାବ ହେଉଛି ବ୍ୟାଙ୍କଗୁଡିକ ମଧ୍ୟ ଏଫଡି ହାର ବୃଦ୍ଧି କରିଛନ୍ତି। ନିୟମିତ ଗ୍ରାହକଙ୍କ ସହିତ ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କଗୁଡିକ ଭଲ ଇଣ୍ଟ୍ରେଷ୍ଟ ପ୍ରଦାନ କରୁଛନ୍ତି।  କେତେକ ବ୍ୟାଙ୍କ FD ଉପରେ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ସୁଧ ଦେଉଛନ୍ତି । ଆସନ୍ତୁ ଜାଣିବା ସେହି ପାଞ୍ଚଟି ବ୍ୟାଙ୍କର ସୁଧ ହାର ବିଷୟରେ କିଛି ତଥ୍ୟ...

1/5

ଆକ୍ସିସ୍ ବ୍ୟାଙ୍କ ଗୋଟିଏ ବର୍ଷ ପାଇଁ ୬.୭୫ ପ୍ରତିଶତ, ଦୁଇ ବର୍ଷ ପାଇଁ ୭.୨୬ପ୍ରତିଶତ ଏବଂ ୩ ବର୍ଷ ପାଇଁ ୭.୦୦ ପ୍ରତିଶତ ପ୍ରଦାନ କରୁଛି । ବରିଷ୍ଠ ନାଗରିକମାନଙ୍କୁ ଏହି ତିନୋଟି କାର୍ଯ୍ୟକାଳ ପାଇଁ ୦.୭୫ ପ୍ରତିଶତ ଅତିରିକ୍ତ ସୁଧ ଦିଆଯାଉଛି। 

2/5

ବନ୍ଧନ ବ୍ୟାଙ୍କ ଗୋଟିଏ ବର୍ଷ ପାଇଁ ୭.୨୫ ପ୍ରତିଶତ, ୬୦୦ ଦିନ ପାଇଁ ୮.୦୦ ପ୍ରତିଶତ, ୨ବର୍ଷ ଏବଂ ୩ ବର୍ଷ ପାଇଁ ୭.୨୫ ପ୍ରତିଶତ ସୁଧ ହାର ପ୍ରଦାନ କରୁଛି। ବରିଷ୍ଠ ନାଗରିକମାନଙ୍କ ପାଇଁ, ପ୍ରତ୍ୟେକ କାର୍ଯ୍ୟକାଳରେ ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ଦିଆଯାଉଛି। 

 

3/5

ଆରବିଏଲ୍ ବ୍ୟାଙ୍କ (RBL Bank) ଗୋଟିଏ ବର୍ଷ ପାଇଁ ୭.୦୦ ପ୍ରତିଶତ, ୭୨୫ ଦିନ ପାଇଁ ୭.୮୦ ପ୍ରତିଶତ, ୨ବର୍ଷ ଏବଂ ୩ବର୍ଷ ପାଇଁ ୭.୦୦ ପ୍ରତିଶତ ପ୍ରଦାନ କରୁଛି । ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଙ୍କ ଦ୍ୱାରା ୦.୫୦% ଅତିରିକ୍ତ ସୁଧ ପ୍ରଦାନ କରୁଛି।

4/5

IDFC ଫାଷ୍ଟ ବ୍ୟାଙ୍କ ଗୋଟିଏ ବର୍ଷ ପାଇଁ ୬.୭୫ ପ୍ରତିଶତ ସୁଧ, ୨ ବର୍ଷ ପାଇଁ ୭.୨୫ ପ୍ରତିଶତ ଏବଂ ୩ ବର୍ଷ ପାଇଁ ୭.୭୫ ପ୍ରତିଶତ ସୁଧ ପ୍ରଦାନ କରୁଛି । ଏହି ତିନୋଟି କାର୍ଯ୍ୟକାଳରେ ବ୍ୟାଙ୍କ ଦ୍ୱାରା ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ଦିଆଯାଉଛି । 

5/5

ଡିସିବି ବ୍ୟାଙ୍କ (DCB Bank) ଗୋଟିଏ ବର୍ଷ ପାଇଁ ୭.୨୫ ପ୍ରତିଶତ ସୁଧ, ୨ବର୍ଷ ପାଇଁ ୮.୦୦ ପ୍ରତିଶତ ଏବଂ ୩ ବର୍ଷ ପାଇଁ ୭.୬୦% ପ୍ରଦାନ କରୁଛି।  ଡିସିବି ମଧ୍ୟ ତିନୋଟି କାର୍ଯ୍ୟକାଳରେ ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ପ୍ରଦାନ କରୁଛି ।