Advertisement
photoDetails0hindi

Ayodhya Ram Mandir ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ, ଭାବବିହ୍ବଳ ହେଲେ ଭକ୍ତ

Ayodhya Ram Mandir: ସାମ୍ନାକୁ ଆସିଲା ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ ।ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଭୂମୀରେ ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ଫଟୋ ସେୟାର କରିଛନ୍ତି ।

1/5

ଫଟୋ ସେୟାର କରି ଚମ୍ପତ ରାୟ ଲେଖିଛନ୍ତି କି, ‘ଜୟ ଶ୍ରୀ ରାମ’ । ଭଗବାନ ରାମ ବିରାଜିବାକୁ ଥିବା ଗର୍ଭଗୃହର ପ୍ରଥମ ଚିତ୍ର ।

2/5

ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହର ଏହି ଫଟୋଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭକ୍ତମାନେ ଏହି ଫଟୋକୁ ବହୁଳ ମାତ୍ରାରେ ସେୟାର କରୁଥିବା ଦେଖିବାକୁ ମିଳିଛି । ବହୁ ବଡ଼ ବଡ଼ ନେତା ମାନେ ମଧ୍ଯ ଏହି ଫଟୋକୁ ସେୟାର କରିଥୁବା ଦେଖିବାକୁ ମିଳିଛି ।

3/5

ଡ଼େପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ଏହି ଫଟୋ ସେୟାର କରି ଲେଖିଛନ୍ତି କି, ‘ତୀରଟି ଧନୁ ଉପରେ ଲଗାଯାଇଛି, ସୂର୍ଯ୍ୟଙ୍କୁ ନମସ୍କାର, ଜୀବନଠାରୁ ଅଧିକ ପ୍ରିୟ ଦୁନିଆରେ ପବିତ୍ର ଅଯୋଧ୍ୟା ଧାମ’ ।

4/5

ସେ ଟ୍ୱିଟରେ ଅନ୍ୟ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ଶ୍ରୀରାମ ଜନ୍ମଭୂମୀ ମନ୍ଦିରର ନିର୍ମାଣସ୍ଥଳରୁ ଏକ ଚମତ୍କାର ତଥା ଅଲୌକିକ ଚିତ୍ର’।

5/5

ଜାନୁଆରୀ ୨୦୨୪ ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଭୁରାମଙ୍କ ପ୍ରତିମା ସ୍ଥାପନ କରାଯିବା ନେଇ ସମ୍ଭାବନା ରହିଛି।