Advertisement
Photo Details/zeeodisha/odisha1614368
photoDetails0hindi

Chaitra Navratri 2023: ଚୈତ୍ର ନବରାତ୍ରୀର ଦିନକ ପୂର୍ବରୁ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଚମକି ଉଠିବ ଭଗ୍ୟ, ବର୍ଷିବ ଟଙ୍କା

Chaitra Navratri 2023 Shopping: ହିନ୍ଦୁ ଧର୍ମରେ ମାଆ ଦୁର୍ଗାଙ୍କ (maa durga)ନବରାତ୍ରୀର (Chaitra Navratri 2023)ବିଶେଷ ମହତ୍ୱ ରହିଛି । ବର୍ଷକୁ ମାଆଙ୍କ ନବରାତ୍ରୀ (Durga puja 2023)୪ଥର ପାଳନ କରାଯାଏ । ୨ଥର ଗୁପ୍ତ ନବରାତ୍ରୀ ପାଳନ ହେଉଥିବା ବେଳେ ୩ୟ ଥର ଚୈତ୍ର ନବରାତ୍ରୀ ଏବଂ ୪ର୍ଥ ଥର ଶାରଦୀୟ ନବରାତ୍ରୀ ରୂପେ ପାଳନ ହୋଇଥାଏ । ଚୈତ୍ର ମାସର ଶୁକ୍ଳ ପକ୍ଷ ପ୍ରତିବଦା ତିଥି ରୁ ଚୈତ୍ର ନବରାତ୍ରୀର (Navratri 2023)ଆରମ୍ଭ ହୋଇଥାଏ । ଚଳିତ ବର୍ଷ ନବରାତ୍ରୀ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିବ । ତେବେ, ନବରାତ୍ରୀ (Navratri 2023) ଏଭଳି କିଛି ଜିନିଷ ରହିଛି । ଯାହାକୁ ଘରକୁ ଆଣିବା ଦ୍ବାରା ଘରେ ବାସ୍ତୁ ଦୋଷ ଦୂର ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ, ଏସହୁ ଜିନିଷକୁ ଆପଣ ନବରାତ୍ରୀର ପୂର୍ବଦିନ ନିଜ ଘରକୁ ଆଣି ମାଆ ଦୁର୍ଗାଙ୍କ ଆରାଧାନା କରିପାରିବେ ।

1/5

ଶ୍ରୀଯନ୍ତ୍ର- ବିଶ୍ୱାସ କରାଯାଏ ଯେ, ଶ୍ରୀଯନ୍ତ୍ର ହେଉଛି ଦେବୀ ଲକ୍ଷ୍ମୀଙ୍କର ଅତିପ୍ରିୟ । ଶ୍ରୀ ଅର୍ଥ ଲକ୍ଷ୍ମୀ ଏବଂ ଯନ୍ତ୍ର ଅର୍ଥ ବାଦ୍ୟଯନ୍ତ୍ର। ଚୈତ୍ର ନବରାତ୍ରୀ ଅବସରର ଶ୍ରୀଯନ୍ତ୍ର ଘରକୁ  ଆଣିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏବଂ ଘରେ ଅର୍ଥର ଅଭାବ ଦୂର ହୋଇଥାଏ । ସୁନାରେ ନିର୍ମିତ ଶ୍ରୀଯନ୍ତ୍ର ସର୍ବଦା ପ୍ରଭାବଶାଳୀ ହୋଇଥିବା ବେଳେ ରୂପାରେ ତିଆରି  ଶ୍ରୀଯନ୍ତ୍ରର ଶୁଭ ପ୍ରଭାବ ୧୧ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଅନ୍ୟପକ୍ଷରେ, ତମ୍ବାରେ ନିର୍ମିତ ଶ୍ରୀଯନ୍ତ୍ରର ଶକ୍ତି ଦୁଇ ବର୍ଷ ଯାଏଁ ରହିଥାଏ ।

2/5

ପିତ୍ତଳ ହାତୀ - ହାତୀକୁ (brass elephant)ଶୁଭ,ଶକ୍ତି, ଏକତା ଏବଂ ସାହସର ପ୍ରତୀକ ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ, ନବରାତ୍ରୀ ସମୟରେ ଏକ ପିତ୍ତଳ ଯୋଡା ହାତୀକୁ ଘରକୁ ଆଣିବା ଶୁଭ ବୋଲି ବିବେଚନା କରାଯାଏ । ନବରାତ୍ରୀ ଅବସରରେ ଏହାକୁ ଘରକୁ ଆଣିବା ଦ୍ବାରା ଘରେ ନକାରାତ୍ମକତା ଶକ୍ତି ଚାଲିଯାଇଥାଏ । ପରିବାର ମଧ୍ୟରେ ଏକତା ବଜାୟୀ ରୁହେ । 

3/5

ମୁଦ୍ରା -ଚୈତ୍ର ନବରାତ୍ରୀର ପୂର୍ବ ଦିନ କିମ୍ବା ପ୍ରଥମ ଦିନରେ ଘରକୁ ସୁନା କିମ୍ବା ରୂପାର କଏନ୍ (silver coin )ଆଣିଲେ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଶେଷକରି ନବରାତ୍ରୀରେ ଏକ ରୂପା ମୁଦ୍ରା ଘରକୁ ଆଣନ୍ତୁ । ଯେଉଁଥିରେ ଦେବୀ ଲକ୍ଷ୍ମୀ ଏବଂ ଗଣପତିଙ୍କ ଫଟୋ ଚିତ୍ର ଥିବ, ଏହାକୁ ଘରର ମନ୍ଦିରରେ ଠିକ୍ ଭାବରେ ସ୍ଥାପନ କରନ୍ତୁ ଏବଂ ଏହାକୁ ନବରାତ୍ରୀର ୯ ଦିନ ପୂଜା କରନ୍ତୁ, କୁହାଯାଏ ଯେ, ଏହି ଦିନ ଏହି କଏନ୍ ପୂଜା କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । 

4/5

ଶୃଙ୍ଗାର-ନବରାତ୍ରୀର ପ୍ରଥମ ଦିନରେ, ଅର୍ଥାତ୍ ଘଟସ୍ଥାପନାର ଶୁଭ ସମୟରେ ମାତା ଦୁର୍ଗାଙ୍କୁ ଷୋହଳ ପ୍ରକାରର ଶୃଙ୍ଗାର ସାମଗ୍ରୀ ପ୍ରଦାନ କରନ୍ତୁ । ବିଶ୍ୱାସ କରାଯାଏ ଯେ, ଏହା ଦ୍ୱାରା ବିବାହିତ ମହିଳାମାନେ ଦେବୀଙ୍କ କୃଷା ଲାଭ କରିବା ସହ ସ୍ବାମୀ ଦୀର୍ଘାୟୁ ହୋଇଥାନ୍ତି । ଘଟସ୍ଥାପନା ପାଇଁ ଶୁଭ ସମୟ ହେଉଛି ସକାଳ ୬ଟା ୨୯ରୁ ସକାଳ ୭ଟା ୩୯ ମିନିଟ୍ ।  ଏହି ସମୟରେ ଆପଣ ଘଟ ସ୍ଥାପନା କରି ପୂଜାର୍ଚ୍ଚନା କରିପାରିବେ ।

5/5

ଅପରାଜିତା ଗଛର ମୂଳ - ଚୈତ୍ର ନବରାତ୍ରୀରେ ,ମା ଦୁର୍ଗାଙ୍କର ଏହି ନଅ ଦିନ ଅତ୍ୟନ୍ତ ପବିତ୍ର, ଶୁଭ ସମୟର ପ୍ରଥମ ଦିନରେ,ଘରକୁ ଅପରାଜିତା ଗଛ କିମ୍ବା ଅପରାଜିତା ଗଛର ମୂଳ ଆଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ନବରାତ୍ରୀରେ ଏହାକୁ ଘରକୁ ଆଣିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।