Advertisement
photoDetails0hindi

Health Tips: ପାଇଲ୍ସରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆଜିହିଁ ଛାଡ଼ନ୍ତୁ ଏହି ଏସବୁ ଖାଦ୍ୟ

Health Tips: ଅସୁନ୍ତଳିତ ଖାଦ୍ୟ ଓ ଖରାପ ଜୀବନ ଶୈଳୀ ଯୋଗୁଁ ମଣିଷ ବିଭିନ୍ନ ପ୍ରକାର ରୋଗରେ ବର୍ତ୍ତମାନ ପୀଡିତ ହେଉଛି। ସେଥିମଧ୍ୟରେ ରହିଛି ପାଇଲ୍ସ (Piles) ପରି ରୋଗ । ପାଇଲ୍ସ (Piles) ସମସ୍ୟାକୁ ନେଇ ଲୋକମାନେ ବହୁତ ଚିନ୍ତାରେ ରହୁଛନ୍ତି। ପାଇଲ୍ସ ବା ଅର୍ଶ ଆଜିକାଲି ଏକ ସାଧାରଣ କିନ୍ତୁ ଗୁରୁତର ରୋଗ, ଯେଉଁଥିରୁ ମୁକ୍ତି ପାଇବା ସହଜ ନୁହେଁ । ଏଥିରେ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯେତେବେଳେ କି ବେଳେବେଳେ ଏହାର ଯନ୍ତ୍ରଣା ଅସହ୍ୟ ହୋଇଯାଏ ।

1/5

ଧଳା ବ୍ରେଡ୍: ୱେବ୍ଏମଡିର ଖବର ଅନୁଯାୟୀ, ଧଳା ବ୍ରେଡ୍ ପାଇଲ୍ସ ପାଇଁ ବିଷ ପରି କାମକରେ । ଟୋଷ୍ଟ, ବିସ୍କୁଟ, ସାଣ୍ଡୱିଚ୍ ଇତ୍ୟାଦି ଧଳା ବ୍ରେଡ୍ ରୁ ତିଆରି । ଧଳା ମଇଦାରେ ତିଆରି ଜିନିଷ ଖାଇବା ଦ୍ୱାରା ଯନ୍ତ୍ରଣା ବହୁତ ବଢିଥାଏ ।

2/5

ଚିଜ :ରିପୋର୍ଟ ଅନୁଯାୟୀ ଚିଜ ପାଇଲ୍ସ ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହାସହ ଫାଷ୍ଟଫୁଡ ଠାରୁ ଦୂରତା ରଖିବା ଆବଶ୍ୟକ । ଫାଷ୍ଟଫୁଡ ର ଅର୍ଥ ହେଉଛି ପିଜା-ବରଗର ପରି ଖାଦ୍ୟର ଯେଉଁଥିରେ ଚିଜ ପନିର ବହୁତ ବ୍ୟବହୃତ ହୁଏ। ସେଥିପାଇଁ ଚିଜରେ ତିଆରି ଜିନିଷ ଆଦୌ ଖାଇବା ଉଚିତ୍ ନୁହେଁ ।

3/5

ଦୁଗ୍ଧଜାତ ଦ୍ରବ୍ୟ: ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ପାଇଲ୍ସ ରୋଗୀଙ୍କ ପାଇଁ ବହୁତ କ୍ଷତିକାରକ । କ୍ଷୀରରେ ତିଆରି ମିଠା ମଧ୍ୟ ଯତ୍ନର ସହ ଖାଇବା ଉଚିତ୍ । ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଏହା ଶରୀରରେ କ୍ଷତି ସୃଷ୍ଟି କରିଥାଏ ।

4/5

ମାଂସ: ପାଇଲ୍ସରେ ମାଂସ ରୋଗକୁ ଆହୁରି ବଢ଼ାଇଥାଏ । ବିଶେଷକରି ଲାଲ ମାଂସ । ଲାଲ ମାଂସ ମଧ୍ୟ ହୃଦରୋଗର ଆଶଙ୍କା ବଢ଼ାଇଥାଏ। ସେଥିପାଇଁ ପାଇଲ୍ସ ରୋଗୀମାନେ ଲାଲ୍ ମାଂସ ଖାଇବା ଉଚିତ୍ ନୁହେଁ ।

5/5

ପ୍ରୋସେସିଙ୍ଗ ଫୁଡ: ପ୍ରୋସେସିଙ୍ଗ ଫୁଡ଼ ଖାଦ୍ୟରେ ଫ୍ରିଜ୍ ଖାଦ୍ୟ ଏବଂ ଫାଷ୍ଟଫୁଡ୍ ଅନ୍ତର୍ଭୁକ୍ତ । ତାହା ହେଉଛି, ସ୍ନାକ୍ସ, କ୍ରିସପି ଚିଜ , ସସ୍ ରୋଲ୍, ମାଂସ ଦ୍ରବ୍ୟ, ହାମବର୍ଗ, ମାଇକ୍ରୋୱେଭରେ ତିଆରି ଜିନିଷ, ପିଠା, ବିସ୍କୁଟ ଇତ୍ୟାଦି ଖାଇବାଦ୍ୱାରା ପାଇଲ୍ସ ସମସ୍ୟା ବଢିଥାଏ । ତେଣୁ ଏହି ସବୁ ଖାଦ୍ୟ ବାରଣ କରିବା ଉଚିତ ।

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)