Pakistani tiktoker harrem shah: ଦିପାବଳୀକୁ ବିଶ୍ୱବ୍ୟାପୀ ବ୍ୟାନ୍ କରିବାକୁ ଦାବି କଲେ ପାକିସ୍ତାନୀ ଟିକଟକର୍
Advertisement
Article Detail0/zeeodisha/odisha1961117

Pakistani tiktoker harrem shah: ଦିପାବଳୀକୁ ବିଶ୍ୱବ୍ୟାପୀ ବ୍ୟାନ୍ କରିବାକୁ ଦାବି କଲେ ପାକିସ୍ତାନୀ ଟିକଟକର୍

  ପାକିସ୍ତାନରେ ଶସ୍ତା ଲୋକପ୍ରିୟତା ପାଇଁ ଜଣାଶୁଣା ଟିକଟକର ହରିମ ଶାହା ପୁଣି ଥରେ ଖବରରେ ଅଛନ୍ତି। ଏଥର ହରିମ ଶାହା ହିନ୍ଦୁଙ୍କ ପବିତ୍ର ଦୀପାବଳି ପର୍ବକୁ ନେଇ  ବିଷ ଉଗାରିଛନ୍ତି। ପାକିସ୍ତାନୀ ଟିକଟକର X ରେ ଏକ ପୋଷ୍ଟରେ ହିନ୍ଦୁ ପର୍ବ ଦିୱାଲୀକୁ ସବୁଦିନ ପାଇଁ ନିଷିଦ୍ଧ କରାଯିବା ଉଚିତ ବୋଲି ଲେଖିଛନ୍ତି। ଭ

SOCIAL MEDIA

Pakistani tiktoker harrem shah: 

ପାକିସ୍ତାନରେ ଶସ୍ତା ଲୋକପ୍ରିୟତା ପାଇଁ ଜଣାଶୁଣା ଟିକଟକର ହରିମ ଶାହା ପୁଣି ଥରେ ଖବରରେ ଅଛନ୍ତି। ଏଥର ହରିମ ଶାହା ହିନ୍ଦୁଙ୍କ ପବିତ୍ର ଦୀପାବଳି ପର୍ବକୁ ନେଇ  ବିଷ ଉଗାରିଛନ୍ତି। ପାକିସ୍ତାନୀ ଟିକଟକର X ରେ ଏକ ପୋଷ୍ଟରେ ହିନ୍ଦୁ ପର୍ବ ଦିୱାଲୀକୁ ସବୁଦିନ ପାଇଁ ନିଷିଦ୍ଧ କରାଯିବା ଉଚିତ ବୋଲି ଲେଖିଛନ୍ତି। ଭାରତୀୟ ହିନ୍ଦୁମାନେ ଦୀପାବଳୀରେ ବାଣ ଫୁଟାଇ ଓ ଦୀପଜାଳି କୋଟି କୋଟି ଟଙ୍କା ନଷ୍ଟ କରିବା ସହିତ ବାୟୁ ପ୍ରଦୁଷଣ କରୁଛନ୍ତି ଓ ଏନେଇ ବିଶ୍ୱ ନେତୃତ୍ୱ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ହରିମ ଶାହା । |

ହରିମ ଶାହା ଭାରତ ଓ ହିନ୍ଦୁ ବିରୋଧୀ କଥା କହିବାର ଏହା ପ୍ରଥମ ମାମଲା ନୁହେଁ ।  ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଏପରି କଥା କହିଛନ୍ତି,ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍ ହେବା ସହିତ  ପରିହାସର ପାତ୍ର ହେବାକୁ ପଡ଼ିଛି । ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚରେ ପାକିସ୍ତାନର ପରାଜୟ ପରେ ହରିମ ଶାହା ଅଜବ ଅଭିଯୋଗ ଆଣି ଟ୍ରୋଲ ହୋଇଥଇଲେ । ଭାରତୀୟ ମାନେ ଗୁଣି (କଳାଯାଦୁ) କରି ମ୍ୟାଚ୍ ଜିତିଛନ୍ତି  ବୋଲି ଏହି ପାକ୍ ଟିକଟକର ଟ୍ୱିଟ୍ କରିଥିଲେ । ତାଙ୍କର ଏହି ଟ୍ୱିଟ୍ ପାଇଁ ତାଙ୍କୁ ବେସ ବେଜିତ ହେବାକୁ ପଡ଼ିଥିଲା । ସୂଚନାଯୋଗ୍ୟ ଯେ,ଏହି ପାକ୍ ବଂଶୋଦ୍ଭବ ଟିକଟକର ଜଣକ ଲଣ୍ଡନରେ ରୁହନ୍ତି । 

ପାକିସ୍ତାନର ପରାଜୟ ପାଗଳ କରିଥିଲା

ଅକ୍ଟୋବର ୧୪ର ବିଶ୍ୱକପ ମ୍ୟାଚରେ ଭାରତ ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରିଥିଲା ।ପରାଜୟର କାରଣ ଖୋଜିବାକୁ ହରିମ ଶାହା ମଧ୍ୟ ଦାବି କରିଥିଲେ।  ବିଶ୍ୱକପ ଅଭିଯାନରୁ ପାକିସ୍ତାନର ବିଦାୟ  ପରେ ଏଥିପାଇଁ ହରିମ ଭାରତକୁ ଦାୟୀ କରିଥିଲେ । ବିଶ୍ୱକପ ଆରମ୍ଭରେ ପାକିସ୍ତାନ ଜିତିବ ବୋଲି ଦାବି କରୁଥିବା ହରିମଙ୍କୁ ପରାଜୟ ହଜମ ହୋଇନଥିଲା । ତେଣୁ ଅଣ୍ଡସଣ୍ଡ ଗପିବା ଆରମ୍ଭ କରିଥିଲେ । ଶନିବାର ସେ ଏକ ଟୁଇଟ୍‌ରେ ହରିମ ପରାଜୟ ପାଇଁ କଡ଼ା ସୁରକ୍ଷା, ଖରାପ ଖାଦ୍ୟ, ଅମ୍ପାୟାର ତଥା ହିନ୍ଦୁ ମୌଳବାଦୀ ଦର୍ଶକଙ୍କୁ ଦାୟୀ କରିଥିଲେ । ସେ ପାଦେ ଆଗରୁ ଯାଇ ଭାରତରେ କୌଣସି ମ୍ୟାଚ୍ ଭବିଷ୍ୟତରେ ଆୟୋଜନ ନକରିବାକୁ ଆଇସିସିକୁ ଅନୁରୋଧ କରିଥିଲେ । ଖାଲି ଅନୁରୋଧ କରିନଥିଲେ ଧମକ ଦେଇଥିଲେ ଯେ, ଭାରତରେ ଯଦି ମ୍ୟାଚ୍ ହୁଏ ଆମେ ଖେଳିବୁ ନାହିଁ ।

ଚନ୍ଦ୍ରୟାନ ବି ଚିଡାଇଥିଲା

ଏହାପୂର୍ବରୁ ହରିମ ଶାହା ମଧ୍ୟ ତାଙ୍କ ସ୍ୱାମୀ ନିଖୋଜ ହେବା ନେଇ ମଧ୍ୟ ଟ୍ୱିଟ୍ କରିଥିଲେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ  ମରିୟମ ନୱାଜଙ୍କ ନିର୍ଦ୍ଦେଶରେ ତାଙ୍କ ସ୍ୱାମୀ କରାଚିରୁ ଅପହରଣ କରାଯାଇଛି ବୋଲି ସେତେବେଳେ ସେ  ଅଭିଯୋଗ କରିଥିଲେ। ସେହିଭଳି ହରିମ ଶାହା ମଧ୍ୟ ଚନ୍ଦ୍ରାୟନକୁ ନେଇ ଭାରତକୁ ଟ୍ରୋଲ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଓଲଟା ତାଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଥିଲା । ନିଜ ଦେଶରେ ଲୋକ ଅଟା ପାଇଁ ହଟହଟା ହେଉଥିବା ବେଳେ ହରିମ ଭାରତକୁ ଚନ୍ଦ୍ରୟାନ ଅଭିଯାନରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିବା ବଦଳରେ ଟଏଲଟ ତିଆରି କରୁ ବୋଲି ମରିୟମ କହିଥିଲେ । ତାଙ୍କ ଟ୍ୱିଟ୍ ପରେ ଭାରତୀୟ ତାଙ୍କୁ ଆଇନା ଦେଖାଇବାରେ ହେଳା କରିନଥିଲେ