ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି : ନବୀନ ପଟ୍ଟନାୟକ
Advertisement
Article Detail0/zeeodisha/odisha2347405

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି : ନବୀନ ପଟ୍ଟନାୟକ

Budget: ବିଧାନସଭା ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଶୋକପ୍ରସ୍ତାବ ଆଗତ ହୋଇଛି। ଦିବଙ୍ଗତ ନେତା ତଥା ପୂର୍ବତନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହେଇଛି।

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି : ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଜି ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି। ବିଧାନସଭା ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ବିରୋଧୀ ବିଜେଡି କକ୍ଷତ୍ୟାଗ କରିଛି। ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ଓ ମୋ ଦଳ ଅତି ଦୁଃଖିତ, କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ଯାଇଛି। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି। ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହୋଇ ଥିବାରୁ ଆମେ ଗୃହ ପରିତ୍ୟାଗ କଲୁ।

ବିଧାନସଭା ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଶୋକପ୍ରସ୍ତାବ ଆଗତ ହୋଇଛି। ଦିବଙ୍ଗତ ନେତା ତଥା ପୂର୍ବତନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଶୋକପ୍ରସ୍ତାବ ଆଗତ କରିବା ପରେ ବିରୋଧୀ ଦଳ ଏହାକୁ ସମର୍ଥନ କରିଛନ୍ତି । ଗୃହରେ ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ଉପ-ବାଚସ୍ପତି ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକ, ପୂୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଡମ୍ବରୁଧର ଉଲ୍ଲାକା, କମଳା ଦାସ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ, ଆଦିତ୍ୟ ମାଢୀ, ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ କମଳା ପୂଜାରୀ ଏବଂ ଓଡ଼ିଶା ପୁଲିସର ପୂର୍ବତନ କନେଷ୍ଟବଳ ସ୍ୱର୍ଗତଃ ହିମାଂଶୁ ଶେଖର ରଥଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହୋଇଥିଲା।