Odisha Education Department: ପିଲାଙ୍କ ଭବିଷ୍ୟତ ସହ ଖେଳ; ଆନ୍ଧ୍ରକୁ ମାଛକୁଣ୍ଡ ବିଦ୍ୟୁତ କେନ୍ଦ୍ର ଦେଇଦେଲା ଶିକ୍ଷା ବିଭାଗ!
Advertisement
Article Detail0/zeeodisha/odisha1320647

Odisha Education Department: ପିଲାଙ୍କ ଭବିଷ୍ୟତ ସହ ଖେଳ; ଆନ୍ଧ୍ରକୁ ମାଛକୁଣ୍ଡ ବିଦ୍ୟୁତ କେନ୍ଦ୍ର ଦେଇଦେଲା ଶିକ୍ଷା ବିଭାଗ!

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦଶମ ଶ୍ରେଣୀ ନିମନ୍ତେ ଅନୁମୋଦିତ ଓ ପ୍ରକାଶିତ ଭୂଗୋଳ ଓ ଅର୍ଥନୀତି ପୁସ୍ତକର ପଞ୍ଚମ ଅଧ୍ୟାୟ, ବିଷୟ 'ଶକ୍ତିସମ୍ଭଳ' (୫୪ରୁ ୬୧) ପୃଷ୍ଠା ନମ୍ବର ୬୯, ସାରଣୀ ୧୬ ଭାରତର ମୁଖ୍ୟ ଜଳ ବିଦ୍ୟୁତ ଶକ୍ତିକେନ୍ଦ୍ର ତାଲିକାରେ କ୍ରମାଙ୍କ ୧ରେ ଆନ୍ଧ୍ର ପ୍ରଦେଶର ଜଳ ବିଦ୍ୟୁତ କେନ୍ଦ୍ର ତାଲିକାରେ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ଉଲ୍ଲେଖ ରହିଛି। ଯାହା ସାଧାରଣ ଜନତା, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।

Odisha Education Department: ପିଲାଙ୍କ ଭବିଷ୍ୟତ ସହ ଖେଳ; ଆନ୍ଧ୍ରକୁ ମାଛକୁଣ୍ଡ ବିଦ୍ୟୁତ କେନ୍ଦ୍ର ଦେଇଦେଲା ଶିକ୍ଷା ବିଭାଗ!

Odisha Education Department, କୋରାପୁଟ: କିଛିଦିନ ତଳେ ଓଡ଼ିଶା ବିଧାନ ସଭାରେ ରାଜସ୍ବ ବିପର୍ଯୟ ମନ୍ତ୍ରୀ ଦେଓମାଳି କାହାର ପ୍ରଶ୍ନର ଉତ୍ତର ଦେଇ ବିବାଦରେ ଛନ୍ଦି ହୋଇଥିଲେ। ଏବେ କୋରାପୁଟର ଗର୍ବ ଆଉ ଗୌରବ ତଥା ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ଵାରା ପ୍ରତିଷ୍ଠିତ ତଥା ଓଡ଼ିଶା ଜଳ ବିଦ୍ୟୁତ ନିଗମ ଦ୍ଵାରା ପରିଚାଳିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ କେନ୍ଦ୍ରକୁ ଆନ୍ଧ୍ରର ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦଶମ ଶ୍ରେଣୀ ଭୂଗୋଳ ବହିରେ ପ୍ରକାଶିତ କରି ଛାତ୍ର ଛାତ୍ରୀଙ୍କୁ ଭୁଲ ତଥ୍ୟ ଦେଉଥିବା ଅଭିଯୋଗ ହୋଇଛି। 

ସୂଚନା ମୁତାବକ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଦଶମ ଶ୍ରେଣୀ ନିମନ୍ତେ ଅନୁମୋଦିତ ଓ ପ୍ରକାଶିତ ଭୂଗୋଳ ଓ ଅର୍ଥନୀତି ପୁସ୍ତକର ପଞ୍ଚମ ଅଧ୍ୟାୟ, ବିଷୟ 'ଶକ୍ତିସମ୍ଭଳ' (୫୪ରୁ ୬୧) ପୃଷ୍ଠା ନମ୍ବର ୬୯, ସାରଣୀ ୧୬ ଭାରତର ମୁଖ୍ୟ ଜଳ ବିଦ୍ୟୁତ ଶକ୍ତିକେନ୍ଦ୍ର ତାଲିକାରେ କ୍ରମାଙ୍କ ୧ରେ ଆନ୍ଧ୍ର ପ୍ରଦେଶର ଜଳ ବିଦ୍ୟୁତ କେନ୍ଦ୍ର ତାଲିକାରେ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ଉଲ୍ଲେଖ ରହିଛି। ଯାହା ସାଧାରଣ ଜନତା, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ଏଭଳି ଗୁରୁତର ତ୍ରୁଟି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା, ଲେଖକ ମଣ୍ଡଳୀ, ପରିମାର୍ଜିତ ସଂସ୍କରଣର ଲେଖକ ମଣ୍ଡଳୀ, ମୁଦ୍ରକ ଜ୍ୟୋତି ପ୍ରୋସେସ ବିଡାନାସୀ କଟକ ଦ୍ଵାରା କେମିତି ହେଲା ବୋଲି ପ୍ରଶ୍ନ କରିଛନ୍ତି। 

Also Read: ମୃତ୍ୟୁ ଶଯ୍ୟାରେ ସର୍ବପୁରାତନ ସ୍ବାସ୍ଥ୍ୟ କେନ୍ଦ୍ର, କାମ କରୁନି ନବୀନଙ୍କ '5T' ସାଲାଇନ୍

ପୁସ୍ତକରେ ଥିବା ସୂଚନା ମୁତାବକ ଏହି ପୁସ୍ତକର ପ୍ରଥମ ସଂସ୍କରଣ ବର୍ଷ ୨୦୧୯ରେ ୩ଲକ୍ଷ ପୁସ୍ତକ, ବର୍ଷ ୨୦୨୦ ରେ ୫ଲକ୍ଷ ୬୦ ହଜାର ପୁସ୍ତକ ଓ ବର୍ଷ ୨୦୨୧ରେ ୩ଲକ୍ଷ ୫୦ ହଜାର ପୁସ୍ତକ ଛପା ଯାଇ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି। ଯାହା ଗତ ତିନିବର୍ଷ ମଧ୍ୟରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନିଶ୍ଚୟ ପ୍ରଭାବିତ କରିଥିବ ବୋଲି ଚର୍ଚ୍ଚା ହେଉଛି। ଏଥିପ୍ରତି ରାଜ୍ୟ ସରକାର, ରାଜ୍ୟ ଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ସଂଶୋଧନ ବ୍ୟବସ୍ଥା କରନ୍ତୁ ବୋଲି କୋରାପୁଟ ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ ଦାବି କରିଛନ୍ତି।

ଓଡିଶା ସୀମାନ୍ତ ଅଞ୍ଚଳକୁ ପଡୋଶୀ ରାଜ୍ୟମାନେ ବଳ ପୂର୍ବକ ମାଡି ବସୁଛନ୍ତି। କୋରାପୁଟର କୋଟିଆରେ ଆନ୍ଧ୍ରର ଦବଦବା ରହି ଆସୁଛି। ନିର୍ବାଚନ କରିବା ଠାରୁ ଆରମ୍ଭ କରି ସରକାରୀ ଯୋଜନାରେ ସେଠାକାର ଅଞ୍ଚଳବାସୀଙ୍କୁ ଆନ୍ଧ୍ର ସରକାର ସାମିଲ କରୁଛନ୍ତି। ଏହାକୁ ଜବର ଦଖଲ ବୋଲି ସରକାର ଅଭିଯୋଗ କରିବା ସହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ସେହି କୋରାପୁଟର ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ରକୁ କିପରି ଆନ୍ଧ୍ରକୁ ଦେଇଦେଲେ? ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ସହ ଡୁଡୁମା ଜଳ ପ୍ରପାତ ବି ଆନ୍ଧ୍ରର ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେଉଛି।