Gujarat Election 2022: ବଡ଼ ଭାଇଙ୍କୁ ଭେଟିଲେ ମୋଦି, ବିଶ୍ରାମ ନେବାକୁ ମୋଦିଙ୍କୁ ପରାମର୍ଶ ଦେଲେ
Advertisement

Gujarat Election 2022: ବଡ଼ ଭାଇଙ୍କୁ ଭେଟିଲେ ମୋଦି, ବିଶ୍ରାମ ନେବାକୁ ମୋଦିଙ୍କୁ ପରାମର୍ଶ ଦେଲେ

Gujarat Election 2022: ସୋମାଭାଇ ମୋଦୀ କହିଛନ୍ତି ଯେ ମୁଁ ଭୋଟରଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେମାନେ ସେମାନଙ୍କର ଭୋଟ୍ ସଠିକ୍ ଭାବରେ ବ୍ୟବହାର କରନ୍ତୁ ଏବଂ ଏପରି ଦଳ ପାଇଁ ଭୋଟ୍ ଦିଅନ୍ତୁ ଯାହା ଦେଶକୁ ଅଗ୍ରଗତି କରିବ। 

Gujarat Election 2022: ବଡ଼ ଭାଇଙ୍କୁ ଭେଟିଲେ ମୋଦି, ବିଶ୍ରାମ ନେବାକୁ ମୋଦିଙ୍କୁ ପରାମର୍ଶ ଦେଲେ

Gujarat Election 2022:  ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନର (Gujarat Assembly Election) ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆଜି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Prime Minister Narendra Modi)  ବଡ଼ ଭାଇ ସୋମାଭାଇ ମୋଦୀ (Somabhai Modi) ଅହମ୍ମଦାବାଦରେ (Ahmedabad) ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ସେ ଗଣମାଧ୍ୟମ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Prime Minsiter Narendra Modi) ସହ ଆଲୋଚନା ବେଳେ ସୋମାଭାଇ (Somabhai Modi) ଭାବପ୍ରବଣ ହୋଇ ପଡ଼ିଥିଲେ। ତାଙ୍କର କୋହଭରା କଣ୍ଠରେ ଭାଇ ନରେନ୍ଦ୍ର ମୋଦୀଙ୍କ (Narendra Modi) ପ୍ରଶଂସା କରିଥିଲେ। ସୋମାଭାଇ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲି ଯେ ଆପଣ ଦେଶ ପାଇଁ ବହୁତ ପରିଶ୍ରମ କରୁଛନ୍ତି। କିଛି ସମୟ ପାଇଁ ବିଶ୍ରାମ ନିଅ। ଭାଇ ହୋଇ, ମୁଁ କେବଳ କହିବାକୁ ଚାହେଁ ଯେ ତାଙ୍କୁ କଠିନ ପରିଶ୍ରମ କରିବା ଭଲ ଲାଗିଥାଏ।

ସୋମାଭାଇ ମୋଦୀ କହିଛନ୍ତି ଯେ ମୁଁ ଭୋଟରଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେମାନେ ସେମାନଙ୍କର ଭୋଟ୍ ସଠିକ୍ ଭାବରେ ବ୍ୟବହାର କରନ୍ତୁ ଏବଂ ଏପରି ଦଳ ପାଇଁ ଭୋଟ୍ ଦିଅନ୍ତୁ ଯାହା ଦେଶକୁ ଅଗ୍ରଗତି କରିବ। ସୋମାଭାଇ ମୋଦୀ କହିଛନ୍ତି ଯେ ୨୦୧୪ ମସିହାରୁ ବିକାଶ ପାଇଁ କରାଯାଇଥିବା କାର୍ଯ୍ୟକୁ ଲୋକମାନେ ଅଣଦେଖା କରିପାରିବେ ନାହିଁ ଏବଂ କେବଳ ସେହି ଆଧାରରେ ଭୋଟ୍ ଦିଆଯାଉଛି।

ଏଠାରେ କହି ରଖୁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଭାଇ ସୋମାଭାଇ ମୋଦି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ନିଶାନ ପବ୍ଲିକ ସ୍କୁଲ, ରାନିପରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଏହି ସ୍କୁଲରେ ସକାଳ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମତଦାନ ସାବ୍ୟସ୍ତ କରିସାରିଛନ୍ତି। ନିଜର ମତଦାନ ସାବ୍ୟସ୍ତ କରିବା ପରେ ପାଦରେ ଚାଲି ଚାଲି ନିଜର ବଡ଼ ଭାଇ ସୋମାଭାଇ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ ପ୍ରଧାନମନ୍ତ୍ରୀ।

ମତଦାନ ଦେବା ପରେ ଗୁଜରାଟ ନିର୍ବାଚନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ ଯେ ସେ ଗଣତନ୍ତ୍ରର ମହୋତ୍ସବକୁ ଅତି ଉତ୍ସାହର ସହ ପାଳନ କରିଥିଲେ ଏବଂ ଏହାକୁ ଏକ ବିଶାଳ ଢଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗୁଜରାଟର ଲୋକମାନେ ବୁଦ୍ଧିମାନ। ସେମାନେ ସମସ୍ତଙ୍କ କଥା ଶୁଣନ୍ତି ଏବଂ ଯାହା ସତ୍ୟ ତାହା ଗ୍ରହଣ କରିବା ସେମାନଙ୍କର ପ୍ରକୃତି। ସେହି ପ୍ରକୃତି ଅନୁଯାୟୀ, ସେମାନେ ମଧ୍ୟ ବହୁ ସଂଖ୍ୟାରେ ମତଦାନ କରୁଛନ୍ତି। ଗୁଜୁରାଟର ଭୋଟରଙ୍କୁ ମଧ୍ୟ ମୁଁ ବହୁତ କୃତଜ୍ଞ ଜ୍ଞାପନ କରୁଛି।

Also Read: Wrestling Champion Arrest: ଯୋଗ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ଗିରଫ ମଲ୍ଲଯୋଦ୍ଧାର ବଡ଼ ଖୁଲାସା, ପୂର୍ବରୁ ଶତାଧିକ ମହିଳାଙ୍କୁ...

Also Read: Gujarat Election 2022: ଆଜି ଗୁଜୁରାଟରେ ଶେଷ ପର୍ଯ୍ୟାୟରେ ୯୩ଟି ଆସନ ପାଇଁ ମତଦାନ ଜାରି, ବାଜିରେ ଲାଗିଛି ସିଏମ୍ ସମେତ ୯ ମନ୍ତ୍ରୀଙ୍କ ଭାଗ୍ୟ